Advertisment

'ପୁଲିସ ଅଫିସର ସଚିନ ବାଜେ ମୋ ସ୍ୱାମୀଙ୍କୁ ମାରିଛନ୍ତି'

ମୁମ୍ୱାଇ: ମୁମ୍ୱାଇ ପୁଲିସର ସ୍ପେଶାଲ ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେଙ୍କ ନାଁରେ ହତ୍ୟା ଅଭିଯୋଗ। ମୃତ ମନସୁଖ ହିରେନଙ୍କ ସ୍ତ୍ରୀ ଆଣିଛନ୍ତି ଏଭଳି ସଙ୍ଗୀନ ଅଭିଯୋଗ। ଥାନାରେ ଏନେଇ ସେ ଏଫଆଇଆର ଦାଖଲ କରିଛନ୍ତି। ମୃତକଙ୍କ ସ୍ତ୍ରୀ ବିମଳା ହିରେନ ଏତଲା ଦେବା ବେଳେ ସମସ୍ତ ଘଟଣା ଉଲ୍ଲେଖ କରିଛନ୍ତି। ଫେବୃଆରୀ ୨୫ ତାରିଖରେ ଏକ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ସ୍କୋର୍ପିଓ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ଘର ଆଗରୁ ଉଦ୍ଧାର ହୋଇଥିଲା। ହେଲେ କିଛି ଦିନ ପରେ […]

ଅଦ୍ୟତନ ହୋଇଛି
'ପୁଲିସ ଅଫିସର ସଚିନ ବାଜେ ମୋ ସ୍ୱାମୀଙ୍କୁ ମାରିଛନ୍ତି'

SACHIN VAZE

Advertisment

ମୁମ୍ୱାଇ: ମୁମ୍ୱାଇ ପୁଲିସର ସ୍ପେଶାଲ ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେଙ୍କ ନାଁରେ ହତ୍ୟା ଅଭିଯୋଗ। ମୃତ ମନସୁଖ ହିରେନଙ୍କ ସ୍ତ୍ରୀ ଆଣିଛନ୍ତି ଏଭଳି ସଙ୍ଗୀନ ଅଭିଯୋଗ। ଥାନାରେ ଏନେଇ ସେ ଏଫଆଇଆର ଦାଖଲ କରିଛନ୍ତି। ମୃତକଙ୍କ ସ୍ତ୍ରୀ ବିମଳା ହିରେନ ଏତଲା ଦେବା ବେଳେ ସମସ୍ତ ଘଟଣା ଉଲ୍ଲେଖ କରିଛନ୍ତି।

Advertisment

ଫେବୃଆରୀ ୨୫ ତାରିଖରେ ଏକ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ସ୍କୋର୍ପିଓ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ଘର ଆଗରୁ ଉଦ୍ଧାର ହୋଇଥିଲା। ହେଲେ କିଛି ଦିନ ପରେ ମାର୍ଚ୍ଚ ୫ରେ କାର ମାଲିକଙ୍କ ମୃତ ଶରୀର ଥାନେ ସ୍ଥିତ ମୁମବ୍ରା କ୍ରିକରୁ ଉଦ୍ଧାର ହୋଇଥିଲା। ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ମୃତକଙ୍କ ପତ୍ନୀ ହତ୍ୟା ଅଭିଯୋଗ ଆଣିଛନ୍ତି।

ବିମଳା କହିଛନ୍ତି ମନସୁଖ ହିରେନ ବା ତାଙ୍କ ସ୍ୱାମୀ ଜଣେ ଅଟୋ ପାର୍ଟସ ଡିଲର। ଏହି ସ୍କୋର୍ପିଓ କାରକୁ ତିନି ବର୍ଷ ହେବ ସେ କିଣିଥିଲେ। ଏହି କାରର ମୂଳ ମାଲିକ କିନ୍ତୁ ପିଟର ନ୍ୟୁଟନ। ତେବେ ଗତ ବର୍ଷ ନଭେମ୍ବରରେ ହିରେନ ନିୟମିତ ଗ୍ରାହକ ଭାବରେ ସଚିନ ବାଜେଙ୍କୁ ଏହି କାର ଦେଇଥିଲେ ଚଲାଇବା ପାଇଁ।

Advertisment

କିନ୍ତୁ ସଚିନ ବାଜେ ମନସୁଖଙ୍କୁ ଫେବୃଆରୀ ୫ରେ ଏହି କାର ଫେରାଇ ଦେଇଥିଲେ। ଷ୍ଟିଅରିଂ ଜାମ୍ ଅଛି ବୋଲି ଅଭିଯୋଗ କରିଥିଲେ ସଚିନ। ଏହାପରେ ଫେବୃଆରୀ ୧୭ରେ ମନସୁଖ ହିରେନ୍ ମୁମ୍ୱାଇ ନେଇ ଏହି କାରକୁ ଯାଇଥିଲେ। ମୁଲୁନ୍ଦ ଟୋଲ ପ୍ଲାଜା ନିକଟରେ ସେ କାରଟିକୁ ପାର୍କିଂ କରିଥିଲେ। ହେଲେ ଏହାର ପରଦିନ ସ୍କୋର୍ପିଓ କାରଟି ଚୋରି ହୋଇଯାଇଥିଲା ବୋଲି ମୃତକଙ୍କ ସ୍ତ୍ରୀ ଥାନାରେ କହିଛନ୍ତି।

ତେବେ କାରଟି ଚୋରି ହେବା ନେଇ ମନସୁଖ ବିଖ୍ରୋଲି ପୁଲିସରେ ଏତଲା ଦେଇଥିଲେ। ତେବେ ଫେବୃଆରୀ ୨୫ରେ କାରଟି ଅମ୍ୱାନୀଙ୍କ ଘର ଆଗରୁ ଉଦ୍ଧାର ହେବା ପରେ ବିଖ୍ରୋଲି ଏଟିଏସ ମନସୁଖଙ୍କୁ ଜେରା କରିଥିଲା। ତେବେ ମନସୁଖ ଚୋରି ହୋଇଥିବା ନେଇ ଏତଲା ଦେଇଥିବା ଏଟିଏସକୁ ଦେଖାଇଥିଲେ। ଏବେ ଏହି ମାମଲା ଏନଆଇଏ ତଦନ୍ତ କରୁଛି।

ତେବେ ଫେବୃଆରୀ ୨୭, ୨୮ ଏବଂ ମାର୍ଚ୍ଚ ୨ ଯାଏ ମନସୁଖ ସଚିନ ବାଜେଙ୍କ ସହିତ ଥିଲେ। ମନସୁଖ ମାର୍ଚ୍ଚ ୪ରେ ଫୋନ୍ କରି ତାଙ୍କୁ କହିଥିଲେ ସଚିନ ବାଜେ ସରେଣ୍ଡର କରିବାକୁ ପରାମର୍ଶ ଦେଉଛନ୍ତି। ତିନି ଚାରି ଦିନ ଭିତରେ ସେ ଜାମିନ କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ମନସୁଖ କହିଥିବା ବିମଳା କହିଛନ୍ତି। ଏହାପରେ ବିମଳା ଜାମିନ ବାବଦରେ ପରାମର୍ଶ କରିଥିଲେ। ହେଲେ ମନସୁଖ ଅଭିଯୁକ୍ତ ଭାବରେ ଦର୍ଶାଯାଇନଥିବାରୁ ଜାମିନ କରାଇ ହେବନି ବୋଲି ଓକିଲ ପରାମର୍ଶ ଦେଇଥିବା ପୁଲିସ ଆଗରେ କହିଛନ୍ତି ମୃତକଙ୍କ ସ୍ତ୍ରୀ।

ତେବେ ଏହାପରେ ମାର୍ଚ୍ଚ ୫ରେ ମନସୁଖଙ୍କ ମୃତ ଶରୀର ମମବ୍ରା କ୍ରିକରୁ ଉଦ୍ଧାର ହୋଇଥିଲା। ଥାନେ ପୁଲିସ କହିଛି ମୃତ ଶରୀର ଉଦ୍ଧାର ହେବା ବେଳେ ମୃତକଙ୍କ ମୁହଁରେ ଚାରି ପାଞ୍ଚୋଟି ରୁମାଲ ବନ୍ଧାଯାଇଥିଲା। ମନସୁଖ ପହଁରିବା ଜାଣିଛନ୍ତି। ସେ ଭଲ ଭାବରେ ପହଁରିବାର ଦକ୍ଷତା ରଖିଛନ୍ତି। ତେଣୁ ସେ ପାଣିର ବୁଡ଼ି କେବେ ଆତ୍ମହତ୍ୟା କରି ନାହାନ୍ତି ବୋଲି ମୃତକଙ୍କ ସ୍ତ୍ରୀ କହିଛନ୍ତି। ତାଙ୍କୁ ହତ୍ୟା କରାଯାଇଛି, ସଚିନ ବାଜେ ହିଁ ତାଙ୍କୁ ହତ୍ୟା କରିଥିବା ସେ ସନ୍ଦେହ କରିଛନ୍ତି।

ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ ସଚିନ ବାଜେଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ବିସ୍ପୋରକ ସାମଗ୍ରୀ ଭର୍ତ୍ତି ଗାଡ଼ି ପାଖରେ ଲୋକାଲ ପୁଲିସ ନପହଞ୍ଚି ଆଗ ଏଟିଏସ କେମିତି ପହଞ୍ଚିଲା ବୋଲି ପ୍ରଶ୍ନ କରିଛନ୍ତି। ଏବେ ସଚିନଙ୍କ ଗିରଫ ଦାବି କରିଛନ୍ତି ଫଡ଼ନାଭିସ।

ସୂଚନାଯୋଗ୍ୟ, ଚାକିରିରୁ ନିଲମ୍ୱିତ ହୋଇ ଶିବସେନାରେ ସାମିଲ ହୋଇଥିଲେ ସଚିନ ବାଜେ। ଏବେ ଶିବସେନା କ୍ଷମତାକୁ ଫେରିବା ପରେ ସଚିନଙ୍କ ଉପରୁ ନିଲମ୍ୱନ ହଠାଇ ପୁଣି ଚାକିରିରେ ଅବସ୍ଥାପିତ କରାଇଛି। ସଚିନ ବାଜେ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ରିପବ୍ଲିକ ଟିଭିର ପ୍ରତିଷ୍ଠାତା ଅର୍ଣ୍ଣବ ଗୋସ୍ୱାମୀଙ୍କ ବେଆଇନ୍ ଭାବରେ ଘରୁ ଉଠାଇ ନେଇ ଗିରଫ କରିଥିଲେ। ଆଉ ସୁପ୍ରିମକୋର୍ଟ ଏ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପୂର୍ବରୁ ଜେଲରେ ଏନକାଉଣ୍ଟରେ କରିବା ମାମଲାରେ ଚାକିରିରୁ ନିଲମ୍ୱିତ ହୋଇଥିଲେ ସଚିନ ବାଜେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe