Advertisment

ଦୋଷ ମାନିଲା ଅଫତାବ: ରାଗରେ କାଟିଥିଲା ଶ୍ରଦ୍ଧାଙ୍କ ଗଳା

ନୂଆଦିଲ୍ଲୀ: ଆଉ ୪ ଦିନ ବଢିଲା ଜହ୍ଲାଦ ପ୍ରେମିକ ଅଫତାବର ପୁଲିସ ରିମାଣ୍ଡ। ଆଜି ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଭିଡିଓ କନଫରେନ୍ସିଂରେ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା। ଅଧିକ ପଚରାଉଚରା ପାଇଁ ପୁଲିସ ତାକୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ପୁଲିସର ଆବେଦନକୁ ଅନୁମତି ଦେଇଛନ୍ତି କୋର୍ଟ। ଫଳରେ ଆଉ ୪ ଦିନ ରିମାଣ୍ଡରେ ନେଇ ଶ୍ରଦ୍ଧା ୱାକର ହତ୍ୟାକାରୀ ଅଫତାବକୁ ପଚରାଉଚରା କରିବ ଦିଲ୍ଲୀ ପୁଲିସ। ଆଜି କୋର୍ଟରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଦୋଷ ମାନିଲା ଅଫତାବ: ରାଗରେ କାଟିଥିଲା ଶ୍ରଦ୍ଧାଙ୍କ ଗଳା

shraddha-murder-case

ନୂଆଦିଲ୍ଲୀ: ଆଉ ୪ ଦିନ ବଢିଲା ଜହ୍ଲାଦ ପ୍ରେମିକ ଅଫତାବର ପୁଲିସ ରିମାଣ୍ଡ। ଆଜି ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଭିଡିଓ କନଫରେନ୍ସିଂରେ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା। ଅଧିକ ପଚରାଉଚରା ପାଇଁ ପୁଲିସ ତାକୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ପୁଲିସର ଆବେଦନକୁ ଅନୁମତି ଦେଇଛନ୍ତି କୋର୍ଟ। ଫଳରେ ଆଉ ୪ ଦିନ ରିମାଣ୍ଡରେ ନେଇ ଶ୍ରଦ୍ଧା ୱାକର ହତ୍ୟାକାରୀ ଅଫତାବକୁ ପଚରାଉଚରା କରିବ ଦିଲ୍ଲୀ ପୁଲିସ।

Advertisment

ଆଜି କୋର୍ଟରେ ହାଜର ସମୟରେ ବିଚାରପତିଙ୍କ ଆଗରେ ଦୋଷ ସ୍ୱୀକାର କରିଛି ଅଭିଯୁକ୍ତ ଅଫତାବ ପୁନାୱାଲା। ସେ କହିଛି ଯେ, ସେଦିନ ସେ ଯାହା ବି କରିଛି ରାଗରେ କରିଛି । ଅତି ରାଗିଯାଇ ବଡ଼ ଭୁଲ କରିଛି । ତେବେ ସେ ପୁଲିସକୁ ସଂପୂର୍ଣ୍ଣ ସହଯୋଗ କରୁଛି । ଏପରିକି ହତ୍ୟା ପରେ ଶ୍ରଦ୍ଧାଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକୁ କେଉଁଠି ଫୋପାଡିଛି ତାହା ପୁଲିସକୁ କହିସାରିଛି। ପୋଖରୀ ପାଖରେ ଶ୍ରଦ୍ଧାଙ୍କ ଖପୁରୀ ଫୋପାଡିଥିବା ଅଫତାବ କହିଥିବା ବେଳେ ତାହା ଏଯାଏଁ ମିଳିପାରିନି । ମ୍ୟାପ ଜରିଆରେ ପୋଲିସ ସେହି ସ୍ଥାନକୁ ଖୋଜୁଛି। ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ସୁରାକ ଯୋଗାଡ କରିବାକୁ ପୁଲିସ ୧୪ଟି ଟିମ୍ ଗଠନ କରିଛି ।

ପୁଲିସ ଅଫତାବକୁ ତୃତୀୟଥର ପାଇଁ ରିମାଣ୍ଡରେ ନେଇଛି। ଏହାପୂର୍ବରୁ ୫-୫ ଦିନ ପାଇଁ ଦୁଇ ଥର ରିମାଣ୍ଡରେ ନେଇ ପଚରାଉଚରା କରିଛି ପୁଲିସ। ଏଥିସହ ତାର ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟ ଅନୁମତି ଦେଇସାରିଛନ୍ତି । ତେବେ ତାରିଖ ଚୂଡାନ୍ତ ହୋଇନି । ସେହିପରି ଅଫତାବର ନାର୍କୋ ଟେଷ୍ଟ ପାଇଁ ବି ମିଳିସାରିଛି କୋର୍ଟଙ୍କ ଅନୁମତି । ପଲିଗ୍ରାଫ ଓ ନାର୍କୋ ଟେଷ୍ଟରେ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ମିଳିବା ଆଶା କରାଯାଉଛି ।

Advertisment