Advertisment

ବଢ଼ିଲା ଆଇପିଏସ ପରମବୀର ସିଂହଙ୍କ ଅଡୁଆ, ପଛରେ ପଡ଼ିଲା ଏସଆଇଟି ଓ ସିଆଇଡି

ମୁମ୍ୱାଇ: ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଚାନ୍ଦା ଆଦାୟ କରୁଥିବା କହି ନିଜର ଭାବମୂର୍ତ୍ତି ସଜାଡିବାକୁ ଚେଷ୍ଟା କରୁଥିବା ଆଇପିଏସ ପରମବୀର ସିଂହ ଏବେ ଅଡୁଆରେ। ଥାନେର ପୁଲିସ କମିଶନର ଥିବା ବେଳେ ପରମବୀର ଗୋଟିଏ ମାମଲାର ରଫାଦଫା କରିବା ପାଇଁ ଲାଞ୍ଚ ନେଇଥିବା ଜଣେ ବିଲଡର ଅଭିଯୋଗ କରିଥିଲେ। ଏହାପରେ ମହାରାଷ୍ଚ୍ର ସରକାର ପରମବୀରଙ୍କ ଦୁର୍ନୀତିର ଚେର ଭେଦିବାକୁ ଆରମ୍ଭ କରିଛନ୍ତି ପ୍ରୟାସ। ଏମିତିକି ପରମବୀର ସିଂହଙ୍କ ବିରୋଧରେ ମହାରାଷ୍ଟ୍ର ପୁଲିସ ଲୁକ୍ ଆଉଟ୍ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପରମବୀର ସିଂହଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

parambir-singh

ମୁମ୍ୱାଇ: ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଚାନ୍ଦା ଆଦାୟ କରୁଥିବା କହି ନିଜର ଭାବମୂର୍ତ୍ତି ସଜାଡିବାକୁ ଚେଷ୍ଟା କରୁଥିବା ଆଇପିଏସ ପରମବୀର ସିଂହ ଏବେ ଅଡୁଆରେ। ଥାନେର ପୁଲିସ କମିଶନର ଥିବା ବେଳେ ପରମବୀର ଗୋଟିଏ ମାମଲାର ରଫାଦଫା କରିବା ପାଇଁ ଲାଞ୍ଚ ନେଇଥିବା ଜଣେ ବିଲଡର ଅଭିଯୋଗ କରିଥିଲେ। ଏହାପରେ ମହାରାଷ୍ଚ୍ର ସରକାର ପରମବୀରଙ୍କ ଦୁର୍ନୀତିର ଚେର ଭେଦିବାକୁ ଆରମ୍ଭ କରିଛନ୍ତି ପ୍ରୟାସ। ଏମିତିକି ପରମବୀର ସିଂହଙ୍କ ବିରୋଧରେ ମହାରାଷ୍ଟ୍ର ପୁଲିସ ଲୁକ୍ ଆଉଟ୍ ନୋଟିସ ଜାରି କରିଥିବା ସୂଚନା ରହିଛି।

Advertisment

ଗତ ସପ୍ତାହରେ ଥାନେ ପୁଲିସକୁ ଆସି ବିଲଡର କେତନ ତନ୍ନା ପରମବୀରଙ୍କ ବିରୋଧରେ ଏଫଆଇଆର ଦାୟର କରିଥିଲେ। ଏହି ଏଫଆଇଆରରେ ପରମବୀର ସିଂହଙ୍କ ବ୍ୟତୀତ ଡିସିପି ଦୀପକ ଦେବରାଜ, ଏସିପି ପ୍ରଦୀପ ଶର୍ମା, ଇନସପେକ୍ଟର ରାଜକୁମାର କୋଥମିରେ, ଜେଲରେ ଗିରଫ ହୋଇ ରହିଥିବା ଗ୍ୟାଙ୍ଗଷ୍ଟାର ରବି ପୂଜାରୀ ଏବଂ ଥାନେର ଜଣେ ସାମ୍ୱାଦିକଙ୍କ ସମେତ ମୋଟ୍ ୨୮ ଜଣଙ୍କ ନାମ ରହିଛି। ଅଭିଯୋଗକାରୀ ବିଲଡର କହିଛନ୍ତି, ପରମୀବର ଥାନାରେ ପୁଲିସ କମିଶନର ଥିବା ବେଳେ ୨୦୧୮-୧୯ରେ ତାଙ୍କୁ ଏକ ବଟି ଆଦାୟ ମାମଲାରେ ପରମବୀର ଫସାଇ ଦେଇଥିଲେ। ଏଥିପାଇଁ ସେ ୧.୨୫ କୋଟି ଟଙ୍କା ଚାନ୍ଦା ମାଗିଥିଲେ। ଏହି ମାମଲାରେ ଥାନେ ପୁଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏକ ଏସଆଇଟି ଟିମ୍ ଗଠନ ହୋଇ ତଦନ୍ତ ଚାଲିଛି। ଏହି ମାମଲାରେ କିନ୍ତୁ ଏଯାବତ କେହି ଗିରଫ ହୋଇ ନାହାନ୍ତି।

ସେହିପରି ଆଉ ଏକ ମାମଲା ରହିଛି ପରମବୀର ସିଂହଙ୍କ ବିରୋଧରେ। ବୁକି ସୋନୁ ଜାଲାନ ପରମବୀରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ସିଆଇଡି ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନାଯୋଗ୍ୟ, ବିଜନେସ ଟାଇକୁନ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟେଲିଆ ପାଖରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ଜବତ ହୋଇଥିଲା। ଏହାପରେ ପରମବୀର ସିଂହଙ୍କୁ ପୁଲିସ କମିଶନର ପଦବୀରୁ ହଟାଇ ଦେଇଥିଲେ ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଏହି ସମୟରେ ଅନୀଲ ଦେଶମୁଖ କହିଥିଲେ ପରମବୀର ସିଂହ ଅନେକ ଦୁର୍ନୀତି ମାମଲାରେ ସାମିଲ୍ ରହିଛନ୍ତି। ତେଣୁ ତାଙ୍କୁ ଏହି ପଦରୁ ହଟାଇ ଦିଆଗଲା। ପରେ ପରେ ପରମବୀର ମଧ୍ୟ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାରେ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି।