Advertisment

ରାତାରାତି କୋଟି କୋଟି ଡୋଜ୍ ଟିକା ପ୍ରସ୍ତୁତ ସମ୍ଭବ ନୁହେଁ : ସେରମ୍

ନୂଆଦିଲ୍ଲୀ: କୋଭିଡ୍‌ ନେଇ ସମଗ୍ର ଦେଶ ଆତଙ୍କିତ ଥିବା ବେଳେ ସମସ୍ତେ ଟିକାକୁ ଚାତୁର ଭଳି ଅପେକ୍ଷା କରିଛନ୍ତି । ଏହାରି ଭିତରେ ଟିକାକରଣ ଚାଲିଥିବା ବେଳେେ ତାହା ପର୍ଯ୍ୟାପ୍ତ ହୋଇପାରୁ ନାହିଁ । ଏଭଳି ସ୍ଥିତିରେ ଶୀଘ୍ର ଟିକା ଯୋଗାଣ ନେଇ ଆଶ୍ୱସ୍ଥି ଦେଇଛି କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ ସେରମ୍ । ଟିକା ପ୍ରସ୍ତୁତି ଏକ ଜଟିଳ ଓ ସ୍ୱତନ୍ତ୍ର ପ୍ରକ୍ରିୟା । ଏହା ନିଶ୍ଚିତ ଯେ ଲୋକେ ଟିକା ପାଇବା ଲାଗି ବ୍ୟଗ୍ର ହେଉଛନ୍ତି । […]

ଅଦ୍ୟତନ ହୋଇଛି
ସେରମକୁ ୩ ହଜାର କୋଟି ଦେଲେ ସରକାର

Adar-Poonawalla

Advertisment

ନୂଆଦିଲ୍ଲୀ: କୋଭିଡ୍‌ ନେଇ ସମଗ୍ର ଦେଶ ଆତଙ୍କିତ ଥିବା ବେଳେ ସମସ୍ତେ ଟିକାକୁ ଚାତୁର ଭଳି ଅପେକ୍ଷା କରିଛନ୍ତି । ଏହାରି ଭିତରେ ଟିକାକରଣ ଚାଲିଥିବା ବେଳେେ ତାହା ପର୍ଯ୍ୟାପ୍ତ ହୋଇପାରୁ ନାହିଁ । ଏଭଳି ସ୍ଥିତିରେ ଶୀଘ୍ର ଟିକା ଯୋଗାଣ ନେଇ ଆଶ୍ୱସ୍ଥି ଦେଇଛି କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ ସେରମ୍ । ଟିକା ପ୍ରସ୍ତୁତି ଏକ ଜଟିଳ ଓ ସ୍ୱତନ୍ତ୍ର ପ୍ରକ୍ରିୟା ।
ଏହା ନିଶ୍ଚିତ ଯେ ଲୋକେ ଟିକା ପାଇବା ଲାଗି ବ୍ୟଗ୍ର ହେଉଛନ୍ତି । ରାତାରାତି କୋଟି କୋଟି ଡୋଜ୍ ଟିକା ପ୍ରସ୍ତୁତ କରିବା ସମ୍ଭବ ନୁହେଁ । ଟିକା ପ୍ରସ୍ତୁତି ଲାଗି ସରକାର ସବୁ ପ୍ରକାର ସହଯୋଗ କରୁଛନ୍ତି । ଏବେ ସୁଦ୍ଧା ୨୬ କୋଟି ଡୋଜ୍ ଲାଗି ଶତପ୍ରତିଶତ ଅଗ୍ରୀମ ମିଳିଛି ।

Advertisment

କେନ୍ଦ୍ର ଠାରୁ ୧୧ କୋଟି ଡୋଜ୍ ଲାଗି ଅଗ୍ରୀମ ମିଳିଛି । ରାଜ୍ୟ ଓ ଘରୋଇ ହସ୍ପିଟାଲର ମଧ୍ୟ ୧୧ କୋଟି ଡୋଜ୍ ଆବଶ୍ୟକ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଯଥା ସମ୍ଭବ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି । କିଛି ଦିନ ପୂର୍ବେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଏସଆଇ)ର ସିଇଓ ଅଦର ପୁନାୱାଲା ଲଣ୍ଡନର ଟାଇମ୍ସ ପତ୍ରିକାକୁ ସାକ୍ଷାତକାର ଦେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇ ଥିଲେ । ପୁନାୱାଲା କହିଥିଲେ ଯେ, କୋଭିସିଲ୍ଡ ଯୋଗାଣ ପାଇଁ ତାଙ୍କ ଉପରେ ଜବରଦସ୍ତ ଚାପ ପଡ଼ୁଛି।

ସାରା ଦେଶରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଉପରେ ଚାପ ପକାଯାଉଛି। ଏପରିକି ତାଙ୍କୁ ଦେଶର କିଛି ମୁଖ୍ୟମନ୍ତ୍ରୀ, ବଡ଼ ବ୍ୟବସାୟୀ ଏବଂ ବିତ୍ତଶାଳୀ ବ୍ୟକ୍ତିଙ୍କ ଫୋନ୍ କଲ୍ ଆସୁଛି । ଯଦି, ଟିକା ନମିଳେ ତେବେ ଏହା ଭଲ ହେବନି ବୋଲି ଫୋନ୍ କଲରେ ତାଙ୍କୁ ଧମକ ମିଳୁଛି । ଯାହା ପରେ ଏବେ ସେ ଅତ୍ୟଧିକ ଚାପରେ ରହିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe