Advertisment

୭ ବର୍ଷ ଜେଲରେ ରହିବା ପରେ ନିର୍ଦ୍ଦୋଷରେ ଖଲାସ ହେଲେ

ନୂଆଦିଲ୍ଲୀ: ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୭ ବର୍ଷ ଜେଲଦଣ୍ଡ ଭୋଗିବା ପରେ ଜଣେ ଗରିବ ବ୍ୟକ୍ତିଙ୍କୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ବେନିଫିଟ ଅଫ ଡାଉଟ ଯୋଗୁ କୋର୍ଟ ତାଙ୍କୁ ଜେଲରୁ ଖଲାସ କରିଥିବା ବେଳେ ଅଧିକରୁ ଅଧିକ ଗରିବ ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରୁ ନଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି। ୨୦୧୫ରେ ଏହି ବ୍ୟକ୍ତି ଜଣଙ୍କ ହରିଆଣାର ଗୋଟିଏ ଗାଁରେ ଚୋରି କରିବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ […]

ଅଦ୍ୟତନ ହୋଇଛି
୭ ବର୍ଷ ଜେଲରେ ରହିବା ପରେ ନିର୍ଦ୍ଦୋଷରେ ଖଲାସ ହେଲେ

sc

Advertisment

ନୂଆଦିଲ୍ଲୀ: ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୭ ବର୍ଷ ଜେଲଦଣ୍ଡ ଭୋଗିବା ପରେ ଜଣେ ଗରିବ ବ୍ୟକ୍ତିଙ୍କୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ବେନିଫିଟ ଅଫ ଡାଉଟ ଯୋଗୁ କୋର୍ଟ ତାଙ୍କୁ ଜେଲରୁ ଖଲାସ କରିଥିବା ବେଳେ ଅଧିକରୁ ଅଧିକ ଗରିବ ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରୁ ନଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

୨୦୧୫ରେ ଏହି ବ୍ୟକ୍ତି ଜଣଙ୍କ ହରିଆଣାର ଗୋଟିଏ ଗାଁରେ ଚୋରି କରିବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତାଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ତେବେ ଆଜି ଏହି ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏଥିସହ କୋର୍ଟ ଘଟଣାରେ ଆଜୀବନ ଜେଲଦଣ୍ଡ ପାଇଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଜେଲରୁ ତୁରନ୍ତ ଖଲାସ କରିବାକୁ ହରିଆଣା ସରକାରଙ୍କୁ କହିଛନ୍ତି। ଏମାନେ ଗରିବ ଲୋକ। କାହିଁକି ସେମାନଙ୍କୁ ଜେଲ୍‌ ଭିତରେ ରଖାଯିବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

୨୦୧୫ ମସିହା ଫେବୃଆରୀ ମାସରେ ରାଜାରାମ ଓ ଚିନ୍ଦାରାମ ହରିଆଣାର ନାଗପୁର ଗାଁରେ ଜଣେ ୭୬ ବର୍ଷୀୟ ବୃଦ୍ଧାଙ୍କୁ ହତ୍ୟା କରିଥିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପ୍ରଥମେ ଟ୍ରାଏଲ କୋର୍ଟ ଓ ଏହାପରେ ୨୦୧୯ରେ ହାଇକୋର୍ଟ ସେମାନଙ୍କ ଆଜୀବନ ଜେଲଦଣ୍ଡକୁ କାଏମ ରଖିଥିଲେ।

Advertisment

ଆଜି ସୁପ୍ରିମକୋର୍ଟର ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ଅଜୟ ରସ୍ତୋଗୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି, “ଏମାନେ ଗରିବ ଲୋକ। ସେମାନେ କାହିଁକି ଜେଲରେ ରହିବେ? ସେମାନେ ଆଇନ ସେବା ଅଧିକାରୀଙ୍କ ଜରିଆରେ ଏଠାକୁ ଆସିଛନ୍ତି। ଆମେ ଜାଣିନୁ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ଜୀବନ୍ତ ନା ମୃତ। ଗରିବ ଲୋକମାନେ ସୁପ୍ରିମକୋର୍ଟ ଆସି ପାରୁନାହାନ୍ତି।”

ହାଇକୋର୍ଟ ଉଭୟଙ୍କ ଦଣ୍ଡାଦେଶକୁ କାଏମ ରଖିବା ପରେ ରାଜାରାମ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମାଗଣା ଆଇନ ସହାୟତାର ବ୍ୟବହାର କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ତାଙ୍କ ସହଯୋଗୀ ଚିନ୍ଦାରାମ କୌଣସି ପ୍ରକାରର ଆବେଦନ କରି ନଥିଲେ।

ରାଜ୍ୟ ସରକାରଙ୍କ ଆଇନ ସେବା ଗ୍ରହଣ କରିବା ପରେ ରାଜାରାମଙ୍କ ପକ୍ଷରୁ ଆଇନଜୀବୀ ମିନାକ୍ଷୀ ଭିଜ୍‌ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ମୃତ ମହିଳାଙ୍କ ଘର ଭିତରକୁ ରାଜରାମ ପ୍ରବେଶ କରିଥିବା କେହି ଦେଖି ନାହାନ୍ତି। ତଳ କୋର୍ଟ ପଡ଼ୋଶୀଙ୍କ ବୟାନକୁ ଭିତ୍ତିକରି ରାଜାରାମଙ୍କୁ ଦୋଷୀ ସାବ୍ୟସ୍ତ କରାଇଥିଲେ।

ପଡ଼ୋଶୀମାନେ କେବଳ ରାଜରାମ ଓ ତାଙ୍କ ସହଯୋଗୀ ମହିଳାଙ୍କ ଘର ପାଖରେ ବୁଲୁଥିବା କହିଛନ୍ତି। ହେଲେ କେହି ବି ରାଜରାମ ତାଙ୍କ ଘର ଭିତରକୁ ଯାଇଥିବା ଦେଖିନାହାନ୍ତି ବୋଲି ସେ କହିଥିଲେ।

ସୁପ୍ରିମକୋର୍ଟ ଏହାପରେ ରାଜାରାମଙ୍କୁ ବେନିଫିଟ୍‌ ଅଫ ଡାଉଟ ପାଇଁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Supreme Court Indian Judiciary System
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe