Advertisment

ଗୋଟିଏରୁ ଅଧିକ  ଛୁଆ ରହିଲେ ସରକାରୀ ସୁବିଧା ଦିଆ ନଯାଉ: ଗିରିରାଜ ସିଂହ

ନୂଆଦିଲ୍ଲୀ: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକ ପ୍ରସଙ୍ଗରେ ଗୁରୁତ୍ୱାରୋପ କରିଛନ୍ତି  କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। କୌଣସି ଧର୍ମ ଏବଂ ଜାତିର ଭେଦଭାବ ନରଖି ଏହି  ବିଲକୁ ଆଣିବାକୁ ମନ୍ତବ୍ୟ ରଖିଛନ୍ତି ଗିରିରାଜ ସିଂହ ।  ଯାହାର ଗୋଟିଏରୁ ଅଧିକ  ଛୁଆ ରହିଛି ସେମାନଙ୍କୁ କୌଣସି ସରକାରୀ ଯୋଜନାର ସୁବିଧା ସୁଯୋଗ  ନଦେବାକୁ କହିଛନ୍ତି ଗିରିରାଜ ସିଂହ।  ସେମାନଙ୍କର ଭୋଟ୍ ଦେବା ଅଧିକାରକୁ  ମଧ୍ୟ ରଦ୍ଦ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଗିରିରାଜ । ପରିବାରରେ  ଗୋଟିଏ ଛୁଆ […]

ଅସନ୍ତୋଷ ଝାଡ଼ିଲେ କେନ୍ଦ୍ରମନ୍ତ୍ରୀ; ସ୍ୱଚ୍ଛତା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ବାକି ଘର ମଞ୍ଜୁର କରିବେ

Shandilya Giriraj Singh

Advertisment

ନୂଆଦିଲ୍ଲୀ: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକ ପ୍ରସଙ୍ଗରେ ଗୁରୁତ୍ୱାରୋପ କରିଛନ୍ତି  କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। କୌଣସି ଧର୍ମ ଏବଂ ଜାତିର ଭେଦଭାବ ନରଖି ଏହି  ବିଲକୁ ଆଣିବାକୁ ମନ୍ତବ୍ୟ ରଖିଛନ୍ତି ଗିରିରାଜ ସିଂହ ।  ଯାହାର ଗୋଟିଏରୁ ଅଧିକ  ଛୁଆ ରହିଛି ସେମାନଙ୍କୁ କୌଣସି ସରକାରୀ ଯୋଜନାର ସୁବିଧା ସୁଯୋଗ  ନଦେବାକୁ କହିଛନ୍ତି ଗିରିରାଜ ସିଂହ।  ସେମାନଙ୍କର ଭୋଟ୍ ଦେବା ଅଧିକାରକୁ  ମଧ୍ୟ ରଦ୍ଦ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଗିରିରାଜ । ପରିବାରରେ  ଗୋଟିଏ ଛୁଆ ଆଇନକୁ ନେଇ ଚାଇନାରେ ବର୍ତ୍ତମାନ ଜନ୍ମ ନିୟନ୍ତ୍ରଣକୁ ଆସିଲାଣି।   ଚାଇନାରେ ପ୍ରତି ମିନିଟରେ ୧୦ ଶିଶୁ ଜନ୍ମ ନେଉଥିବାବେଳେ ଭାରତରେ ୩୦ ଶିଶୁ  ଜନ୍ମ ନେଉଛନ୍ତି।

Advertisment

ଗିରିରାଜ ସିଂହ କହିଛନ୍ତି, ୧୯୭୮ ପୂର୍ବରୁ ଚାଇନାର ଜିଡିପି ଭାରତର ଜିଡିପି ତୁଳନାରେ କମ ରହିଥିଲା। ହେଲେ ବର୍ତ୍ତମାନ ଚୀନ ଆମଠାରୁ ଉନ୍ନତ କାହିଁକି? କାରଣ ୧୯୭୯ରେ ଚୀନ ୱାନ ଚାଇଲ୍ଡ ପଲିସି ଆଣିଥିଲା। ସେ ଆହୁରି କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକ ଖୁବ୍ ଗୁରୁତ୍ୱପୂର୍ଣ୍ଣ, ଆମେ ଏହାକୁ ଲାଗୁ କରିପାରିବା। ଚାଇନା ୱାନ ଚାଇଲ୍ଡ ପଲିସି ଲାଗୁ କରିଛି। ଏଥିପାଇଁ ଏହି ଦେଶ ଜନସଂଖ୍ୟା ନିୟନ୍ତ୍ରଣ ଓ ବିକାଶ ହାସଲ କରିଛି। ଚାଇନାରେ ଗୋଟିଏ ମିନିଟରେ ୧୦ ଜଣ ଶିଶୁ ଜନ୍ମ ହୋଇଥାନ୍ତି, ଯେତେବେଳେ କି ଭାରତରେ  ଗୋଟିଏ ମିନିଟରେ ୩୦ ଜଣ ଶିଶୁ ଜନ୍ମ ନେଉଛନ୍ତି।

ଏଭଳି ସ୍ଥିତିରେ ଆମେ ଚାଇନା ସହ କେଉଁଭଳି ମୁକାବିଲା କରିବୁ ବୋଲି ଗିରିରାଜ କହିଛନ୍ତି। ଗିରିରାଜ କହିଛନ୍ତି, ଜନସଂଖ୍ୟା ବିଲ ଦେଶର ସବୁ ଧର୍ମ-ସମ୍ପ୍ରଦାୟ ପାଇଁ ଲାଗୁ କରିବାର ଆବଶ୍ୟକତା ରହିଛି।କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ପରେ ବିବାଦ ଜୋର ଧରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe