Jawan.jpg1
ନୂଆଦିଲ୍ଲୀ: ଅପହରଣର ପ୍ରାୟ ୧୦୦ ଘଣ୍ଟା ପରେ ମାଓବାଦୀଙ୍କ କବଳରୁ ମୁକୁଳିଛନ୍ତି କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମାନହାସ। ଆଜି ଅପରାହ୍ନରେ ମାଓବାଦୀମାନେ ମଧ୍ୟସ୍ଥିଙ୍କ ଆଲୋଚନା କରିବା ପରେ ତାଙ୍କୁ ଛାଡ଼ିଛନ୍ତି। ଏବେ ସେ ବାସାଗୁଡ଼ା କ୍ୟାମ୍ପରେ ପହଞ୍ଚି ଥିବା ବେଳେ ତାଙ୍କର ମେଡିକାଲ ଚେକ୍ଅପ କରାଯାଉଛି।
ତେବେ ରାକେଶ୍ୱରଙ୍କୁ ଛାଡ଼ିବା ପୂର୍ବରୁ ମାଓବାଦୀମାନେ ପ୍ରଜାକୋର୍ଟ ଆୟୋଜନ କରିଥିଲେ। ଜଙ୍ଗଲ ନିକଟସ୍ଥ ଗାଁରେ ଏହି ପ୍ରଜାକୋର୍ଟ ବସିଥିଲା। ଏହି ପ୍ରଜାକୋର୍ଟକୁ ମାଓବାଦୀମାନେ ପଣବନ୍ଦୀ କରି ରଖିଥିବା ରାକେଶ୍ୱରଙ୍କୁ ଆଣିଥିଲେ। ଏହି ସମୟରେ ତାଙ୍କର ଦୁଇ ହାତ ବନ୍ଧା ଯାଇଥିଲା। ପ୍ରଜାକୋର୍ଟରେ ସରକାରଙ୍କ ଦୁଇ ମଧ୍ୟସ୍ଥି ଓ ୭ ଜଣ ମିଡିଆ ସଦସ୍ୟଙ୍କ ଆଗରେ ରାକେଶ୍ୱରଙ୍କ ବିଚାର କରାଯାଇଥିଲା।
ଏହି ସମୟରେ ଶତାଧିକ ଗାଁ ଲୋକ ମଧ୍ୟ ଉପସ୍ଥିତ ରହିଥିଲେ। ଦୀର୍ଘ ସମୟ ଧରି ମାଓବାଦୀଙ୍କ ପକ୍ଷରୁ ଦୁଇ ମଧ୍ୟସ୍ଥି ପଦ୍ମଶ୍ରୀ ଧର୍ମପାଲ ସାଇନି ଓ ଗୋଣ୍ଡୱାନା ସମାଜ ମୁଖ୍ୟ ତେଲେମା ବୋରିୟାଙ୍କ ଆଲୋଚନା କରାଯାଇଥିଲା। ୭ ଜଣିଆ ମିଡିଆ କର୍ମୀ ମଧ୍ୟ ଏହାର ରେକର୍ଡ କରିଥିଲେ।
ମାଓବାଦୀମାନେ ଟୋପି ସହ ମୁହଁକୁ ଘୋଡ଼ାଇ ରଖିଥିବା ସାମ୍ନାକୁ ଆସିଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ବିଚାର ସରିବା ପରେ ରାକେଶ୍ୱରଙ୍କୁ ହାତକୁ ଖୋଲା ଯାଇ ମଧ୍ୟସ୍ଥିଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାର ଦୃଶ୍ୟକୁ ମାଓବାଦୀଙ୍କ ଅନୁମତିକ୍ରମେ ମିଡିଆ କର୍ମୀମାନେ ରେକର୍ଡ କରିଥିଲେ। ଏହାପରେ ମିଡିଆ କର୍ମୀଙ୍କ ବାଇକ୍ରେ ବସି ସେ କ୍ୟାମ୍ପକୁ ଆସିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/Jawan.jpg1_.jpg)