Advertisment

ଯିଏ ସମାଲୋଚନା କରୁଥିଲେ ଏବେ ସିଏ ନେବେ କଂଗ୍ରେସର ନିର୍ବାଚନ ଦାୟିତ୍ୱ!

ନୂଆଦିଲ୍ଲୀ: ବଦଳିଗଲେ କଂଗ୍ରେସ ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ମାଟି କାମୁଡିବା ପରେ ଏବେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ମିଶି କାମ କରିବାକୁ ରାଜି ହୋଇଛି। ୬ ମାସ ପୂର୍ବରୁ କିନ୍ତୁ କଂଗ୍ରେସର ପ୍ରମୁଖ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଥିଲେ ପ୍ରଶାନ୍ତ। ଏବେ ସେହି ବ୍ୟକ୍ତି ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି। ଖାଲି ଏତିକି ନୁହେଁ ଗୋଆରେ ପ୍ରଶାନ୍ତଙ୍କ ନେତୃତ୍ୱରେ କଂଗ୍ରେସକୁ ଭାଙ୍ଗି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ରାହୁଲ ଗାନ୍ଧିଙ୍କ ସହ ପଟୁଆର ଯିବାକୁ ସଜବାଜ ! ଇଡି ଅଫିସ ସମ୍ମୁଖରେ ୧୪୪ ଧାରା

Priyanka and rahul

ନୂଆଦିଲ୍ଲୀ: ବଦଳିଗଲେ କଂଗ୍ରେସ ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ମାଟି କାମୁଡିବା ପରେ ଏବେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ମିଶି କାମ କରିବାକୁ ରାଜି ହୋଇଛି। ୬ ମାସ ପୂର୍ବରୁ କିନ୍ତୁ କଂଗ୍ରେସର ପ୍ରମୁଖ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଥିଲେ ପ୍ରଶାନ୍ତ। ଏବେ ସେହି ବ୍ୟକ୍ତି ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି। ଖାଲି ଏତିକି ନୁହେଁ ଗୋଆରେ ପ୍ରଶାନ୍ତଙ୍କ ନେତୃତ୍ୱରେ କଂଗ୍ରେସକୁ ଭାଙ୍ଗି ଟିଏମସି ନିଅଁ ପକାଉଥିଲା। ହେଲେ ବିଜେପିର ନିର୍ବାଚନ ରଣନୀତି ଆଗରେ ଉଭୟ ଟିଏମସି ଏବଂ କଂଗ୍ରେସ ଚିତପଟାଙ୍ଗ ହୋଇଛନ୍ତି।

Advertisment

ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ପରେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏହାପରେ ୨୦୨୪ ଲୋକସଭା ନିର୍ବାଚନ ହେବ। ତେଣୁ ଏହା ପୂର୍ବରୁ କଂଗ୍ରସ ନିଜର ଘରର ଛପର ସଜାଡି ସୁରକ୍ଷିତ ରହିବାକୁ ନିଷ୍ପତ୍ତି ନେଇଛି। ତେଣୁ ଏବେ ସମସ୍ତ କଥାକୁ ପଛରେ ପକାଇ ପ୍ରଶାନ୍ତଙ୍କୁ କୋଳେଇ ନେଇଥିବା ସୂଚନା ରହିଛି। ଆଉ ପ୍ରଶାନ୍ତ ମଧ୍ୟ ନିଜର ଦୀର୍ଘଦିନର ଅଭିଳାଶ ପୂରଣ କରିବାକୁ ଯାଇ କଂଗ୍ରେସ ପାଇଁ ନିର୍ବାଚନ ରଣନୀତି ତିଆରି କରିବେ ବୋଲି ଚର୍ଚ୍ଚା ହେଉଛି।

କିଶୋର ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିବା ସମୟରେ କହିଛନ୍ତି ଯେ ଯଦି କଂଗ୍ରେସ ବିଜେପିକୁ ଚ୍ୟାଲେଞ୍ଜ ଦେବାକୁ ଚାହେଁ ତେବେ ତୁରନ୍ତ କାମ ଆରମ୍ଭ କରିବା ଆବଶ୍ୟକ। କଂଗ୍ରେସର ଜଣେ ନେତା କହିଛନ୍ତି, ଯଦିଓ ଆମେ କର୍ଣ୍ଣାଟକରେ ବହୁତ ଆତ୍ମବିଶ୍ୱାସ ଅନୁଭବ କରୁଥିଲୁ, କିନ୍ତୁ ଏହି ନିର୍ବାଚନ ଫଳାଫଳ ପରେ ଏହା କମିଛି। ଉତ୍ତରାଖଣ୍ଡ ଭଳି ସ୍ଥାନରେ ବିଜେପି ଯେଉଁ ଧ୍ରୁବୀକରଣକୁ ସଫଳତାର ସହ ବ୍ୟବହାର କରିଛି, ତାହା ଅନ୍ୟ ରାଜ୍ୟରେ ମଧ୍ୟ ପ୍ରଭାବଶାଳୀ ଭାବେ କାମ କରିବ ବୋଲି ଆଶଙ୍କା ହେଉଛି। ତେଣୁ ଆମକୁ କିଛି କରିବାର ଆବଶ୍ୟକତା ରହିଛି। ଗୁଜରାଟ କଂଗ୍ରେସର କାର୍ୟ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ କହିଛନ୍ତି, ପ୍ରଶାନ୍ତ କିଶୋରଙ୍କ ବିଷୟରେ ଆମେ କିଛି ଶୁଣିନାହୁଁ।

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କିଶୋର, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି। କଂଗ୍ରେସର ଦୁଇ ନେତା ଏହି ବୈଠକରେ ଯୋଗଦେବା ନେଇ ସୂଚନା ଦେଇଛନ୍ତି। ତେବେ ଏହି ବୈଠକ ସମ୍ପର୍କରେ ସରକାରୀ ଭାବେ କିଛି କୁହାଯାଇ ନାହିଁ। କଂଗ୍ରେସର ଅନ୍ୟ ନିର୍ବାଚନର ରଣନୀତିକାର ସୁନୀଲ କାନୁଗାଲୁ ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିବାର ଗୋଟିଏ ଦିନ ପରେ ପିକେଙ୍କ ସହ ଏହି ସାକ୍ଷାତ କରିଛନ୍ତି। ପିକେଙ୍କ ସହିତ ଏହି ଭେଟଘାଟ ଗୁଜରାଟ କଂଗ୍ରେସ ଦଳ ସହ କାମ କରିବା ପାଇଁ ଥିଲା। ଆସନ୍ତା ଡିସେମ୍ବର ମାସରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ପ୍ରଶାନ୍ତ କିଶୋର ୨୦୨୦ ପ୍ରାରମ୍ଭରେ କଂଗ୍ରେସ ସହ ଯୋଗାଯୋଗରେ ଥିଲେ। ୨୦୨୪ ନିର୍ବାଚନ ପ୍ରଚାରରେ ସହାୟତା କରିବାକୁ ଯୋଜନା କରିଥିଲେ। ଏହାପରେ ଅନେକ ବୈଠକ ପରେ ମଧ୍ୟ ପିକେ ଓ ଗାନ୍ଧୀ ପରିବାର ମଧ୍ୟରେ ହୋଇଥିଲେ। ହେଲେ ପିକେଙ୍କୁ ନେଇ କଂଗ୍ରେସର ଅନେକ ନେତା ରାଜି ନହେବାରୁ ଶେଷରେ ପିକେ ଏବଂ ଗାନ୍ଧୀ ପରିବାର ମଧ୍ୟରେ ହେବାକୁ ଥିବା ଡିଲ୍ ବାତିଲ ହୋଇଥିଲା।

Congress Prashant Kishore