Advertisment

ସାମ୍ନାକୁ ଆସିଲେ ପ୍ରଶାନ୍ତ କିଶୋରଙ୍କ ପାର୍ଟ-୨ ! କଂଗ୍ରେସ୍‌ ଦେଲା ଅଫର

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ଭାବେ ପ୍ରଶାନ୍ତ କିଶୋରଙ୍କୁ  ସବୁ ବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ନିର୍ବାଚନ ପରିଚାଳନାରେ  ଚାଣକ୍ୟ ଭାବେ ପରିଚିତ ପ୍ରଶାନ୍ତଙ୍କ ଡିମାଣ୍ଡ କହିଲେ ନସରେ। ନିର୍ବାଚନ ଫଳାଫଳକୁ ଚମକେଇ ପାରୁଥିବାର ମନ୍ତ୍ର ଜାଣିଥିବା ପ୍ରଶାନ୍ତ  ଏକାଧିକ ଦଳ ସହ କାମ କରିଛନ୍ତି। ହେଲେ ଏବେ ତାଙ୍କ ଭଳି ଆଉ ଜଣେ ଚେହେରା ସାମ୍ନାକୁ ଆସିଛନ୍ତି। ସେ ବି ଠିକ୍‌  ପ୍ରଶାନ୍ତଙ୍କ ଭଳି ନିର୍ବାଚନରେ ଯାଦୁ ଦେଖାଉଛନ୍ତି। ଏହି ନୂଆ ରଣନୀତିଜ୍ଞ ଆଉ କେହି ନୁହଁନ୍ତି ବରଂ […]

ଅଦ୍ୟତନ ହୋଇଛି
କିଏ ପ୍ରଶାନ୍ତ କିଶୋର, ତାଙ୍କ ଭୂମିକା କ’ଣ?

prasanth-kishore

Advertisment

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ଭାବେ ପ୍ରଶାନ୍ତ କିଶୋରଙ୍କୁ  ସବୁ ବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ନିର୍ବାଚନ ପରିଚାଳନାରେ  ଚାଣକ୍ୟ ଭାବେ ପରିଚିତ ପ୍ରଶାନ୍ତଙ୍କ ଡିମାଣ୍ଡ କହିଲେ ନସରେ। ନିର୍ବାଚନ ଫଳାଫଳକୁ ଚମକେଇ ପାରୁଥିବାର ମନ୍ତ୍ର ଜାଣିଥିବା ପ୍ରଶାନ୍ତ  ଏକାଧିକ ଦଳ ସହ କାମ କରିଛନ୍ତି। ହେଲେ ଏବେ ତାଙ୍କ ଭଳି ଆଉ ଜଣେ ଚେହେରା ସାମ୍ନାକୁ ଆସିଛନ୍ତି। ସେ ବି ଠିକ୍‌  ପ୍ରଶାନ୍ତଙ୍କ ଭଳି ନିର୍ବାଚନରେ ଯାଦୁ ଦେଖାଉଛନ୍ତି। ଏହି ନୂଆ ରଣନୀତିଜ୍ଞ ଆଉ କେହି ନୁହଁନ୍ତି ବରଂ ପ୍ରଶାନ୍ତଙ୍କ ସହଯୋଗୀ  ସୁନୀଲ କାନୁଗୁଲୁ।  ପ୍ରଶାନ୍ତଙ୍କ ସହ ଡିଲ୍‌ ଫେଲ ହେବା ପରେ ସୁନୀଲଙ୍କୁ କଂଗ୍ରେସ୍‌  ଅଫର ଦେଇ ଆପଣେଇଛି।

Advertisment

ସୁନୀଲ ଏବେ ପ୍ରଶାନ୍ତଙ୍କ ଭଳି କଂଗ୍ରେସ ପାଇଁ ନିର୍ବାଚନ ରଣନୀତି କରିବେ। ଦଳ କେମିତି ସୁଦୃଢ଼ ସ୍ଥିତିରେ ପହଞ୍ଚିବ ସେନେଇ ସୁନୀଲ ତାଙ୍କ ଫର୍ମୁଲା ଲଗାଇବେ । ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ ହେବାକୁ ଥିବା କିଛି ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱ ସୁନୀଲଙ୍କୁ ଦିଆଯାଇଛି। ସେ ମଧ୍ୟ ୨୦୨୪ ସାଧାରଣ ନିର୍ବାଚନ ପାଇଁ କାମ କରିବେ ବୋଲି ଜଣାପଡ଼ିଛି। ୨୦୧୪ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଟିମ୍‌ ପାଇଁ  ପ୍ରଶାନ୍ତଙ୍କ ସହ ସୁନୀଲ ମଧ୍ୟ କାମ କରିଥିଲେ। ସେତେବେଳେ ମୋଦିଙ୍କ ନେତୃତ୍ୱାଧୀନରେ ବିଜେପିକୁ ଜିତାବାରେ ପ୍ରଶାନ୍ତଙ୍କ ଭୂମିକାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲେ। ଏହି ବିଜୟ ପଛରେ ସୁନୀଲଙ୍କ ଅବଦାଦନ ଥିଲେ ମଧ୍ୟ ସେ ଲୁକାୟିତ ଭାବେ ଥିଲେ। ଧିରେ ଧିରେ ସେ ନିଜର ଦକ୍ଷତା ପ୍ରଦର୍ଶନ କରି ଅନ୍ୟ ଦଳ ସହ କାମ କରିବା ଆରମ୍ଭ କରିଦେଇଥିଲେ ସୁନୀଲ। ପୂର୍ବରୁ  ଉଭୟ ସୁନୀଲ ଏବଂ ପ୍ରଶାନ୍ତ ବିଜେପି, ଡିଏମକେ, ଏଆଡିଏମକେ ଏବଂ ଅକାଳି ଦଳ ସହ ଏକାଠି କାମ କରିଛନ୍ତି।

ବେଙ୍ଗଲ ନିର୍ବାଚନ ପରେ ପ୍ରଶାନ୍ତ କିଶୋର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା।  ଆଲୋଚନାରେ ପ୍ରଶାନ୍ତ କଂଗ୍ରେସରେ ସ୍ଥାୟୀ ପରାମର୍ଶଦାତା ନେଇ  ଚର୍ଚ୍ଚା ହେଉଥିଲା। ତେବେ ଦଳର ଶୀର୍ଷ ନେତୃବୃନ୍ଦଙ୍କ ସହ ଏକାଧିକବାର ଆଲୋଚନା ହୋଇଥିଲେ ମଧ୍ୟ କେହି କାହା ସର୍ତ୍ତରେ ରାଜି ହୋଇ ନଥିଲେ। ତେବେ ପ୍ରଶାନ୍ତ କିଶୋରଙ୍କ ସହ ଡିଲ୍‌ ଫେଲ ହେବା ପରେ ତାଙ୍କ ସହଯୋଗୀ  ସୁନୀଲଙ୍କୁ ଦାୟିତ୍ୱ ଦେଇଛି ଦଳ। ସୁନୀଲ ତାମିଲନାଡ଼ୁରେ ଆଞ୍ଚଳିକ ଦଳ ଏଆଇଏଡିଏମକେ ସହ କାମ କରି ଦଳକୁ ବିଜୟ ମୁକୁଟ ପିନ୍ଧାଇବାରେ ବେଶ ଭୂମିକା ନିଭାଇଥିଲେ। ତେବେ ପ୍ରାରମ୍ଭରୁ କଂଗ୍ରେସ କାମ କରିବା ପାଇଁ  ସୁନୀଲ ଅମଙ୍ଗ ହୋଇଥିଲେ ମଧ୍ୟ ପରେ ରାଜି ହୋଇଥିଲେ। ୨୦୨୩ରେ ଥିବା କର୍ଣ୍ଣାଟକ ଏବଂ ତେଲେଙ୍ଗାନା ବିଧାନ ସଭା ନିର୍ବାଚନ ପାଇଁ  ପ୍ରସ୍ତୁତି କରିବେ। ୨୦୧୪ରେ ବିଜେପି ସହ କାମ ଆରମ୍ଭ କରିଥିବା  ସୁନୀଲ ୨୦୧୭ ପର୍ଯ୍ୟନ୍ତ ଦଳ ସହ ଯୋଡ଼ି ହୋଇ ରହିଥିଲେ।। ତେବେ ୨୦୧୯ରେ ସୁନୀଲ ଡିଏମକେ ଦଳର ରଣନୀତିଜ୍ଞ ଭାବେ ଦାୟିତ୍ୱ ନେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe