Advertisment

ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର, ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ଥିବା ବେଳେ ହଠାତ୍‌ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ପ୍ରଶାନ୍ତ କିଶୋର ଦିଲ୍ଲୀରେ ଥିବା ରାହୁଲ ଗାନ୍ଧିଙ୍କ ବାସଭବନକୁ ଯାଇ ତାଙ୍କ ସହ କଥା ହୋଇଛନ୍ତି। ଏହି ବୈଠକରେ ପ୍ରିୟଙ୍କା, କେସି ଭେନୁଗୋପାଲ ଓ ହରିଶ ରାୱତ ଉପସ୍ଥିତ ଥିଲେ। ହରିଶ ରାୱତ ପଞ୍ଜାବ କଂଗ୍ରେସର ପ୍ରଭାରୀ ହୋଇଥିବା ବେଳେ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ରାଜନୀତିକ […]

author-image
Hemant Lenka
ଅଦ୍ୟତନ ହୋଇଛି
ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର, ହୋଇପାରେ ବଡ଼ ଘୋଷଣା

Rahul-Gandhi

ନୂଆଦିଲ୍ଲୀ: ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ଥିବା ବେଳେ ହଠାତ୍‌ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ପ୍ରଶାନ୍ତ କିଶୋର ଦିଲ୍ଲୀରେ ଥିବା ରାହୁଲ ଗାନ୍ଧିଙ୍କ ବାସଭବନକୁ ଯାଇ ତାଙ୍କ ସହ କଥା ହୋଇଛନ୍ତି। ଏହି ବୈଠକରେ ପ୍ରିୟଙ୍କା, କେସି ଭେନୁଗୋପାଲ ଓ ହରିଶ ରାୱତ ଉପସ୍ଥିତ ଥିଲେ।

Advertisment

ହରିଶ ରାୱତ ପଞ୍ଜାବ କଂଗ୍ରେସର ପ୍ରଭାରୀ ହୋଇଥିବା ବେଳେ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ରାଜନୀତିକ ପରାମର୍ଶଦାତା। ତେଣୁ ପ୍ରଶାନ୍ତ କିଶୋର ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ରାହୁଲ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ସେହିପରି ପ୍ରଶାନ୍ତ କିଶୋର ବୈଠକ କରିଥିବାରୁ କଂଗ୍ରେସ ପଞ୍ଜାବକୁ ନେଇ ବଡ଼ ଘୋଷଣା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଗୋଟିଏ ପଟେ ପଞ୍ଜାବ କଂଗ୍ରସରେ ବରିଷ୍ଠ ନେତା ନବୋଜତ ସିଂହ ସିଦ୍ଧୁ ଓ ଅମରିନ୍ଦର ସିଂହଙ୍କୁ ନେଇ ବିବାଦ ଚାଲିଛି

Advertisment

ଏହି ବିବାଦର ସମାଧାନ ପାଇଁ କଂଗ୍ରେସ ହେଭିୱେଟ ଉଦ୍ୟମ କରୁଥିଲେ ହେଁ ଏଯାଏ କୌଣସି ସୁଫଳ ମିଳିନାହିଁ। ତେଣୁ ପ୍ରଶାନ୍ତ କିଶୋର ଏହି ବିବାଦର ସମାଧାନ ପାଇଁ ରାହୁଲ ଗାନ୍ଧିଙ୍କୁ କୌଣସି ମନ୍ତ୍ର ଦେଇଥିବା କୁହାଯାଉଛି। ଏ ସମ୍ପର୍କରେ ଖୁବଶୀଘ୍ର ଜଣାପଡ଼ିବ ବୋଲି ସମସ୍ତେ ଆଶା କରିଛନ୍ତି।

ଅନ୍ୟପକ୍ଷରେ ସିଦ୍ଧୁ ଆଜି ଆପ୍‌ରେ ଯୋଗଦେବାର ସଙ୍କେତ ଦେଇ ଟ୍ୱିଟ କରିଥିଲେ। ଏହାପରେ ପ୍ରଶାନ୍ତ କିଶୋର ଦିଲ୍ଲୀ ଆସି ରାହୁଲଙ୍କ ସହ ବୈଠକ କରିଛନ୍ତି। ଏସବୁକୁ ନେଇ ପଞ୍ଜାବ ରାଜନୀତି ସରଗରମ ହୋଇ ଉଠିଛି। ବିବାଦର ସମାଧାନ କରି ନିର୍ବାଚନ ପାଇଁ କଂଗ୍ରେସ କେମିତି ପ୍ରସ୍ତୁତ ହେବ, ତା’ ଉପରେ ଏବେ ସମସ୍ତଙ୍କ ନଜର।

Congress Prashant Kishore Punjab Election