Advertisment

ଗୁଗୁଲି ମାରିଲେ ପ୍ରଶାନ୍ତ: ବିଜେପିକୁ ଚ୍ୟାଲେଞ୍ଜ କରିପାରିବେନି ୩ୟ ସାମ୍ମୁଖ୍ୟ

ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିରୋଧୀ ଦଳଗୁଡ଼ିକୁ ଗୁଗୁଲି ମାରିଛନ୍ତି। ସେ ଆସନ୍ତା ସାଧାରଣ ନିର୍ବାଚନ ବେଳେ କୌଣସି ବିରୋଧ ଦଳଗୁଡ଼ିକ ପାଇଁ ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ବିଜେପି ବିରୋଧରେ କୌଣସି ସମ୍ଭାବ୍ୟ ତୃତୀୟ କିମ୍ବା ୪ର୍ଥ ସାମ୍ମୁଖ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ତାଙ୍କର ବିଶ୍ୱାସ ନଥିବା ପ୍ରଶାନ୍ତ କିଶୋର କହିଛନ୍ତି। ବର୍ତ୍ତମାନ ରାଜନୀତିକ ପରିସ୍ଥିତିରେ ତୃତୀୟ ସାମ୍ମୁଖ୍ୟ ସମ୍ପର୍କରେ ସେ କୌଣସି ପ୍ରକାରର […]

ଅଦ୍ୟତନ ହୋଇଛି
ଗୁଗୁଲି ମାରିଲେ ପ୍ରଶାନ୍ତ: ବିଜେପିକୁ ଚ୍ୟାଲେଞ୍ଜ କରିପାରିବେନି ୩ୟ ସାମ୍ମୁଖ୍ୟ

PK

Advertisment

ନୂଆଦିଲ୍ଲୀ: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିରୋଧୀ ଦଳଗୁଡ଼ିକୁ ଗୁଗୁଲି ମାରିଛନ୍ତି। ସେ ଆସନ୍ତା ସାଧାରଣ ନିର୍ବାଚନ ବେଳେ କୌଣସି ବିରୋଧ ଦଳଗୁଡ଼ିକ ପାଇଁ ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ବିଜେପି ବିରୋଧରେ କୌଣସି ସମ୍ଭାବ୍ୟ ତୃତୀୟ କିମ୍ବା ୪ର୍ଥ ସାମ୍ମୁଖ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ତାଙ୍କର ବିଶ୍ୱାସ ନଥିବା ପ୍ରଶାନ୍ତ କିଶୋର କହିଛନ୍ତି। ବର୍ତ୍ତମାନ ରାଜନୀତିକ ପରିସ୍ଥିତିରେ ତୃତୀୟ ସାମ୍ମୁଖ୍ୟ ସମ୍ପର୍କରେ ସେ କୌଣସି ପ୍ରକାରର ଚିନ୍ତା କରିନାହାନ୍ତି ବୋଲି ମଧ୍ୟ କହିଛନ୍ତି।

Advertisment

ପ୍ରଶାନ୍ତ କିଶୋର ଗତକାଲି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସହ ଦୀର୍ଘ ୩ ଘଣ୍ଟା କାଳ ବୈଠକ କରିଥିଲେ। ଏହାପରେ ଶରଦ ପାୱାର ଆଜି ୧୫ଟି ବିରୋଧୀ ଦଳର ନେତାଙ୍କୁ ନେଇ ବୈଠକ କରିବେ ବୋଲି କହିଛନ୍ତି। ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟକୁ ନେଇ ଚର୍ଚ୍ଚା ହେଉଛି।

ଏସବୁ ଭିତରେ ପ୍ରଶାନ୍ତ କିଶୋର ବିଜେପି ବିରୋଧରେ ଗଠନ ହେବାକୁ ଥିବା ତୃତୀୟ ସାମ୍ମୁଖ୍ୟ ପାଇଁ ୨୦୨୪ରେ ରଣନୀତିଜ୍ଞ ସାଜିବେ ବୋଲି କୁହାଯାଉଥିଲା। ହେଲେ ପ୍ରଶାନ୍ତ କିଶୋର ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

Advertisment

ସେ ଗୋଟିଏ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, “ମୁଁ ତୃତୀୟ କିମ୍ବା ୪ର୍ଥ ସାମ୍ମୁଖ୍ୟରେ ବିଶ୍ୱାସ କରେନାହିଁ। ତୃତୀୟ କିମ୍ବା ୪ର୍ଥ ସାମ୍ମୁଖ୍ୟ ବିଜେପିକୁ ଚ୍ୟାଲେଞ୍ଜ ଦେଇପାରିବ ବୋଲି ମଧ୍ୟ ମୋର ବିଶ୍ୱାସ ହେଉନି। ବର୍ତ୍ତମାନ ତୃତୀୟ ସାମ୍ମୁଖ୍ୟ ଗଠନ ଚିନ୍ତା ମୋ ମୁଣ୍ଡରେ ନାହିଁ। ଏ ସମ୍ପର୍କରେ କିଛି ବି ବିଚାର କରାଯାଇ ନାହିଁ।

ନିକଟରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବିଜୟୀ ହେବା ସବୁ ବିରୋଧୀ ଦଳଗୁଡ଼ିକୁ ବଡ଼ ସନ୍ଦେଶ ଦେଇଛି। ସେମାନେ ମଧ୍ୟ ମମତାଙ୍କ ଭଳି ବିଜେପି ବିରୋଧରେ ଲଢ଼େଇ କରିପାରିବେ ଓ ଦଳକୁ ଚ୍ୟାଲେଞ୍ଜ ଦେଇପାରିବେ।”

Prashant Kishore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe