Advertisment

କଂଗ୍ରେସର ହାତ ଧରିବେ ପ୍ରଶାନ୍ତ କିଶୋର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ!

ଚଣ୍ଡିଗଡ: ପୁଣି ପଞ୍ଜାବ କଂଗ୍ରେସରେ ଆରମ୍ଭ ହୋଇଛି ହଇଚଇ। ବିବାଦ ନଥମୁଣୁ ପୁଣି ଦଳକୁ କମ୍‌ବ୍ୟାକ୍‌ କରିବେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ପଶ୍ଚିମବଙ୍ଗ ପରେ ଏବେ ପଞ୍ଜାବ ରାଜନୀତିରେ ଏଣ୍ଟ୍ରି କରିବେ ପିକେ। ସେ ଏବେ କଂଗ୍ରେସର ହାତ ଧରିବେ। ମମତାଙ୍କ ପରେ ପ୍ରଶାନ୍ତ କିଶୋର କଂଗ୍ରେସ ପାଇଁ ଆଗାମୀ ବିଧାନସଭା ନିର୍ବାଚନ ଲାଗି ତିଆରି କରିବେ ନୂଆ ଷ୍ଟ୍ରାଟେଜି। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘୋଷଣା କରିଛନ୍ତି। ଦଳର ନେତାଙ୍କ ସହ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପଞ୍ଜାବ ସରକାର ଅଦଳ ବଦଳ ପଛରେ ପିକେ !

prashant Kishore

ଚଣ୍ଡିଗଡ: ପୁଣି ପଞ୍ଜାବ କଂଗ୍ରେସରେ ଆରମ୍ଭ ହୋଇଛି ହଇଚଇ। ବିବାଦ ନଥମୁଣୁ ପୁଣି ଦଳକୁ କମ୍‌ବ୍ୟାକ୍‌ କରିବେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ପଶ୍ଚିମବଙ୍ଗ ପରେ ଏବେ ପଞ୍ଜାବ ରାଜନୀତିରେ ଏଣ୍ଟ୍ରି କରିବେ ପିକେ। ସେ ଏବେ କଂଗ୍ରେସର ହାତ ଧରିବେ। ମମତାଙ୍କ ପରେ ପ୍ରଶାନ୍ତ କିଶୋର କଂଗ୍ରେସ ପାଇଁ ଆଗାମୀ ବିଧାନସଭା ନିର୍ବାଚନ ଲାଗି ତିଆରି କରିବେ ନୂଆ ଷ୍ଟ୍ରାଟେଜି। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘୋଷଣା କରିଛନ୍ତି।

Advertisment

ଦଳର ନେତାଙ୍କ ସହ ଆଲୋଚନା ବେଳେ ଚନ୍ନି ଏଭଳି କହିଛନ୍ତି। ଖୁବ୍‌ ଶୀଘ୍ର ପ୍ରଶାନ୍ତ କିଶୋର ରଣନୀତିକାର ଭାବେ ଦଳରେ ସାମିଲ ହେବେ। ଏନେଇ ହାଇକମାଣ୍ଡ ପାଖରୁ ଗ୍ରୀନ୍‌ ସିଗ୍‌ନାଲ ମିଳିଛି । ପ୍ରଶାନ୍ତ କିଶୋରଙ୍କ ସହ ଏବାବଦରେ କଥା ହେବା ପାଇଁ ତାଙ୍କୁ ନିର୍ଦ୍ଦେଶ ମିଳିଥିବା ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି।

ଗତ ବିଳମ୍ବିତ ରାତିରେ ପଞ୍ଜାବର ସମସ୍ତ ବିଧାୟକ ଏବଂ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ବୈଠକ କରିଥିଲେ। ଏହି ସମୟରେ ଖୁବଶୀଘ୍ର ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ଦଳରେ ସାମିଲ କରାଯିବ ବୋଲି ସେ କହିଥିଲେ। ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ଚୌଧୁରୀ ତାଙ୍କୁ ପ୍ରଶାନ୍ତ କିଶୋରଙ୍କ ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ବାଣ୍ଟିବାକୁ ପରାମର୍ଶ ଦେଇଛନ୍ତି।

Advertisment

ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ପୁନର୍ବାର ପ୍ରଶାନ୍ତଙ୍କୁ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ଦଳୀୟ ଆଭ୍ୟନ୍ତରୀଣ ବିବାଦ ସହ ସଂଗ୍ରାମ କରୁଥିବା କଂଗ୍ରେସ ଆସନ୍ତା ବିଧାନସଭା ନିର୍ବାଚନରେ ​​ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚାଲିଛି ଆଲୋଚନା।

ଯଦି ପ୍ରଶାନ୍ତ କିଶୋର ପଞ୍ଜାବରେ କଂଗ୍ରେସ ପାଇଁ ପୁନଃ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ଅଛନ୍ତି, ତା’ହେଲେ ସେ ନିର୍ବାଚନ ରଣନୀତିଜ୍ଞ ଭାବରେ ପ୍ରତ୍ୟାବର୍ତ୍ତନ କରିବେ। ସୂଚନା ଥାଉ କି କିଛି ମାସ ପୂର୍ବରୁ ପ୍ରଶାନ୍ତ କିଶୋର ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କରିଥିଲେ।

ଗତ କିଛି ଦିନ ତଳେ ପ୍ରଶାନ୍ତ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ବିଜେପିକୁ ସମର୍ଥନ କରିଥିଲେ। ଏହାପରେ ସେ କଂଗ୍ରେସରେ ମିଶିବା ଖବରକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା। ଏବେ ପୁଣିଥରେ ସେ କଂଗ୍ରସେରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।