Advertisment

ଡରାଇଲା କରୋନାର ତୃତୀୟ ଲହର, ଗୋଟିଏ ଜିଲ୍ଲାରେ ୮ ହଜାର ଶିଶୁ ସଂକ୍ରମିତ

ମୁମ୍ବାଇ: ମହାମାରୀ କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ସମ୍ଭାବ୍ୟ ତୃତୀୟ ୱେଭ ଡରାଇବା ଆରମ୍ଭ କଲାଣି। ମହାରାଷ୍ଟ୍ରର ଅହମଦନଗରରେ କେବଳ ମେ’ ମାସରେ ୮ ହଜାରରୁ ଅଧିକ ଛୋଟ ପିଲା କରୋନା ଭାଇରସରେ ଆକ୍ରାନ୍ତ ହେବାରୁ ତୃତୀୟ ଲହରକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। କାରଣ କରୋନାର ତୃତୀୟ ୱେଭ ଛୋଟ ପିଲାଙ୍କୁ ଅଧିକ ଟାର୍ଗେଟ କରିବାର ଆଶଙ୍କା ଥିବା ବିଶେଷଜ୍ଞମାନେ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ଠାରୁ ସମ୍ଭାବ୍ୟ […]

ଅଦ୍ୟତନ ହୋଇଛି
ଡରାଇଲା କରୋନାର ତୃତୀୟ ଲହର, ଗୋଟିଏ ଜିଲ୍ଲାରେ ୮ ହଜାର ଶିଶୁ ସଂକ୍ରମିତ

Child Wearing mask

Advertisment

ମୁମ୍ବାଇ: ମହାମାରୀ କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ସମ୍ଭାବ୍ୟ ତୃତୀୟ ୱେଭ ଡରାଇବା ଆରମ୍ଭ କଲାଣି। ମହାରାଷ୍ଟ୍ରର ଅହମଦନଗରରେ କେବଳ ମେ’ ମାସରେ ୮ ହଜାରରୁ ଅଧିକ ଛୋଟ ପିଲା କରୋନା ଭାଇରସରେ ଆକ୍ରାନ୍ତ ହେବାରୁ ତୃତୀୟ ଲହରକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି।

Advertisment

କାରଣ କରୋନାର ତୃତୀୟ ୱେଭ ଛୋଟ ପିଲାଙ୍କୁ ଅଧିକ ଟାର୍ଗେଟ କରିବାର ଆଶଙ୍କା ଥିବା ବିଶେଷଜ୍ଞମାନେ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ଠାରୁ ସମ୍ଭାବ୍ୟ ତୃତୀୟ ୱେଭର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ମହାରାଷ୍ଟ୍ରର ସଙ୍ଗଲି ସହରରେ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ କୋଭିଡ-୧୯ ୱାର୍ଡ ପ୍ରସ୍ତୁତ କରାଯାଇଛି। ଏଠାରେ ବର୍ତ୍ତମାନ ୫ ଜଣ ଛୋଟ ପିଲା ଚିକିତ୍ସିତ ହେଉଥିବା ବେଳେ ଅଧିକରୁ ଅଧିକ ଆକ୍ରାନ୍ତଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। କର୍ପୋରେଟର ଅଭିଜିତ ଭୋଶଲେ କହିଛନ୍ତି, “ଆମେ ମାନେ ଛୋଟ ପିଲାଙ୍କ ପାଇଁ ଏହି କୋଭିଡ ୱାର୍ଡ ପ୍ରସ୍ତୁତ କରିଛୁ। ତେଣୁ ଯଦି ବି କେବେ କରୋନାର ତୃତୀୟ ୱେଭ ଆସିବ, ତା’ହେଲେ ଆମେ ଏହାକୁ ଠିକ୍ ଭାବେ ମୁକାବିଲା କରିପାରିବୁ। ୱାର୍ଡରେ ଛୋଟ ପିଲାମାନେ ଆଦୌ ହସ୍ପିଟାଲରେ ରହିଛନ୍ତି ବୋଲି ଅନୁଭବ କରିବେ ନାହିଁ। ସେମାନେ ନର୍ସରୀ କିମ୍ବା ସ୍କୁଲରେ ରହିଥିବା ଭଳି ଅନୁଭବ କରିବେ। ଏଥିପାଇଁ ୱାର୍ଡରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।”

Advertisment

ଅହମଦନଗରରେ ଛୋଟ ପିଲା ଓ ୧୮ ବର୍ଷରୁ କମ ବୟସ୍କମାନେ ଅଧିକରୁ ଅଧିକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ମେ’ ମାସରେ ୮ ହଜାରରୁ ଅଧିକ ଛୋଟ ପିଲା କରୋନାରେ ଆକ୍ରାନ୍ତ ହେବାରୁ ତୃତୀୟ ଲହରକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଛି। ଜିଲ୍ଲାର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏମାନଙ୍କ ସଂଖ୍ୟା ୧୦%ରୁ ଅଧିକ। ଏଥିପାଇଁ ପ୍ରଶାସନ ପକ୍ଷରୁ ତୃତୀୟ ୱେଭର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି।

ବିଧାୟକ ସଂଗ୍ରାମ ଜଗତପ କହିଛନ୍ତି, କରୋନାର ଦ୍ୱିତୀୟ ୱେଭ ବେଳେ ବେଡ୍ ଓ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଥିଲା। ତେଣୁ ତୃତୀୟ ୱେଭ ବେଳେ ଆମେ ଏହି ସମସ୍ୟାକୁ ସମାଧାନ କରିବାକୁ ଲକ୍ଷ୍ୟ ରଖିଛୁ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯାଇଥିବା ସେ କହିଛନ୍ତି।

ରାଜ୍ୟ ସରକାର କରୋନାର ସମ୍ଭାବ୍ୟ ତୃତୀୟ ୱେଭକୁ ନେଇ କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି। ଜୁଲାଇ ଶେଷ କିମ୍ବା ଅଗଷ୍ଟ ପ୍ରଥମରୁ ତୃତୀୟ ୱେଭର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ଏହି ଦୁଇ ମାସ ମଧ୍ୟରେ ସରକାର ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିବାକୁ ଚାହୁଁଛନ୍ତି।

Maharashtra Third Wave Of Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe