Advertisment

ଦେଶ ଛାଡ଼ି ପଳାଇଲେ ରାଷ୍ଟ୍ରପତି, ଲୋକେ ଆତଙ୍କିତ

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ପଳାଇଛନ୍ତି। ଆଫଗାନିସ୍ତାନର ପ୍ରମୁଖ ନ୍ୟୁଜ୍ ‘ଟୋଲୋ ନ୍ୟୁଜ’ ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଘନିଙ୍କୁ ତାଲିବାନ ଆଗରେ ଆତ୍ମସମର୍ପଣ କରିବାକୁ ତାଲିବାନ କହିଥିଲା କିନ୍ତୁ ଘନି ଏପରି କରିନଥିଲେ। ତେଣୁ ସେ ପ୍ରଥମେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କ ଟିମ୍ ସହିତ ଦେଶ ଛାଡ଼ି ତାଜିକିସ୍ତାନ (Tajikistan) ପଳାଇଥିବା ଜଣାପଡ଼ିଛି। ଏବେ ରାଷ୍ଟ୍ରପତି ଭବନରେ ତାଲିବାନ ଏବଂ ସରକାରୀ ଅଧିକାରୀଙ୍କ ସହ କ୍ଷମତା […]

author-image
Subhransu Sekhar
ଅଦ୍ୟତନ ହୋଇଛି
ରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ବିସ୍ଫୋରଣ

afghan president

କାବୁଲ: ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ପଳାଇଛନ୍ତି। ଆଫଗାନିସ୍ତାନର ପ୍ରମୁଖ ନ୍ୟୁଜ୍ ‘ଟୋଲୋ ନ୍ୟୁଜ’ ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଘନିଙ୍କୁ ତାଲିବାନ ଆଗରେ ଆତ୍ମସମର୍ପଣ କରିବାକୁ ତାଲିବାନ କହିଥିଲା କିନ୍ତୁ ଘନି ଏପରି କରିନଥିଲେ। ତେଣୁ ସେ ପ୍ରଥମେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କ ଟିମ୍ ସହିତ ଦେଶ ଛାଡ଼ି ତାଜିକିସ୍ତାନ (Tajikistan) ପଳାଇଥିବା ଜଣାପଡ଼ିଛି। ଏବେ ରାଷ୍ଟ୍ରପତି ଭବନରେ ତାଲିବାନ ଏବଂ ସରକାରୀ ଅଧିକାରୀଙ୍କ ସହ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଚାଲିଛି ବୋଲି ସୂଚନା ରହିଛି।

Advertisment

https://twitter.com/TOLOnews/status/1426898033774637060?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1426898033774637060%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.livehindustan.com%2Finternational%2Fstory-afghanistan-under-taliban-control-president-ashraf-ghani-leaves-the-country-4365679.html

ସୂଚନାନୁସାରେ, ଅଲି ଅହମ୍ମଦ ଜଲଲି ରବିବାର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ଖବର ସରବରାହ ସଂସ୍ଥା ଖାମା ପ୍ରେସର ରିପୋର୍ଟ ଅନୁଯାୟୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅବଦୁଲ୍ଲା ଅବଦୁଲ୍ଲା ଏ ନେଇ ସରକାରୀ ପ୍ରକ୍ରିୟା ଏବଂ ତାଲିବାନ ମଧ୍ୟରେ ମଧ୍ୟସ୍ଥତା କରୁଛନ୍ତି। ତେବେ ରାଷ୍ଟ୍ରପତି ଏବଂ ତାଙ୍କ ଟିମ୍ ଦେଶ ଛାଡ଼ି ତାଜିକିସ୍ତାନ (Tajikistan) ପଳାଇଥିବାରୁ ଏବେ ଆତଙ୍କିତ ରହିଛନ୍ତି ଆଫଗାନର ସ୍ଥାନୀୟ ବାସିନ୍ଦା।

Advertisment

ଆଫଗାନିସ୍ତାନର ତିନିଜଣ ଅଧିକାରୀ ଖବର ସରବାରହ ସଂସ୍ଥା ଆସୋସିଏଟେଡ୍ ପ୍ରେସକୁ କହିଛନ୍ତି ଯେ ତାଲିବାନ ରାଜଧାନୀର କାଲାକାନ, କରବାଗ ଏବଂ ପାଗମାନ ଜିଲ୍ଲାରେ ଅଛି। ତାଲିବାନ ଏବେ ଏହି ସ୍ଥାନରେ ଥିବା ଆମେରିକାର ସୈନ୍ୟବାହିନୀକୁ ତଡି ଦେଇଛନ୍ତି। ଆମେରିକା ଏଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆଫଗାନର ସୁରକ୍ଷା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲା। ହେଲେ ତାଲିବାନ ଆଗରେ ସେହି ସୁରକ୍ଷା କର୍ମୀ ସକ୍ରିୟ ନହୋଇ ନିରବ ରହିଛନ୍ତି। ଯାହାକି ତାଲିବାନ ସଂଗଠନର ପ୍ରଭାବକୁ ସୂଚାଇଛି।

ତାଲିବାନର ମୁଖପାତ୍ର ସୁହେଲ ଶାହିନ୍ କାତାରର ଅଲଜାଜିରା ଚ୍ୟାନେଲକୁ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ସ୍ଥାନାନ୍ତର ପାଇଁ ତାଲିବାନ ଅପେକ୍ଷା କରିଛି। ସରକାର ଏବଂ ତାଲିବାନ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି ସେ ନେଇ କିନ୍ତୁ ସେ କିଛି କହି ନାହାନ୍ତି। ତେବେ ବିନା ସର୍ତ୍ତରେ ସରକାର ଆତ୍ମସମର୍ପଣ କରୁ ବୋଲି ତାଲିବାନ ଚାହୁଁଥିବା ମୁଖପାତ୍ର କହିଛନ୍ତି।

ତାଲିବାନ ଆଗାମୀ ଦିନରେ ଆଫଗାନିସ୍ତାନରେ କ୍ଷମତାରେ ରହିବ। ଏହାକୁ ଦେଖି ଆଫଗାନିସ୍ତାନରେ ରହୁଥିବା ବିଦେଶୀ ନିଜ ନିଜ ଦେଶକୁ ଫେରୁଥିବା ଦେଖିବାକୁ ମିିଳିଛି। ତେଣୁ ବିମାନ ବନ୍ଦରରେ ଲୋକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି। ସେହିପରି ତାଲିବାନ ପକ୍ଷରୁ କୁହାଯାଉଛି କାବୁଲର ବିଦେଶୀମାନେ ଯଦି ରହିବାକୁ ଚାହୁଁଛନ୍ତି ତେବେ ଆଗାମୀ ଦିନରେ ତାଲିବାନ ପ୍ରଶାସକଙ୍କ ନିକଟରେ ସେମାନେ ରେଜିଷ୍ଟ୍ରିସେନ କରିବା ଉଚିତ।