Advertisment

ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର, ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କଲେ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଦେଶର ୨୯ ଜଣ ମହିଳାଙ୍କୁ ନାରୀ ଶକ୍ତି ପୁରସ୍କାରରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ୨୦୨୦ ଓ ୨୦୨୧ ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ ଓ ୨୦୨୧ ବର୍ଷ ପାଇଁ ଉଲ୍ଲେଖନୀୟ ଏବଂ ପ୍ରଶଂସନୀୟ ଉପଲବ୍ଧି ହାସଲ କରିଥିବା ୨୯ ଜଣ ମହିଳାମାନଙ୍କୁ ରାଷ୍ଟ୍ରପତି କୋବିନ୍ଦ […]

author-image
Hemant Lenka
ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାର, ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କଲେ

shruti

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଦେଶର ୨୯ ଜଣ ମହିଳାଙ୍କୁ ନାରୀ ଶକ୍ତି ପୁରସ୍କାରରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Advertisment

କାର୍ଯ୍ୟକ୍ରମରେ ୨୦୨୦ ଓ ୨୦୨୧ ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ ଓ ୨୦୨୧ ବର୍ଷ ପାଇଁ ଉଲ୍ଲେଖନୀୟ ଏବଂ ପ୍ରଶଂସନୀୟ ଉପଲବ୍ଧି ହାସଲ କରିଥିବା ୨୯ ଜଣ ମହିଳାମାନଙ୍କୁ ରାଷ୍ଟ୍ରପତି କୋବିନ୍ଦ ପୁରସ୍କୃତ କରିଛନ୍ତି। ନାରୀ ସଶକ୍ତୀକରଣ ବିଶେଷ କରି ଦୁର୍ବଳ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୯ ଜଣ ମହିଳାଙ୍କୁ ମୋଟ ୨୮ଟି ପୁରସ୍କାର (୨୦୨୦ ଓ ୨୦୨୧ ବର୍ଷ ପାଇଁ ୧୪ ଜଣ ଲେଖାଏ) ରେ ସମ୍ମାନିତ କରାଯାଇଛି।

ମହିଳାମାନଙ୍କ ଉପଲବ୍ଧିକୁ ସମ୍ମାନ ଜଣାଇବା ଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ସଫଳ ମହିଳା ଓ ସଂଗଠନଗୁଡ଼ିକୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଉଛି। କୋଭିଡ-୧୯ ମହାମାରୀ ଯୋଗୁ ଯୋଗୁ ୨୦୨୦ ଓ ୨୦୨୧ ବର୍ଷରେ ଏହି ପୁରସ୍କାର ପ୍ରଦାନ କରାଯାଇ ନଥିଲେ। ତେଣୁ ଚଳିତ ବର୍ଷ ୨ ବର୍ଷର ପୁରସ୍କାର ଏକାଠି ଦିଆଯାଇଛି।

Advertisment

ଆଜି ପୁରସ୍କୃତ ହୋଇଥିବା ୨୯ ଜଣଙ୍କ ମଧ୍ୟରେ ଓଡିଶାର ଶ୍ରୁତି ମହାପାତ୍ର ମଧ୍ୟ ରହିଛନ୍ତି। ଡେଭଲପମେଣ୍ଟାଲ ବାୟୋଲୋଜିରେ ପିଏଚଡି କରିଥିବା ଶ୍ରୁତି ମହାପାତ୍ର ଏମଏସସିରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସିଭିଲ‌ ସର୍ଭିସରେ କୃତକାର୍ଯ୍ୟ ହେବା ପରେ ସେ ଗୋଟିଏ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ଼ ଅଚଳ ହୋଇଯାଇଥିଲା। ଏଥିଯୋଗୁ ସେ ଆଉ ସରକାରୀ ଚାକିରିରେ ଯୋଗ ଦେଇପାରି ନଥିଲେ। ଏଥିରେ ଭାଙ୍ଗି ନ ଯାଇ ସେ ୧୯୮୭ରୁ ୧୯୯୬ ଯାଏ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନଙ୍କୁ ତାଲିମ ଦେଇଥିଲେ।

ଶ୍ରୁତି ମହାପାତ୍ର ଦିବ୍ୟାଙ୍ଗ ଅଧିକାର ପାଇଁ ଲଢ଼େଇ କରି ଲୋକପ୍ରିୟତା ହାସଲ କରିଛନ୍ତି। ଓଡ଼ିଶା ପ୍ରୋଟେକସନ ଅଫ ଚାଇଲ୍ଡ ରାଇଟର ପୂର୍ବତନ କମିଶନ ହେଉଛନ୍ତି ଶ୍ରୁତି। ସେ ବର୍ତ୍ତମାନ ଜାତୀୟ ଦିବ୍ୟାଙ୍ଗ ଅଧିକାରୀ କମିଟିର ସଦସ୍ୟ ରହିଛନ୍ତି।

ନାରୀ ଶକ୍ତି ପୁରସ୍କାର ପାଇଁ ସମାଜସେବା, ସାହିତ୍ୟ, ସେନା, ଶିକ୍ଷା, କୃଷି, ଉଦ୍ୟୋଗ, ହସ୍ତଶିଳ୍ପ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ହାସଲ କରିଥିବା ମହିଳାଙ୍କୁ ବଛାଯାଇଥାଏ।