Advertisment

ଓଡ଼ିଶାର ୫ ଜଣଙ୍କ ସହ ଗୁଲାମ ନବୀ ଆଜାଦ ଗ୍ରହଣ କଲେ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି ୫ ଓଡ଼ିଆ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୫ ଓଡ଼ିଆଙ୍କ ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଅବଦାନ ପାଇଁ ଅନେକ ଲୋକଙ୍କୁ ପଦ୍ମ ପୁରସ୍କାର ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶାର ସମାଜ ସଂସ୍କାରକ ତଥା ବିଶିଷ୍ଟ ପ୍ରବଚକ ଶ୍ରୀମଦ ବାବା […]

author-image
Hemant Lenka
ଓଡ଼ିଶାର ୫ ଜଣଙ୍କ ସହ ଗୁଲାମ ନବୀ ଆଜାଦ ଗ୍ରହଣ କଲେ ପଦ୍ମ ପୁରସ୍କାର

padma

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି ୫ ଓଡ଼ିଆ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୫ ଓଡ଼ିଆଙ୍କ ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଅବଦାନ ପାଇଁ ଅନେକ ଲୋକଙ୍କୁ ପଦ୍ମ ପୁରସ୍କାର ମିଳିଛି।

Advertisment

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶାର ସମାଜ ସଂସ୍କାରକ ତଥା ବିଶିଷ୍ଟ ପ୍ରବଚକ ଶ୍ରୀମଦ ବାବା ବଳିଆ, ବିଜ୍ଞାନ ଓ ବୈଷୟିକଜ୍ଞାନ କ୍ଷେତ୍ରରେ ପ୍ରଫେସର ଡ ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ବିଶିଷ୍ଟ କଣ୍ଠଶିଳ୍ପୀ ଡ ଶ୍ୟାମାମଣୀ ଦେବୀ, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି।

Advertisment


ଏହାବାଦ ଭାରତ ବର୍ଷର ବରିଷ୍ଟ ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ଗୁରୁ ପ୍ରସାଦ ମହାପାତ୍ରଙ୍କୁ (ମରଣୋତ୍ତର) ପଦ୍ମଶ୍ରୀ ସମ୍ମାନ ମିଳିଛି। ସ୍ୱର୍ଗତ ଗୁରୁଙ୍କର ପତ୍ନୀ ଅଞ୍ଜଳି ମହାପାତ୍ର ରାଷ୍ଟ୍ରପତି କୋବିନ୍ଦଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ସ୍ୱଗର୍ତ ଗୁରୁ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଗୁଜରାଟ କ୍ୟାଡର ଆଇପିଏସ।

ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ଉତ୍ସବରେ ମୋଟ ୬୪ ଜଣଙ୍କୁ ସମ୍ମାନୀତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାରର ବିତରଣ ଉତ୍ସବ ୨୮ ତାରିଖରେ ଅନୁଷ୍ଠିତ ହେବ।

ଏହି ପର୍ଯ୍ୟାୟରେ ଖ୍ୟାତନାମା ଲେଖିକା ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ ଓ ପାରା ଅଲମ୍ପିକ୍ସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପୁରସ୍କାର ବିଜେତା ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନରେ ରାଷ୍ଟ୍ରପତି ସମ୍ମାନୀତ କରିବେ।


ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ କରିଛନ୍ତି। ପୂର୍ବତନ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ମିଳିଛି। ଜେନେରାଲ ରାୱତଙ୍କ ଦୁଇ ଝିଅ କ୍ରିତିକା ଓ ତାରିଣୀ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଗତବର୍ଷ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ୍ ବିପିନ ରାୱତଙ୍କର ମୃତ୍ୟୁ ଘଟିଥିଲା।

ପାରା ଶୁଟର ଅବନୀ ଲେଖାର କ୍ରୀଡ଼ା ବର୍ଗରେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ସେ ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଥିଲେ। ଭାରତୀୟ ମହିଳା ହକି ଟିମର ବନ୍ଦନା କଟାରିୟା ମଧ୍ୟ ଆଜି ପଦ୍ମଶ୍ରୀ ଗ୍ରହଣ କରିଛନ୍ତି।

ପାରା ଜାଭେଲିନ ଖେଳାଳି ଦେବେନ୍ଦ୍ର ଝାଝାରିଆଙ୍କୁ ପଦ୍ମ ଭୂଷଣରେ ସମ୍ମାନୀତ କରାଯାଇଛି। ଆଜି ରାଷ୍ଟ୍ରପତି ଦୁଇ ଜଣଙ୍କୁ ପଦ୍ମ ବିଭୂଷଣ, ୮ ଜଣଙ୍କୁ ପଦ୍ମ ଭୂଷଣ ଓ ୫୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି। ଜେନାରାଲ ରାୱତଙ୍କ ବ୍ୟତୀତ ରାଧେଶ୍ୟାମ ଖେମେକାଙ୍କୁ ପଦ୍ମ ବିଭୂଷଣ(ମରଣୋତ୍ତର) ମିଳିଛି।