ମୋ ସରକାର ଆଗାମୀ ୨୫ ବର୍ଷକୁ ଦୃଷ୍ଟିରେ ରଖି କାମ କରୁଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ବଜେଟ ଅଧିବେଶନ। ବଜେଟ୍ ଅଧିବେଶନ ପ୍ରାରମ୍ଭରେ ଆଜି ସଂସଦର ସେଣ୍ଟ୍ରାଲ୍ ହଲ୍‌ରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ କ’ଣ କହିଛନ୍ତି ଚୁମ୍ବକରେ ପଢ଼ନ୍ତୁ- ମୋ ସରକାର ଆଗାମୀ ୨୫ ବର୍ଷକୁ ଦୃଷ୍ଟିରେ ରଖି କାମ କରୁଛି କରୋନାର କଠିନ ପରିସ୍ଥିତି ଲକ୍ଷ୍ୟକୁ ଶୀଘ୍ର ହାସଲ ପାଇଁ ପ୍ରେରଣା ଦେଉଛି ସରକାର ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ଦେଶର ଶକ୍ତିକୁ ପ୍ରତିପ୍ରଫଳିତ କରିଛି କୋଭିଡ୍‌ ଭ୍ୟାକସିନ ଦେଶର […]

President of India

Jitendra Garnayak
  • Published: Monday, 31 January 2022
  • , Updated: 31 January 2022, 02:15 PM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ବଜେଟ ଅଧିବେଶନ। ବଜେଟ୍ ଅଧିବେଶନ ପ୍ରାରମ୍ଭରେ ଆଜି ସଂସଦର ସେଣ୍ଟ୍ରାଲ୍ ହଲ୍‌ରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ କ’ଣ କହିଛନ୍ତି ଚୁମ୍ବକରେ ପଢ଼ନ୍ତୁ-

  • ମୋ ସରକାର ଆଗାମୀ ୨୫ ବର୍ଷକୁ ଦୃଷ୍ଟିରେ ରଖି କାମ କରୁଛି
  • କରୋନାର କଠିନ ପରିସ୍ଥିତି ଲକ୍ଷ୍ୟକୁ ଶୀଘ୍ର ହାସଲ ପାଇଁ ପ୍ରେରଣା ଦେଉଛି
  • ସରକାର ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ଦେଶର ଶକ୍ତିକୁ ପ୍ରତିପ୍ରଫଳିତ କରିଛି
  • କୋଭିଡ୍‌ ଭ୍ୟାକସିନ ଦେଶର ସାମର୍ଥ୍ୟକୁ ପ୍ରତିଫଳିତ କରୁଛି
  • ସର୍ବାଧିକ ଭ୍ୟାକସିନ ଦେଇ ଦେଶ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି
  • ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୬୪ ହଜାର କୋଟିରେ ‘ଆୟୁଷ୍ମାନ ଭାରତ’ ଚାଲୁ ରହିଛି
  • କରୋନା କାଳରେ ଭାରତୀୟ ଫାର୍ମା କଂପାନୀ ଉଲ୍ଲେଖନୀୟ ଭାବେ ସଫଳ ହୋଇଛନ୍ତି
  • ୧୮୦ ଦେଶକୁ ଭାରତୀୟ ଫାର୍ମା କଂପାନୀମାନେ ଔଷଧ ଯୋଗାଉଛନ୍ତି
  • ଏ ସଂକଟ କାଳରେ ଆମର ମୂଳ ଲକ୍ଷ୍ୟ ଥିଲା କେହି ଭୋକିଲା ନରହୁ। ତେଣୁ ଖାଦ୍ୟ ସୁରକ୍ଷା ଯୋଜନାକୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଯାବତ ୨ କୋଟି ଘର ଦିଆଗଲାଣି
  • ପ୍ରାୟ ୬ କୋଟି ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି
  • ସ୍ୱାମିତ୍ୱ ଯୋଜନାରେ ୨୭ ହଜାର ଗାଁରେ ୪୦ ଲକ୍ଷ ସଂପତ୍ତି କାର୍ଡ ଦିଆଗଲାଣି
  • ଚାଷୀଙ୍କ ଉତ୍ପାଦକୁ ଉଚିତ ବଜାର ପାଇଁ କିଷାନ୍ ରେଲ୍ ଆରମ୍ଭ ହୋଇଛି
  • ପିଏମ୍ କିଷାନ ଯୋଜନାରେ ୧ ଲକ୍ଷ ୮୦ ହଜାର କୋଟି ଦିଆଗଲାଣିଅ
  • ନଦୀ ସଂଯୋଗୀକରଣ ପାଇଁ ସରକାର ବ୍ୟାପକ କାଯର୍ୟ କରୁଛନ୍ତି
  • ୨୦୨୧-୨୨ରେ ୨୮ ଲକ୍ଷ SHGକୁ ୬୫ ହଜାର କୋଟି ଦିଆଯାଇଛିଅ
  • ମହିଳା ସଶକ୍ତୀକରଣ ପାଇଁ ଝିଅଙ୍କ ବିବାହ ବୟସ ୨୧ କରାଯାଉଛି। ଏଥିପାଇଁ ସଂସଦରେ ବିଧେୟକ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି। ସମସ୍ତ ୩୩ ସୈନିକ ସ୍କୁଲରେ ବାଳିକାଙ୍କୁ ପ୍ରବେଶ ଆରମ୍ଭ କରାଯାଇଛି।
  • ଆତ୍ମନିର୍ଭର ଭାରତକୁ ଅଧିକ କ୍ରୀୟାଶୀଳ କରିବାକୁ ଶିକ୍ଷାନୀତି ଅଣାଯାଇଛିଅ
  • ଇଂଜିନିୟରିଂ କଲେଜରେ ୬ଟି ଭାରତୀୟ ଭାଷାରେ ପଢ଼ା ଆରମ୍ଭ ହୋଇଛିଅ
  • ସାରା ବିଶ୍ୱରେ ଭାରତରେ ଇଣ୍ଟରନେଟ୍ ଶୁଳ୍କ ସବୁଠାରୁ ଶସ୍ତା
  • ଡିଜିଟାଲ ଇଣ୍ଡିଆ ପାଇଁ ଶସ୍ତା ଇଣ୍ଟରନେଟ ଲାଭଦାୟକ ହେବ
  • ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୩୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି
  • ବିଶ୍ୱରେ ଭାରତ ଏବେ ଦ୍ରୁତ ବିକଶିତ ଆର୍ଥିକ ଶକ୍ତି ହୋଇପାରିଛି
  • ବିଶ୍ୱରେ ସର୍ବାଧିକ ମୋବାଇଲ ଉତ୍ପାଦନ ଏବେ ଭାରତରେ ହେଉଛି
  • ଆଗକୁ ହାଇୱେ, ରେଲୱେ ଓ ଏୟାରୱେଜ ଏକାଠି କାମ କରିବେ
  • ଏବେ ଦେଶର ଜାତୀୟ ରାଜପଥ ୧.୪୦ ଲକ୍ଷ କିମିକୁ ବୃଦ୍ଧି ପାଇଛି
  • ଲଦାଖରେ ବିଶ୍ୱର ସର୍ବାଧିକ ଉଚ୍ଚତାରେ ଚଳାଚଳ କ୍ଷମ ରାସ୍ତା କରାଯାଇଛି
  • ନୂଆ ରେଳ ଲାଇନ ଓ ବିଦ୍ୟୁତକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛି
  • ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭର ବଢୁଛି, ମେକ୍ ଇନ୍ ଇଣ୍ଡିଆକୁ ପ୍ରାଥମିକତା ଦିଆଯାଉଛି। ୨୮ଶହରୁ ଅଧିକ ପ୍ରତିରକ୍ଷା ଉପକରଣ ସୂଚୀ ଜାରି କରାଯାଇଛି। ଏହି ୨୮ଶହ ଉପକରଣ ବିଦେଶରୁ ନକିଣି ଦେଶରେ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି।
  • ପୂର୍ବୋତ୍ତର ରାଜ୍ୟର ସବୁ ରାଜଧାନୀକୁ ରେଳ ଯୋଗାଯୋଗ ହୋଇଛି
  • ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨୬ରୁ ଖସି ୭୦ରେ ପହଞ୍ଚିଛି

Related story