Advertisment

ଆର୍ମି ହସ୍ପିଟାଲରେ ହଠାତ୍‌ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେଲା ସର୍ଜରୀ

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ନୂଆଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲରେ ଗୋଟିଏ ସର୍ଜରୀ କରିଛନ୍ତି। ଆର୍ମି ହସ୍ପିଟାଲରେ ତାଙ୍କର ମୋତିଆ ବିନ୍ଦୁ ଅପରେସନ ହୋଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଭବନରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି ଯେ “ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନୂଆ ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲ (ରେଫରାଲ ଆଣ୍ଡ ରିସର୍ଚ୍ଚ)ରେ ମୋତିଆ ବିନ୍ଦୁର ସର୍ଜରୀ କରାଇଛନ୍ତି। ଏହି ଅପରେସନ ସଫଳତାର ସହ ଶେଷ ହୋଇଛି ଓ ରାଷ୍ଟ୍ରପତି ଘରକୁ ଫେରିଛନ୍ତି।” President […]

author-image
Hemant Lenka
ଅଦ୍ୟତନ ହୋଇଛି
ଆର୍ମି ହସ୍ପିଟାଲରେ ହଠାତ୍‌ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେଲା ସର୍ଜରୀ

President

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ନୂଆଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲରେ ଗୋଟିଏ ସର୍ଜରୀ କରିଛନ୍ତି। ଆର୍ମି ହସ୍ପିଟାଲରେ ତାଙ୍କର ମୋତିଆ ବିନ୍ଦୁ ଅପରେସନ ହୋଇଥିବା ଜଣାପଡ଼ିଛି।

Advertisment

ରାଷ୍ଟ୍ରପତି ଭବନରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି ଯେ “ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନୂଆ ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲ (ରେଫରାଲ ଆଣ୍ଡ ରିସର୍ଚ୍ଚ)ରେ ମୋତିଆ ବିନ୍ଦୁର ସର୍ଜରୀ କରାଇଛନ୍ତି। ଏହି ଅପରେସନ ସଫଳତାର ସହ ଶେଷ ହୋଇଛି ଓ ରାଷ୍ଟ୍ରପତି ଘରକୁ ଫେରିଛନ୍ତି।”

Advertisment


୭୫ ବର୍ଷୀୟ ରାଷ୍ଟ୍ରପତି କୋବିନ୍ଦ ମାର୍ଚ୍ଚ ମାସରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚେକଅପ ପାଇଁ ଆର୍ମି ହସ୍ପିଟାଲକୁ ନିଆଯାଇଥିଲା। ଏଠାରେ ତାଙ୍କର ରୁଟିନ୍‌ ଟେଷ୍ଟ କରାଯିବା ସହ ଡାକ୍ତରମାନେ ତାଙ୍କୁ ନୀରିକ୍ଷଣରେ ରଖିଥିଲେ।

President Of India