Advertisment

କାଲିଠୁ ମହଙ୍ଗା ମାଡ଼, ଏହି ସବୁ ଜିନିଷର ବଢ଼ିବ ଭାଉ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଝଟ୍‌କା। କାଲିଠୁ ପଡିବ ମହଙ୍ଗା ମାଡ। ଏପ୍ରିଲ ପହିଲାରୁ ବଢ଼ିବ ଦାମ୍‌। ଆସନ୍ତାକାଲିଠାରୁ ନୂଆ ଆର୍ଥୀକ ବର୍ଷ ଆରମ୍ଭ ହେବ। ଏଥିସହ ବିଭିନ୍ନ ସାମଗ୍ରୀର ଦରଦାମ୍‌ ମଧ୍ୟ ବଢ଼ିବ। ଆସନ୍ତାକାଲି ଠାରୁ ହିଁ ବିଭିନ୍ନ ଦୈନନ୍ଦିନ ସାମଗ୍ରୀ ଉପରେ ଏହି ବର୍ଦ୍ଧିତ ଦର ଲାଗୁ ହେବ। ତେବେ କେଉଁ କେଉଁ ଜିନିଷର ଦାମ୍‌ ବଢ଼ିବ ଆସନ୍ତୁ ଜାଣିବା। ଯାନବାହନ: ମାରୁତି ସୁଜୁକି ସମେତ ସମସ୍ତ ଅଟୋ ମୋବାଇଲ କମ୍ପାନୀ ଏପ୍ରିଲ ପହିଲାରୁ କାର୍‌ […]

ଅଦ୍ୟତନ ହୋଇଛି
କାଲିଠୁ ମହଙ୍ଗା ମାଡ଼, ଏହି ସବୁ ଜିନିଷର ବଢ଼ିବ ଭାଉ

Passenger in Airport

Advertisment

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଝଟ୍‌କା। କାଲିଠୁ ପଡିବ ମହଙ୍ଗା ମାଡ। ଏପ୍ରିଲ ପହିଲାରୁ ବଢ଼ିବ ଦାମ୍‌। ଆସନ୍ତାକାଲିଠାରୁ ନୂଆ ଆର୍ଥୀକ ବର୍ଷ ଆରମ୍ଭ ହେବ। ଏଥିସହ ବିଭିନ୍ନ ସାମଗ୍ରୀର ଦରଦାମ୍‌ ମଧ୍ୟ ବଢ଼ିବ। ଆସନ୍ତାକାଲି ଠାରୁ ହିଁ ବିଭିନ୍ନ ଦୈନନ୍ଦିନ ସାମଗ୍ରୀ ଉପରେ ଏହି ବର୍ଦ୍ଧିତ ଦର ଲାଗୁ ହେବ। ତେବେ କେଉଁ କେଉଁ ଜିନିଷର ଦାମ୍‌ ବଢ଼ିବ ଆସନ୍ତୁ ଜାଣିବା।

Advertisment

ଯାନବାହନ:ମାରୁତି ସୁଜୁକି ସମେତ ସମସ୍ତ ଅଟୋ ମୋବାଇଲ କମ୍ପାନୀ ଏପ୍ରିଲ ପହିଲାରୁ କାର୍‌ ଏବଂ ବାଇକ୍‌ ମୂଲ୍ୟରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ମାରୁତି ସୁଜୁକି ସମେତ ନିସାନ ଏବଂ ରେନଲ୍ଡ କାର୍‌ ମହଙ୍ଗା ହେବ। ଏଥିସହ ଦୁଇ ଚକିଆ ଯାନର ମଧ୍ୟ ମୂଲ୍ୟ ବଢ଼ିବ। ଟ୍ରାକ୍ଟର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିବା ନେଇ ସୂଚନା ମିଳିଛି।

ଟିଭି: ସମସ୍ତ ପ୍ରକାରର ଏଲ୍‌ଇଡି, ଏଲ୍‌ସିଡି ଓ କର୍ଭ ଟଭିର ଦାମ୍‌ ବଢ଼ିବ। ଆସନ୍ତା କାଲିଠାରୁ ଟେଲିଭିଜନ କିଣାବିକାରେ ୨ ହଜାରରୁ ୩ ହଜାର ଟଙ୍କା ଯାଏଁ ବୃଦ୍ଧି ଘଟିବ।

Advertisment

ମୋବାଇଲ ଫୋନ୍: ସେହିପରି ମୋବାଇଲ ଫୋନ ଦାମ୍‌ ମଧ୍ୟ ବଢ଼ିବ। ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଚଳିତ ବଜେଟରେ ଇଲେକ୍‌ଟ୍ରୋନିକ ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବଢ଼ାଇବା ପାଇଁ ଘୋଷଣା କରିଥିଲେ। ଯେଉଁଥିରେ ମୋବାଇଲ୍ ପୋର୍ଟ, ମୋବାଇଲ୍ ଚାର୍ଜର୍, ଆଡାପ୍ଟର, ବ୍ୟାଟେରୀ ଏବଂ ହେଡଫୋନ୍ ଇତ୍ୟାଦି ଅନ୍ତର୍ଭୁକ୍ତ । ଆମଦାନୀ ଶୁଳ୍କ ବୃଦ୍ଧି ପରେ ପ୍ରିମିୟମ୍ ରେଞ୍ଜ୍ ସ୍ମାର୍ଟଫୋନ୍ ସବୁଠୁ ମହଙ୍ଗା ହେବ।

ଏୟାର କଣ୍ଡିସନର: ଆସନ୍ତାକାଲି ଠାରୁ ଯଦି ଆପଣ ଏସି କିମ୍ବା ଫ୍ରିଜ କିଣିବାକୁ ଯାଉଛନ୍ତି ତେବେ ଝଟ୍‌କା ଲାଗିପାରେ। ନୂଆ ଆର୍ଥୀକ ବର୍ଷରୁ ଏସି ଏବଂ ଫ୍ରିଜ ମହଙ୍ଗା ହେବ। ଏସି ଏବଂ ଫ୍ରିଜ ଦାମ୍‌ରେ ୧୫ଶହରୁ ୨ ହଜାର ଟଙ୍କା ଯାଏଁ ବୃଦ୍ଧି ହେବ।

ବିମାନ ଯାତ୍ରା:ଏପ୍ରିଲ ପହିଲାରୁ ବିମାନ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀଙ୍କୁ ପକେଟକୁ ବାଧିପାରେ। ଆସନ୍ତାକାଲିଠାରୁ ବିମାନ ଯାତ୍ରା ମଧ୍ୟ ମହଙ୍ଗା ହେବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏପ୍ରିଲ ୧ ତାରିଖରୁ ବାୟୁ ସୁରକ୍ଷା ଦେୟ (ASF) ବୃଦ୍ଧି କରିବାକୁ ଯାଉଛି। ଯେଉଁଥିପାଇଁ ବିମାନ ଯାତ୍ରା ମହଙ୍ଗା ହେବ। ଘରୋଇ ବିମାନରେ ଭଡା ଅତି କମରେ ୫ ପ୍ରତିଶତ ବୃଦ୍ଧି କରାଯିବ। ଘରୋଇ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ବିମାନବନ୍ଦର ସୁରକ୍ଷା ଫି ବାବଦକୁ ୨୦୦ ଟଙ୍କା ଏବଂ ବିଦେଶୀ ଯାତ୍ରୀଙ୍କ ପାଇଁ ୧୨ ଡଲାର ଦେବାକୁ ପଡିବ।

ସେହିପରି ବିମା କମ୍ପାନୀଗୁଡିକ ନୂଆ ଆର୍ଥୀକ ବର୍ଷରୁ ଇନ୍‌ସୁରାନ୍ସ ପ୍ରିମିୟରରେ ୧୦ରୁ ୧୫ ପ୍ରତିଶତ ଯାଏଁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ ବିଦେଶୀ ମଦ ଏବଂ ଷ୍ଟିଲ ଜାତୀୟ ସାମଗ୍ରୀରେ ମଧ୍ୟ ବୃଦ୍ଧି ହେବ।

Petrol Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe