ତିନି ଦିନିଆ ୟୁରୋପ ଗସ୍ତରେ  ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜିଠାରୁ ତିନି ଦିନିଆ ୟୁରୋପ ଗସ୍ତରେ ଯାତ୍ରା କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଜର୍ମାନୀ, ଡେନ୍‌ମାର୍କ ଓ ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ମୋଦି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକ ସହ କରିବେ । ମୋଦି କିଛି ଦ୍ୱିପାକ୍ଷିକ ଓ କେତେକ ବହୁପାକ୍ଷିକ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ୟୁରୋପୀୟ ମିତ୍ର ରାଷ୍ଟ୍ରମାନଙ୍କ ସହ ଶାନ୍ତି ଓ ସମୃଦ୍ଧି ସହଯୋଗିତା ସୁଦୃଢ଼ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । […]

Modi1

Tapas Behera
  • Published: Monday, 02 May 2022
  • , Updated: 02 May 2022, 11:20 AM IST

ନୂଆଦିଲ୍ଲୀ: ଆଜିଠାରୁ ତିନି ଦିନିଆ ୟୁରୋପ ଗସ୍ତରେ ଯାତ୍ରା କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଜର୍ମାନୀ, ଡେନ୍‌ମାର୍କ ଓ ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ମୋଦି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକ ସହ କରିବେ । ମୋଦି କିଛି ଦ୍ୱିପାକ୍ଷିକ ଓ କେତେକ ବହୁପାକ୍ଷିକ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ୟୁରୋପୀୟ ମିତ୍ର ରାଷ୍ଟ୍ରମାନଙ୍କ ସହ ଶାନ୍ତି ଓ ସମୃଦ୍ଧି ସହଯୋଗିତା ସୁଦୃଢ଼ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ।

ୟୁରୋପୀୟ ଅଞ୍ଚଳ ଅନେକ ଆହ୍ୱାନର ସମ୍ମୁଖୀନ ହେଉଥିବା ବେଳେ ୟୁରୋପ ଗସ୍ତ ଆରମ୍ଭ ହେଉଛି ବୋଲି ଗସ୍ତ ପୂର୍ବରୁ କହିଛନ୍ତି ମୋଦି ।  ଆଜି ମୋଦି ବର୍ଲିନରେ ପହଞ୍ଚିଛନ୍ତି ।  ବର୍ଲିନରେ ପହଞ୍ଚିବା ପରେ ଜର୍ମାନ ଚାନ୍ସଲର ଓଲାଫ ସ୍ଲୋଜ୍‌ଙ୍କ ସହ ଆଲୋଚନା କରିବେ । ଉଭୟ ରାଷ୍ଟ୍ରମୁଖ୍ୟ ଷଷ୍ଠ ଭାରତ-ଜର୍ମାନୀ ଇଣ୍ଟର ଗଭମେଣ୍ଟାଲ କନସଲଟେସନରେ ସାମିଲ ହେବେ । ଜର୍ମାନୀ ଗସ୍ତ ପରେ ଡେନମାର୍କରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି ଡେନମାର୍କ ଗସ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭାରତ-ନର୍ଡିକ୍ ଶିଖର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଯୋଗ ଦେବେ।

ୟୁରୋପ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ସେ ଫ୍ରାନ୍ସରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ଚଳିତ ବର୍ଷର ପ୍ରଥମ ବିଦେଶ ଗସ୍ତ  । ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍ସେନ୍ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କୁ  ଭେଟିବେ ପ୍ରଧାନମନ୍ତ୍ରୀ।

Related story