Advertisment

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା: କାର୍ଯ୍ୟାନୁଷ୍ଠାନ ଆରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି କରାଯାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଛି। ଏହି ଘଟଣାରେ ଫିରୋଜପୁର ଏସଏସପିଙ୍କୁ ନିଲମ୍ବିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫିରୋଜପୁରରେ ଏକ ମେଗା ରାଲିକୁ ସମ୍ବୋଧିତ କରିବାକୁ ଯାଇଥିଲେ। ହେଲେ ପ୍ରଧାନମନ୍ତ୍ରୀ ଆସୁଥିବା ଜାଣି ସେଠିକାର ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୋଦି ଆସୁଥିବା ବାଟରେ ଏକ ଫ୍ଲାଏ ଓଭରକୁ ଅବରୋଧ କରିବାରୁ ମୋଦିଙ୍କ କାରକେଡ୍‌ ଫସିଯାଇଥିଲା । ଏମିତିକି ସେଠାରେ ମୋଦିଙ୍କ କାର ୨୦ ମିନିଟ୍ […]

ଅଦ୍ୟତନ ହୋଇଛି
ଜାନୁଆରୀ ୩ରୁ ଛୁଆଙ୍କୁ ଟିକା, ଘୋଷଣା କଲେ ପ୍ରଧାନମନ୍ତ୍ରୀ

Modi2

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି କରାଯାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଛି। ଏହି ଘଟଣାରେ ଫିରୋଜପୁର ଏସଏସପିଙ୍କୁ ନିଲମ୍ବିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫିରୋଜପୁରରେ ଏକ ମେଗା ରାଲିକୁ ସମ୍ବୋଧିତ କରିବାକୁ ଯାଇଥିଲେ। ହେଲେ ପ୍ରଧାନମନ୍ତ୍ରୀ ଆସୁଥିବା ଜାଣି ସେଠିକାର ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ମୋଦି ଆସୁଥିବା ବାଟରେ ଏକ ଫ୍ଲାଏ ଓଭରକୁ ଅବରୋଧ କରିବାରୁ ମୋଦିଙ୍କ କାରକେଡ୍‌ ଫସିଯାଇଥିଲା । ଏମିତିକି ସେଠାରେ ମୋଦିଙ୍କ କାର ୨୦ ମିନିଟ୍ ଅଟକି ରହିଥିଲା । ପରେ ମୋଦି କାର୍ଯ୍ୟକ୍ରମ ବାତିଲ କରି ଫେରି ଆସିଥିଲେ। ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି।  ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜ୍ୟ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇ ନଥିବା ଗୃହମନ୍ତ୍ରଣାଳୟ କହିଛି । ଏହି ଘଟଣାରେ ରାଜନୀତି ଜୋର ଧରିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ।

ଯଦି ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଦେଇ ପାରୁ ନାହାନ୍ତି ତେବେ ଏହି ସରକାର ଶାସନରୁ ଓହରି ଯିବା କଥା। ପଞ୍ଜାବରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସେ କହିଛନ୍ତି ଯେ, ପାକିସ୍ତାନ ସୀମାଠାରୁ ମାତ୍ର ୧୦ କିମି ଦୂରରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଇ ପାରୁ ନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଶାସନରେ ରହିବା ଅଧିକାର ନାହିଁ। ତୁରନ୍ତ ସେ ଇସ୍ତଫା ଦେଇଦେବା ଉଚିତ ବୋଲି କହିଛନ୍ତି । ଏମିତିକି ଆଜିର ପରିସ୍ଥତି ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂଙ୍କ ସାହାଯ୍ୟ ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ସେ ଏଡ଼ାଇ ଯାଇଥିଲେ ବୋଲି ବିଜେପି କହିଛି।

Advertisment
Narendra Modi PM Security Breach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe