ଆସାମ ଉପରେ ପ୍ରିୟଙ୍କାଙ୍କ ନଜର, ତୋଳିଲେ ଚା’ ପତ୍ର
ଆସାମ: ଏବେ ଆସାମ ଉପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନଜର। ଆସାମକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଭିଡିଛନ୍ତି ଅଣ୍ଟା। ଏଥିପାଇଁ ଦୁଇ ଦିନିଆ ଆସାମ ଗସ୍ତରେ ଯାଇଛନ୍ତି ପ୍ରିୟଙ୍କା। ଗତକାଲି ସେ ଆସାମରେ ମହିଳା ମାନଙ୍କ ସହ ମିଶି ନାଚୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଆଜି ଚା ବଗିଚାରେ ଶ୍ରମିକମାନଙ୍କ ସହ ମିଶି ଚା ପତ୍ର ତୋଳୁଥିବାର ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାସହ ଆଜି ଆସାମର ତେଜପୁର ଠାରେ ଏକ ବିଶାନ ଜନସଭାକୁ ପ୍ରିୟଙ୍କା ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି ।
ତେବେ ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ ପ୍ରିୟଙ୍କା ଚା’ ବଗିଚାରେ ଶ୍ରମିକମାନଙ୍କୁ ଦେଖାସାକ୍ଷାତ କରିଛନ୍ତି। ପ୍ରିୟଙ୍କାଙ୍କୁ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। ଚା ବଗିଚାର ମହିଳା ଶ୍ରମିକମାନଙ୍କ ପରି ମୁଣ୍ଡରେ ଟୋକେଇ ଧରି ପୁରା ଆସାମୀ ବେଶଭୂଷାରେ ନଜର ଆସିଛନ୍ତି କଂଗ୍ରେସ ମହାସଚିବ ।
Smt. @priyankagandhi joins tea workers at Sadhuru tea garden and tries her hand at plucking tea leaves. pic.twitter.com/3qFtbGkESF
— Congress (@INCIndia) March 2, 2021
ଏନେଇ ପ୍ରିୟଙ୍କା ଗାନ୍ଧୀ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି, ଆସାମରେ ବହୁରଙ୍ଗୀ ସଂସ୍କୃତି ଦେଖିବାକୁ ମିଳିଥାଏ । ଯାହାକି ସାରା ଦେଶରେ ଆସାମକୁ ପରିଚିତ କରାଇଥାଏ ବୋଲି ସେ କହିଛନ୍ତି । ଏହି ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆସାମବାସୀ ପ୍ରତିଶୃତିବଦ୍ଧ । ତେଣୁ ସେମାନଙ୍କୁ ସେମାନଙ୍କ ସଂସ୍କୃତି ସହ ବଞ୍ଚିବାକୁ ଯାହା ସାହାଯ୍ୟ ଦରକାର ତାହା କଂଗ୍ରେସ ହିଁ କେବଳ ଦେଇପାରିବ ବୋଲି ସେ କହିଛନ୍ତି ।
#WATCH Assam: Congress General Secretary Priyanka Gandhi Vadra plucks tea leaves with other workers at Sadhuru tea garden, Biswanath. pic.twitter.com/8jpQD8IHma
— ANI (@ANI) March 2, 2021
ସୂଚନାଯୋଗ୍ୟ ଯେ, ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମିଶନ ଆସାମର ମଙ୍ଗ ଧରିଛନ୍ତି ପ୍ରିୟଙ୍କା ଗାନ୍ଧୀ। କଂଗ୍ରେସ ଭାବମୂର୍ତ୍ତିକୁ ପୁଣିଥରେ ସୁଦୃଢ଼ କରିବା ପାଇଁ ପ୍ରିୟଙ୍କା ପ୍ରୟାସ କରୁଛନ୍ତି। ସେପଟେ ଦକ୍ଷିଣ ରାଜ୍ୟ ମାନଙ୍କରେ ଲଗାତର ପ୍ରଚାର ଅଭିଯାନ ଜାରି ରଖିଛନ୍ତି ରାହୁଲ ଗାନ୍ଧୀ । ଆସାମରେ ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ୬ ତାରିଖରେ ୩ଟି ପର୍ଯ୍ୟାୟରେ ମତଦାନ ହେବାର ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।