Advertisment

ଚନ୍ନିଙ୍କ ‘ଭାଇ’ ମନ୍ତବ୍ୟକୁ ନେଇ ଏମିତି କହିଲେ ପ୍ରିୟଙ୍କା

ଚଣ୍ଡିଗଡ଼: ପଞ୍ଜାବର ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ଏକ ମନ୍ତବ୍ୟ କଂଗ୍ରେସ ପାଇଁ ଗଳାର ଫାଶ ପାଲଟିଯାଇଛି। ହେଲେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ବାଡ୍ରା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସଫେଇ ଦେଇଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ଚନ୍ନିଙ୍କ ମନ୍ତବ୍ୟକୁ ଓଲଟା ଭାବେ ପରିବେଷଣ କରାଯାଇଛି। ବୁଧବାର ଏକ ରାଲିରେ ଚନ୍ନି କହିଥିଲେ ଯେ ୟୁପି, ବିହାରର ଭାଇଙ୍କୁ ପଞ୍ଜାବରେ ପଶିବାକୁ ଦିଆଯିବ ନାହିଁ। ଚନ୍ନିଙ୍କ ଏହି […]

ଚନ୍ନିଙ୍କ ‘ଭାଇ’ ମନ୍ତବ୍ୟକୁ ନେଇ ଏମିତି କହିଲେ ପ୍ରିୟଙ୍କା

2019_1image_11_09_245242150

Advertisment

ଚଣ୍ଡିଗଡ଼: ପଞ୍ଜାବର ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ଏକ ମନ୍ତବ୍ୟ କଂଗ୍ରେସ ପାଇଁ ଗଳାର ଫାଶ ପାଲଟିଯାଇଛି। ହେଲେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ବାଡ୍ରା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସଫେଇ ଦେଇଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ଚନ୍ନିଙ୍କ ମନ୍ତବ୍ୟକୁ ଓଲଟା ଭାବେ ପରିବେଷଣ କରାଯାଇଛି।

Advertisment

ବୁଧବାର ଏକ ରାଲିରେ ଚନ୍ନି କହିଥିଲେ ଯେ ୟୁପି, ବିହାରର ଭାଇଙ୍କୁ ପଞ୍ଜାବରେ ପଶିବାକୁ ଦିଆଯିବ ନାହିଁ। ଚନ୍ନିଙ୍କ ଏହି ଭାଇ ମନ୍ତବ୍ୟରେ କଂଗ୍ରେସ ବ୍ୟାକଫୁଟକୁ ଚାଲିଆସିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗୁରୁବାର ଲୁଧିଆନାରେ ଏକ ରାଲିରେ ଯୋଗଦେବା ଅବସରରେ କହିଛନ୍ତି, ଚନ୍ନିଙ୍କ ମନ୍ତବ୍ୟକୁ ଲୋକେ ଭୁଲ୍ ଭାବେ ପରିବେଶଣ କରିଛନ୍ତି। ତାଙ୍କ କହିବାର ଅର୍ଥ ଥିଲା ଯେ ପଞ୍ଜାବର ସରକାର କେବଳ ପଞ୍ଜାବୀଙ୍କ ଦ୍ୱାରା ପରିଚାଳିତ ହେବା ଦରକାର। ମୋତେ ଲାଗୁନି ଯେ ୟୁପିରୁ କେହି ପଞ୍ଜାବ ଆସି ଶାସନ କରିବାକୁ ଚାହିଁବ କିମ୍ବା କେହି ପଞ୍ଜାବରୁ ଆସି ୟୁପିରେ ଶାସନ କରିବ ବୋଲି ପ୍ରିୟଙ୍କା କହିଛନ୍ତି।

ନିର୍ବାଚନ ପ୍ରଚାର ବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନି କହିଥିଲେ, ‘ପ୍ରିୟଙ୍କା ଗାନ୍ଧି ପଞ୍ଜାବବାସୀଙ୍କ ବୋହୂ, ସେ ପଞ୍ଜାବୀ, ପଞ୍ଜାବବାସୀଙ୍କରୀ ବୋହୂ। ପୂରା ଶକ୍ତିର ସହ ଏକାଠି ହୁଅ ପଞ୍ଜାବବାସୀ... ୟୁପି, ବିହାର ଓ ଦିଲ୍ଲୀର ଯେଉଁ ଭାଇମାନେ ପଞ୍ଜାବରେ ଆସି ରାଜ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆମେ ଏଠାରେ ପ୍ରବେଶ କରିବାକୁ ଦେବୁ ନାହୁଁ।’ ଚନ୍ନିଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ବିରୋଧୀ ଦଳ ତାଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଦେଇଥିଲେ।

Advertisment

https://twitter.com/IYCPunjab/status/1494250626888339460?s=20&t=HbLZ62HmsStCj5TZKBMdYw

ଚନ୍ନି ମଧ୍ୟ ନିଜର ଏହି ମନ୍ତବ୍ୟକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଚନ୍ନି ଏକ ଭିଡିଓ ଜାରି କରି କହିଛନ୍ତି, ମୋ କଥାକୁ ଭୁଲ୍ ଭାବେ ପରିବେଷଣ କରାଯାଇଛି। ଯେଉଁ ପ୍ରବାସୀମାନେ ପଞ୍ଜାବକୁ ଆସିଛନ୍ତି, ସେମାନେ ନିଜର ଝାଳ ବୁହା ପରିଶ୍ରମରେ ପଞ୍ଜାବର ବିକାଶ ପାଇଁ କାମ କରିଛନ୍ତି। କିନ୍ତୁ କିଛି ଲୋକେ ମୋ କଥାକୁ ଭୁଲ୍ ଅର୍ଥରେ ପରିବେଷଣ କରିଛନ୍ତି। ଦୁର୍ଗେଶ ପାଠକ, ସଞ୍ଜୟ ସିଂହ ଓ ଅରବିନ୍ଦ କେଜ୍ରିୱାଲଙ୍କ ଭଳି ବାହାର ଲୋକେ ଆସି ଏଠାରେ ବିଭାଜନ ସୃଷ୍ଟି କରୁଛନ୍ତି। ମୁଁ ଏମାନଙ୍କ କଥା କହିଥିଲି। କିନ୍ତୁ ୟୁପି, ବିହାର, ରାଜସ୍ଥାନ ଏବଂ ଅନ୍ୟ ରାଜ୍ୟରୁ ଯେଉଁମାନେ ଏଠାକୁ ଆସି କାମ କରୁଛନ୍ତି, ସେମାନଙ୍କର ପଞ୍ଜାବରେ ଅଧିକାର ରହିଛି। ତେଣୁ ମୋ କଥାକୁ ଭୁଲ ଭାବେ ପରିବେଷଣ କରାଯାଇ ଅରାଜକତା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଥିବା ଚନ୍ନି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe