Advertisment

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ପୁଲିସ୍‌। ସୋମବାର ଭୋରରୁ ସେ ରବିବାର ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲଖିମପୁର ଖେରି ଯାଉଥିଲେ। ଏହି ସମୟରେ ପୁଲିସ୍‌ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା। ସୋମବାର ଭୋର ୪.୩୦ରେ ପୁଲିସ୍‌ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଏ ସମ୍ପର୍କରେ କଂଗ୍ରେସ ନେତା ପି ଚିଦାମ୍ୱରମ ସୂଚନା ଦେଇଛନ୍ତି। ବର୍ତ୍ତମାନ ଅସ୍ଥାୟୀ ଭାବେ […]

ଅଦ୍ୟତନ ହୋଇଛି
ଆମେ ଜିତିଲେ ଛାତ୍ରୀଙ୍କୁ ସ୍ମାର୍ଟଫୋନ୍‌ ଓ ସ୍କୁଟି ଦିଆଯିବ: ପ୍ରିୟଙ୍କା ଗାନ୍ଧି

priyanka

Advertisment

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ପୁଲିସ୍‌। ସୋମବାର ଭୋରରୁ ସେ ରବିବାର ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲଖିମପୁର ଖେରି ଯାଉଥିଲେ। ଏହି ସମୟରେ ପୁଲିସ୍‌ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା।

Advertisment

ସୋମବାର ଭୋର ୪.୩୦ରେ ପୁଲିସ୍‌ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଏ ସମ୍ପର୍କରେ କଂଗ୍ରେସ ନେତା ପି ଚିଦାମ୍ୱରମ ସୂଚନା ଦେଇଛନ୍ତି। ବର୍ତ୍ତମାନ ଅସ୍ଥାୟୀ ଭାବେ ତାଙ୍କୁ ପୁଲିସ୍‌ ସୀତାପୁର ଗେଷ୍ଟ ହାଉସ ଜେଲ୍‌ରେ ରଖିଛି। ଚିଦାମ୍ବରମ କହିଛନ୍ତି, ତାଙ୍କୁ ଭୋର ସମୟରୁ ଗିରଫ କରାଯାଇଥିଲେ ମଧ୍ୟ ଏଯାଏ କୋର୍ଟ ଚାଲାଣ କରାଯାଇନାହିଁ। ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ହେଲା ପ୍ରିୟଙ୍କାଙ୍କୁ ଗେଷ୍ଟ ହାଉସରେ ବନ୍ଦୀ କରି ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାଁରେ ଆଇପିସିର ଧାରା ୧୫୧, ୧୦୭, ୧୧୬ ଅନୁଯାୟୀ ମାମଲା କରାଯାଇଛି। ତାଙ୍କୁ ଅକ୍ଟୋବର ୪ ତାରିଖ ଭୋର ୪.୩୦ରେ ଗିରଫ କରାଯାଇଥିଲା। ସେବେଠାରୁ ସେ ସୀତାପୁରର ସ୍ୱତନ୍ତ୍ର ଗେଷ୍ଟ ହାଉସରେ ବନ୍ଦୀ ଅଛନ୍ତି। ପ୍ରିୟଙ୍କାଙ୍କୁ ରଖିବା ପାଇଁ ପିଏସି ଗେଷ୍ଟ ହାଉସରେ ଅସ୍ଥାୟୀ ଜେଲ ତିଆରି କରାଯାଇଛି। ହାରଗାଓଁ ଏସଏଚ୍‌ଓ ଏ ସମ୍ପର୍କି ରିପୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମତିକ୍ରମେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।

Advertisment

ଅନ୍ୟପକ୍ଷରେ ପ୍ରିୟଙ୍କାଙ୍କୁ ୩୦ ଘଣ୍ଟାରୁ ଅଧିକ ସମୟ ଧରି ଗେଷ୍ଟ ହାଉସରେ ବନ୍ଦୀ କରି ରଖାଯାଇଥିବାରୁ ଏହା ବିରୋଧରେ ଆଜି କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଥିଲେ। ଶେଷରେ ସେ ଗିରଫ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ରବିବାର ଉତ୍ତର ପ୍ରଦେଶର ଲଖିମପୁରା ଖେରିରେ ଚାଷୀମାନେ ବିକ୍ଷୋଭ କରୁଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଚାଷୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ଘଟଣା ପରେ ପ୍ରିୟଙ୍କା ନିଜ ସମର୍ଥକଙ୍କ ସହ ଭୋର ସମୟରେ ଲଖିମପୁର ଯିବାକୁ ଚାହିଁଥିଲେ। ହେଲେ ଲକ୍ଷ୍ନୌ ଠାରୁ ୯୦ କିମି ଦୂର ସୀତାରପୁରରେ ପୁଲିସ୍‌ ତାଙ୍କୁ ଅଟକାଇଥିଲା। ଏହାକୁ ନେଇ ପୁଲିସ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏପରି କି ପୁଲିସ୍‌ ତାଙ୍କୁ ଠେଲାପେଲା କରିଥିବା ପ୍ରିୟଙ୍କା ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ପିଏସି ଗେଷ୍ଟ ହାଉସର ଗୋଟିଏ ରୁମରେ ଅଟକ ରଖିଥିଲା। ହେଲେ ତା’ହା ଅଟକ ନୁହେଁ ବରଂ ଗିରଫଦାରୀ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe