Advertisment

ଚାପରେ ଚେପା ୟୁପି ସରକାର! ଲଖିମପୁର ଯିବାକୁ ପ୍ରିୟଙ୍କା ଓ ରାହୁଲଙ୍କୁ ଅନୁମତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହିଂସା କ୍ଷତିଗ୍ରସ୍ତ ଲଖିମପୁର ଖେରି ଯିବାକୁ ଶେଷରେ ଅନୁମତି ପାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା। ରାହୁଲ ବିମାନ ଯୋଗେ ଦିଲ୍ଲୀରୁ ଆଜି ଲକ୍ଷ୍ନୌ ଆସୁଥିବା ବେଳେ ପ୍ରିୟଙ୍କା ସୋମବାର ଠାରୁ ସୀତାପୁରରେ ଗିରଫ ହୋଇ ରହିଛନ୍ତି। ଏବେ ଉତ୍ତର ପ୍ରଦେଶ ସରକାର ରାହୁଲ, ପ୍ରିୟଙ୍କା ଓ ଅନ୍ୟ ୩ କଂଗ୍ରେସ ନେତାଙ୍କୁ ଲଖିମପୁର ଯିବାକୁ ଅନୁମତି ଦେଇଛନ୍ତି। ପୂର୍ବରୁ କଂଗ୍ରେସ ଅନୁମତି ପାଇଁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଚାପରେ ଚେପା ୟୁପି ସରକାର! ଲଖିମପୁର ଯିବାକୁ ପ୍ରିୟଙ୍କା ଓ ରାହୁଲଙ୍କୁ ଅନୁମତି

Rahul12

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହିଂସା କ୍ଷତିଗ୍ରସ୍ତ ଲଖିମପୁର ଖେରି ଯିବାକୁ ଶେଷରେ ଅନୁମତି ପାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା। ରାହୁଲ ବିମାନ ଯୋଗେ ଦିଲ୍ଲୀରୁ ଆଜି ଲକ୍ଷ୍ନୌ ଆସୁଥିବା ବେଳେ ପ୍ରିୟଙ୍କା ସୋମବାର ଠାରୁ ସୀତାପୁରରେ ଗିରଫ ହୋଇ ରହିଛନ୍ତି। ଏବେ ଉତ୍ତର ପ୍ରଦେଶ ସରକାର ରାହୁଲ, ପ୍ରିୟଙ୍କା ଓ ଅନ୍ୟ ୩ କଂଗ୍ରେସ ନେତାଙ୍କୁ ଲଖିମପୁର ଯିବାକୁ ଅନୁମତି ଦେଇଛନ୍ତି।

Advertisment

ପୂର୍ବରୁ କଂଗ୍ରେସ ଅନୁମତି ପାଇଁ ଚିଠି ଲେଖିଥିଲେ ହେଁ ଏହାକୁ ଯୋଗୀ ସରକାର ଅଗ୍ରାହ୍ୟ କରିଥିଲେ। ଏହାକୁ ନେଇ ବିବାଦ ହେବାରୁ ଏବେ ଚାପରେ ପଡ଼ି ନିଜର ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ନେଇଛନ୍ତି। ସରକାର ନିଜର ସଂଶୋଧିକ ନିର୍ଦ୍ଦେଶନାମାରେ କହିଛନ୍ତି ଯେ ପ୍ରତି ରାଜନୀତିକ ଦଳର ୫ ଜଣ ଲେଖାଏ ନେତା ହିଁ ଲଖିମପୁର ଖେରି ଯାଇପାରିବେ। ଅଧିକ ଲୋକଙ୍କୁ ସେଠାକୁ ଯିବାକୁ ଅନୁମତି ମିଳିବ ନାହିଁ।

ଏହାର ଅର୍ଥ ରାହୁଲ, ପ୍ରିୟଙ୍କା ବ୍ୟତୀତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚଣଜିତ ସିଂହ ଚନ୍ନି ଓ ବରିଷ୍ଠ ନେତା କେସି ଭେନୁଗୋପାଲ କିମ୍ବା ସଚିନ ପାଇଲଟଙ୍କ ମଧ୍ୟରୁ ଜଣେ ଲଖିମପୁର ଖେରି ଯାଇପାରିବେ। ତେବେ ପ୍ରିୟଙ୍କାଙ୍କୁ ଲଖିମପୁର ଯିବାକୁ ଅନୁମତି ମିଳିଥିଲେ ହେଁ ତାଙ୍କ ଗିରଫଦାରୀ ସମ୍ପର୍କରେ ସରକାର କିଛି ବି କହି ନାହାନ୍ତି। ସେ ସୋମବାର ଭୋର ସମୟରୁ ସୀତାପୁର ଗେଷ୍ଟ ହାଉସରେ ବନ୍ଦୀ ହୋଇ ରହିଛନ୍ତି।

Advertisment

ସମ୍ଭବତଃ ରାହୁଲ ଗାନ୍ଧି ଲକ୍ଷ୍ନୌରେ ପହଞ୍ଚିବା ପରେ ପ୍ରିୟଙ୍କାଙ୍କୁ ଗେଷ୍ଟ ହାଉସରୁ ଖଲାସ କରାଯିବ। ଏହାପରେ ଉଭୟ ଅନ୍ୟ ୩ କଂଗ୍ରେସ ନେତାଙ୍କ ସହ ମିଶି ଲଖିମପୁର ଖେରି ଯିବେ।

ରବିବାର ଚାଷୀମାନେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଓ ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କୁ ଲଖିମପୁର ଖେରିରେ ବିରୋଧ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଗୋଟିଏ କଳା ରଙ୍ଗର ଜିପ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ଘଟଣା ପରେ ହିଂସା ସୃଷ୍ଟି ହେବାରୁ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ ମଧ୍ୟ ରହିଛନ୍ତି। ସେବେଠାରୁ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ବିରୋଧୀ ଦଳର ନେତାମାନେ ଉଦ୍ୟମ କରିଥିଲେ ହେଁ କାହାକୁ ବି ସେଠାକୁ ଛଡ଼ା ଯାଇ ନଥିଲା।

Lakhimpur Kheri Updates