Advertisment

ଅପରାଧୀକୁ କେକ୍‌ ଖୁଆଇ ଫସିଗଲେ ପୁଲିସ୍ ବାବୁ

ମୁମ୍ବାଇ: ଅପରାଧୀକୁ କେକ୍‌ ଖୁଆଇ ଫସିଗଲେ ପୁଲିସ୍ ବାବୁ। ତାଙ୍କ ବିରୋଧରେ ଦିଆଯାଇଛି ତଦନ୍ତ ନିର୍ଦ୍ଦେଶ। ଘଟଣାଟି ମୁମ୍ବାଇର ଯୋଗେଶ୍ୱରୀ ଥାନା ଅଞ୍ଚଳର। ଘଟଣାଟି ପ୍ରାୟ ଦୁଇ ସପ୍ତାହ ତଳ ବୋଲି କୁହାଯାଉଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ବାବୁ ଜଣଙ୍କ ଫସି ଯାଇଛନ୍ତି। ଏହି ପୁଲିସ୍ ଅଧିକାରୀଙ୍କ ନାଁ ମହେନ୍ଦ୍ର ନର୍ଲେକର। ସେ ଯୋଗେଶ୍ୱରୀ ଥାନାର ଜଣେ ବରିଷ୍ଠ ଇନ୍ସପେକ୍ଟର। ସୋଶାଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସେ ଯେଉଁ ଅପରାଧୀକୁ କେକ୍‌ […]

ଅଦ୍ୟତନ ହୋଇଛି
ଅପରାଧୀକୁ କେକ୍‌ ଖୁଆଇ ଫସିଗଲେ ପୁଲିସ୍ ବାବୁ

Police

Advertisment

ମୁମ୍ବାଇ: ଅପରାଧୀକୁ କେକ୍‌ ଖୁଆଇ ଫସିଗଲେ ପୁଲିସ୍ ବାବୁ। ତାଙ୍କ ବିରୋଧରେ ଦିଆଯାଇଛି ତଦନ୍ତ ନିର୍ଦ୍ଦେଶ। ଘଟଣାଟି ମୁମ୍ବାଇର ଯୋଗେଶ୍ୱରୀ ଥାନା ଅଞ୍ଚଳର। ଘଟଣାଟି ପ୍ରାୟ ଦୁଇ ସପ୍ତାହ ତଳ ବୋଲି କୁହାଯାଉଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ବାବୁ ଜଣଙ୍କ ଫସି ଯାଇଛନ୍ତି।

Advertisment

ଏହି ପୁଲିସ୍ ଅଧିକାରୀଙ୍କ ନାଁ ମହେନ୍ଦ୍ର ନର୍ଲେକର। ସେ ଯୋଗେଶ୍ୱରୀ ଥାନାର ଜଣେ ବରିଷ୍ଠ ଇନ୍ସପେକ୍ଟର। ସୋଶାଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସେ ଯେଉଁ ଅପରାଧୀକୁ କେକ୍‌ ଖୁଆଉଛନ୍ତି, ତା ନାଁ ଡାନିଶ ଶେଖ୍‌। ତା’ ନାଁରେ ହତ୍ୟା ଉଦ୍ୟମ ସମେତ ଆହୁରି ଅନେକ ମାମଲା ରହିଛି। ଅତୀତରେ ସେ ଯୋଗେଶ୍ୱରୀ ଥାନା ପୁଲିସ୍ ଦ୍ୱାରା ଗିରଫ ମଧ୍ୟ ହୋଇଥିଲା।

ବରିଷ୍ଠ ଇନ୍ସପେକ୍ଟର ମହେନ୍ଦ୍ର ନର୍ଲେକର ଡାନିଶକୁ ତା’ ଜନ୍ମଦିନ ପାଳନ ଅବସରରେ କେକ୍ ଖୁଆଇ ଦେଉଥିବା କୁହାଯାଉଛି। ୧୫ ସେକେଣ୍ଡର ଏହି ଭିଡିଓଟି ଏକ ହାଉସିଂ ସୋସାଇଟିର ଅଫିସ୍‌ରେ ଉତ୍ତୋଳନ କରାଯାଇଥିବା କୁହାଯାଇଛି।

Advertisment

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମହେନ୍ଦ୍ର ନର୍ଲେକର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏହା ଏକ ପୁରୁଣା ଭିଡିଓ। ଏକ ଉଚ୍ଛେଦ କାର୍ଯ୍ୟ ପାଇଁ ମୁଁ ସେହି ସୋସାଇଟିକୁ ଯାଇଥିଲି। ସେହି ସମୟରେ ସୋସାଇଟିର କିଛି ବରିଷ୍ଠ ନାଗରିକ ସେମାନଙ୍କ ଅଫିସ୍‌କୁ ଆମନ୍ତ୍ରଣ କରିଥିଲେ। ମୁଁ ସେଠାକୁ ଯାଇଥିଲି। କିନ୍ତୁ ଡାନିଶ ସେଠାରେ କେକ୍‌ ସହିତ ଉପସ୍ଥିତ ଥିବା ସଂପର୍କରେ ମୁଁ ଅବଗତ ନଥିଲି।

ମୁମ୍ବାଇ ପୁଲିସ୍‌ର ଡେପୁଟି କମିଶନର (ଜୋନ୍‌ ୧୦) ମହେଶ ରେଡ୍ଡୀ କହିଛନ୍ତି ଯେ ଏହି ଘଟଣାରେ ଏକ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆସରିଛି।

Corrupt Police Mumbai Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe