Advertisment

କଲେଜ ଭିତରେ ପ୍ରିନ୍ସିପାଲ-ପ୍ରଫେସର୍‌ ଫାଇଟ୍‌

ଉଜ୍ଜୟନୀ

author-image
Madhupriya Mistry
କଲେଜ ଭିତରେ ପ୍ରିନ୍ସିପାଲ-ପ୍ରଫେସର୍‌ ଫାଇଟ୍‌

professor-principal fight

ଭୋପାଲ: ପ୍ରିନ୍ସପାଲଙ୍କୁ ଚାପୁଡା ଉପରେ ଚାପୁଡା କଷି ପକାଇଲେ ପ୍ରଫେସର। ସେପଟେ ପ୍ରିନ୍ସପାଲ ମଧ୍ୟ କିଛି କମ୍‌ ନୁହନ୍ତି। ସେ ମଧ୍ୟ ପ୍ରଫେସରଙ୍କୁ ମାରିଲେ ମୁଥ, ଗୋଇଠା ଆଉ ଚାପୁଡା। କଲେଜ ଭିତରେ ହିଁ ଏଭଳି ଚାଲିଲା ପ୍ରିନ୍ସିପାଲ ଓ ପ୍ରଫେସରଙ୍କ ମଧ୍ୟରେ ଫାଇଟ୍‌। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

Advertisment

ମଧ୍ୟପ୍ରଦେଶର ଉଜ୍ଜୟନୀ ସ୍ଥିତ ଏକ ସରକାରୀ କଲେଜ ଭିତରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ପୁଲିସ ସୂଚନା ମୁତାବକ, ଏହି ଘଟଣା ହେଉଛି ଜାନୁଆରୀ ୧୫ ତାରିଖର। ଘାଟିଆର ନାଗୁଲାଲ ମାଲବିଅ ବିଶ୍ୱବିଦ୍ୟାଳୟର ପ୍ରିନ୍ସିପାଲ ଡଃ.ଶେଖର ମେଦମୱାରଙ୍କ ସହ ସହକାରୀ ପ୍ରଫେସର ବ୍ରହ୍ମଦୀପ ଅଲୁନେ ମାରପିଟ୍‌ କରିଛନ୍ତି। ପ୍ରିନ୍ସିପାଲ ଚାମ୍ବର ଭିତରେ ହିଁ ଏହି ଘଟଣା ଘଟିଛି।

ପ୍ରଫେସର ଅଲୁନେଙ୍କ ଭୋପାଲରୁ ଉଜ୍ଜୟନୀ କଲେଜକୁ ବଦଳି ହୋଇଥିଲା। ପ୍ରଫେସରଙ୍କୁ ପ୍ରତିଦିନ ୫ କିଲୋମିଟଳ ଚାଲିବାକୁ ପଡୁଥିଲା। ପ୍ରିନ୍ସିପାଲଙ୍କ କହିବା ଅନୁଯାୟୀ, ତେବେ ପୂର୍ବରୁ କଲେଜରେ କର୍ମଚାରୀଙ୍କ ଅଭାବ ଥିଲା। ଜାନୁଆରୀ ୧୫ ତରିଖରେ କଲେଜ ଏକ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା ହେବାର ଥିଲା। ତେଣୁ ସହକାରୀ ପ୍ରଫେସରଙ୍କୁ ତାଙ୍କ ସହ କଥା ହେବା ପାଇଁ ପ୍ରିନ୍ସିପାଲ ଡାକିଥିଲି, କିନ୍ତୁ ସେ କ୍ରୋଧିତ ହୋଇ ମୋତେ ଦୁର୍ବ୍ୟବହାର କରିବା ସହ ପିଟିବା ଆରମ୍ଭ କରିଥିଲେ। ଅସଭ୍ୟ ଭାଷାରେ ଗାଲିଗୁଲଜ ମଧ୍ୟ କରିଥିବା ପ୍ରିନ୍ସିପାଲ ଅଭିଯୋଗ କରିଛନ୍ତି।

Advertisment

ଅନ୍ୟପଟେ ପ୍ରଫେସର ପ୍ରିନ୍ସିପାଲଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ କଲେଜର ଅନ୍ୟ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ମେଦମୱାରଙ୍କ କାର୍ଯ୍ୟକାଳ ସମୟରେ, ସମୟ ପୂର୍ବରୁ ୩ ଜଣ ସେବାନିବୃତ୍ତି ନେଇସାରିଛନ୍ତି। ସେ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରନ୍ତି। ସେ ତାଙ୍କୁ ତାଙ୍କ ଚାମ୍ବରକୁ ଡାକିଲେ ଏବଂ ଅପଶବ୍ଦ ବ୍ୟବହାର କରିଥିଲେ। ଏଥିପାଇଁ ଝଗଡା ହୋଇଥିବା ବୋଲି ପ୍ରଫେସର ଜଣକ କହିଛନ୍ତି।

ସେପଟେ ମାରପିଟ୍‌ ଭିଡିଓ ସାମ୍ନାକୁ ଆସିବା ପରେ କଲେଜ ଷ୍ଟାଫ ଅଲୁନେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ମାମଲା ଏବେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପାଖରେ ଯାଇ ପହଞ୍ଚିଛି। ମାରପିଟ୍‌ କରିଥିବା ପ୍ରଫେସରଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।

https://twitter.com/Anurag_Dwary/status/1483665840796930050?s=20