Advertisment

ପଶ୍ଚିମବଙ୍ଗ ହିଂସା: ବନ୍ଧା ହେଲେ ଆଉ ଜଣେ ବିଜେପି ନେତା

କୋଲକାତା: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନୂପୁର ଶର୍ମାଙ୍କ ବିରୋଧରେ ପଶ୍ଚିମବଙ୍ଗରେ ହିଂସା ଜାରି ରହିବା ବେଳେ ବନ୍ଧା ହୋଇଛନ୍ତି ଆଉ ଜଣେ ବିଜେପି ନେତା। ପଶ୍ଚିମ ମେଦିନାପୁରର ବେଲ୍‌ଦା ଅଞ୍ଚଳରୁ ଏହି ବିଜେପି ନେତାଙ୍କୁ ଗିରଫ କରିଛି ପୁଲିସ୍। ତାଙ୍କ ନାଁ ଚନ୍ଦନ ଜେନା। ସେ ନୂପୁର ଶର୍ମା ବିବାଦକୁ ନେଇ ଫେସ୍‌ବୁକ୍‌ରେ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଗତକାଲି ଦଙ୍ଗା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାକୁ ଯାଇ ରାସ୍ତା ମଝିରେ ଗିରଫ ହୋଇଥିଲେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପଶ୍ଚିମବଙ୍ଗ ହିଂସା: ବନ୍ଧା ହେଲେ ଆଉ ଜଣେ ବିଜେପି ନେତା

Prophet row protests

କୋଲକାତା: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନୂପୁର ଶର୍ମାଙ୍କ ବିରୋଧରେ ପଶ୍ଚିମବଙ୍ଗରେ ହିଂସା ଜାରି ରହିବା ବେଳେ ବନ୍ଧା ହୋଇଛନ୍ତି ଆଉ ଜଣେ ବିଜେପି ନେତା। ପଶ୍ଚିମ ମେଦିନାପୁରର ବେଲ୍‌ଦା ଅଞ୍ଚଳରୁ ଏହି ବିଜେପି ନେତାଙ୍କୁ ଗିରଫ କରିଛି ପୁଲିସ୍। ତାଙ୍କ ନାଁ ଚନ୍ଦନ ଜେନା। ସେ ନୂପୁର ଶର୍ମା ବିବାଦକୁ ନେଇ ଫେସ୍‌ବୁକ୍‌ରେ ବିବାଦୀୟ ଟିପ୍ପଣୀ ଦେଇଥିଲେ।

Advertisment

ଗତକାଲି ଦଙ୍ଗା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାକୁ ଯାଇ ରାସ୍ତା ମଝିରେ ଗିରଫ ହୋଇଥିଲେ ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର। ତେବେ ଗିରଫ କରାଯିବାର ୪ ଘଣ୍ଟା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।

ଯେଉଁ ସବୁ ସ୍ଥାନରେ ହିଂସାକାଣ୍ଡ ଘଟିଛି ସେଠାରେ ୧୪୪ ଧାରା ଲାଗୁ କରାଯାଇଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ହାୱଡ଼ା ଯିବାକୁ ମନା କରିଛି ପଶ୍ଚିମବଙ୍ଗ ପୁଲିସ।

Advertisment

ମୁର୍ଶିଦାବାଦରୁ ୬ ଜଣ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି। ଏଠାରେ ଶହ ଶହ ଲୋକ ବରବା ଥାନା ଅଞ୍ଚଳ ନିକଟ ଜାତୀୟ ରାଜପଥକୁ ଅବରୋଧ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ଜାତୀୟ ରାଜପଥରୁ ସମସ୍ତ ବିକ୍ଷୋଭକାରୀଙ୍କୁ ହଟାଇ ଦେଇଥିଲା।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ ଗିରଫଦାରୀ ସଂଖ୍ୟା ୩୦୪ରେ ପହଞ୍ଚିଛି। ସାହାରନପୁରରୁ ୭୧ ଜଣ, ପ୍ରୟାଗରାଜରୁ ୯୧ ଓ ହାଥରସରୁ ୫୧ ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ଆସାମର ଖଚ୍ଚର ଜିଲ୍ଲାରେ ନୂପୁର ଶର୍ମାଙ୍କ କୁଶପୁତ୍ତଳିକା ଦାହ କରାଯିବ ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।