Advertisment

ପୁଣି ସୁପ୍ରିମକୋର୍ଟ ଗଲେ ନୂପୁର ଶର୍ମା

ନୂଆଦିଲ୍ଲୀ: ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମା ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତାକାଲି ତାଙ୍କ ମାମଲାର ଶୁଣାଣି ରହିଛି। ତାଙ୍କ ବିରୋଧରେ ଗିରିଫଦାରି ଉପରେ ରୋକ ଲଗାଇବାକୁ ନୂପୁର ଶର୍ମା ଆବେଦନ କରିଛନ୍ତି ।  ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେବି ପର୍ଦ୍ଦିୱଲା ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ପ୍ରଫେଟ ମହମମ୍ମଦଙ୍କ ବିରୋଧରେ   ବିବାଦୀୟ ମନ୍ତବ୍ୟ ପରେ ତାଙ୍କ ବିରୋଧରେ ଏକାଧିକ ଏତଲା  ହୋଇଛି। ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ୯ଟି ମାମଲା ହୋଇଥିଲା। ଏସବୁର […]

ନୂପୁର ଶର୍ମାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଏବେ ପ୍ରତ୍ୟାହାର ପାଇଁ ପିଟିସନ

Nupur

Advertisment

ନୂଆଦିଲ୍ଲୀ: ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମା ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତାକାଲି ତାଙ୍କ ମାମଲାର ଶୁଣାଣି ରହିଛି। ତାଙ୍କ ବିରୋଧରେ ଗିରିଫଦାରି ଉପରେ ରୋକ ଲଗାଇବାକୁ ନୂପୁର ଶର୍ମା ଆବେଦନ କରିଛନ୍ତି ।  ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେବି ପର୍ଦ୍ଦିୱଲା ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ପ୍ରଫେଟ ମହମମ୍ମଦଙ୍କ ବିରୋଧରେ   ବିବାଦୀୟ ମନ୍ତବ୍ୟ ପରେ ତାଙ୍କ ବିରୋଧରେ ଏକାଧିକ ଏତଲା  ହୋଇଛି। ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ୯ଟି ମାମଲା ହୋଇଥିଲା। ଏସବୁର ଗିରଫଦାରି ଉପରେ ରହିତାଦେଶ ଲଗାଇବାକୁ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନୂପୁର। ଏଥିସହ ସୁପ୍ରମିକୋର୍ଟ ତାଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ପ୍ରତ୍ୟାହାର ପାଇଁ ନିବେଦନ କରିଛନ୍ତି।

Advertisment

ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ବିବାଦୀୟ ମନ୍ତବ୍ୟ ପରେ ଦେଶରେ ଯାହାସବୁ ଘଟିଲା ଏଥିପାଇଁ କୋର୍ଟ ତାଙ୍କ ଉପରେ ଦାୟୀ କରି ବର୍ଷିଛନ୍ତି। । ଏହାପରେ ତାଙ୍କ ଜୀବନ ବିପଦରେ ରହିଛି। ତାଙ୍କୁ ଦୁଷ୍କର୍ମ ଧମକ ଦିଆଯାଇଛି ବୋଲି ସେ କହିଛନ୍ତି। ତେଣୁ ଏହି ଟିପ୍ପଣୀକୁ  ପ୍ୟତ୍ୟାହୃତ କରିବାକୁ  ସେ ନିବେଦନ କରିଛନ୍ତି । ଏଥିସହ ଦିଲ୍ଲୀରେ ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରାଯାଉ ବୋଲି ନୂପୁର ଶର୍ମା ଆବେଦନ କରିଛନ୍ତି। ଜୁଲାଇ ଆରମ୍ଭରେ ନୂପୁର ଶର୍ମାଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ।  ସୁପ୍ରିମକୋର୍ଟ କହିଥିଲେ ଯେ, ନୂପୁର ଏବଂ ତାଙ୍କ ବୟାନ ସମଗ୍ର ଦେଶରେ ନିଆଁ ଲଗାଇଦେଇଛି।

ନୂପୁର ଟିଭିରେ ଦେଇଥିବା ଦାୟିତ୍ୱହୀନ ଟିପ୍ପଣୀ ପାଇଁ ସମଗ୍ର ଦେଶରେ ଉତ୍ତେଜନା ଲାଗିରହିଛି ଏବଂ ଏଭଳି ଦୁର୍ଭାଗ୍ୟଜନକ ସ୍ଥିତି ଉପୁଜିଛି। ଦେଶରେ ଯେଉଁ ସ୍ଥିତି ଲାଗି ରହିଛି ସେଥିପାଇଁ କେବଳ ନୂପୁର ହିଁ ଦାୟୀ। ଯେଉଁଭଳି ଭା‌ବେ ସେ ଉତ୍ତେଜନା ସୃଷ୍ଟି କରିଛନ୍ତି, ସେଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe