Advertisment

ଥମୁନି ଅଗ୍ନିପଥ ବିବାଦ , ପୁଣି ଟ୍ରେନ୍‌ ପୋଡ଼ାଜଳା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି।  ଅଗ୍ନିପଥ ଯୋଜନାର ମାଧ୍ୟମରେ ସେନାରେ ନୂଆ ନିଯୁକ୍ତି ପ୍ରିକୟିୟାକୁ ବିରୋଧ କରି ହଙ୍ଗାମା ଜାରି ରହିଛି। ଆଜି ସକାଳେ ଉତ୍ତରପ୍ରଦେଶର ବାଲିଆ ରେଳ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଉତ୍ତ୍ୟକ୍ତ ଜନତା ଟ୍ରେନ୍କୁ ବାଡ଼େଇ ଭଙ୍ଗାରୁଜା କରିବାରେ ସହ ଷ୍ଟେସନରେ ମଧ୍ୟ ଫିଙ୍ଗାପୋନପଡ଼ା କରିଛନ୍ତି। ତେବେ ପୁଲିସହ ସେଠରେ ପହଞ୍ଚି ପାରିସ୍ଥ୍ତତକୁ ଆୟତ୍ତ କରିନେଇଥିଲା।  ତେବେ ଯାଆମାନେ ଭଙ୍ଗାରରୁଜୁ କରଇନ୍ତି […]

author-image
Tapas Behera
ଅଦ୍ୟତନ ହୋଇଛି
ଥମୁନି ଅଗ୍ନିପଥ ବିବାଦ , ପୁଣି ଟ୍ରେନ୍‌ ପୋଡ଼ାଜଳା

train

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି।  ଅଗ୍ନିପଥ ଯୋଜନାର ମାଧ୍ୟମରେ ସେନାରେ ନୂଆ ନିଯୁକ୍ତି ପ୍ରିକୟିୟାକୁ ବିରୋଧ କରି ହଙ୍ଗାମା ଜାରି ରହିଛି। ଆଜି ସକାଳେ ଉତ୍ତରପ୍ରଦେଶର ବାଲିଆ ରେଳ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଉତ୍ତ୍ୟକ୍ତ ଜନତା ଟ୍ରେନ୍କୁ ବାଡ଼େଇ ଭଙ୍ଗାରୁଜା କରିବାରେ ସହ ଷ୍ଟେସନରେ ମଧ୍ୟ ଫିଙ୍ଗାପୋନପଡ଼ା କରିଛନ୍ତି। ତେବେ ପୁଲିସହ ସେଠରେ ପହଞ୍ଚି ପାରିସ୍ଥ୍ତତକୁ ଆୟତ୍ତ କରିନେଇଥିଲା।  ତେବେ ଯାଆମାନେ ଭଙ୍ଗାରରୁଜୁ କରଇନ୍ତି ସାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଂନ ଗ୍ରହଣ କରାଯିବ ବୋଲି ବାଲିଆ ପୁଲିସ କହିଛି।  ହରିୟାଣାର ପଲୱାଲ ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ଓ ଏସଏମସ ସର୍ଭିଆସକୁ ବାତିଲ କରାଯାଛି। ଏଠାରେ ସ୍ଥିତି ଭୟଭ୍କର ଥିବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଛି।

Advertisment

ବିକ୍ଷୋଭକାରୀମାନେ ଟେକାପଥର ମାଡ଼ ପରେ ପ୍ରଶାସନ ଅଧିକ ସତର୍କ ହୋଇଛି। ସେହିପରି  ବିହାରରେ ବେଗୁସରାଇ ରେଳ ଷ୍ଟେସନରେ ସମାନ ଘଟଣା ଦେଖିବାକୁ ମିଳିଛି। ଏଠାରେ ଉତ୍ତ୍ୟକ୍ତ ଆଶାୟୀମାନେ ସମ୍ପର୍କକ୍ରାନ୍ତି ଟ୍ରେନ୍କୁ ଜାଳି ଦେଇଛନ୍ତି। ବିହାରରେ ବ୍ୟାରପକ ଭଙ୍ଗରୁଜା ହୋଇଥିବା ବେଳେ ପୁଲିସ ୬୫୦ ଜରଙ୍କ ନାମରେ ମାମଲା ରୁଜୁ କରିଛି।  ୧୬ ଜଣ ଆନ୍ଦୋଳନକାରୀଙ୍କୁ ଗରଫ କରିଛି। ଜୋରଦାର ବିରୋଧ ପରେ ଅଗ୍ନିପଥ  ଯୋଜନାରେ ଜାକିରିରି ନିୟମକୁ କିଛିତ ବଦଳାଯାଛି। କେବଳ ଆବେଦନ ପାଇଁ  ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇଛି। ହେଲେ ଏହି ପରିବର୍ତ୍ତନ ନିଯୁକ୍ତି ଆଶାୟୀଙ୍କୁ ଆଶ୍ୱସ୍ତ କରିପାରିନି।

ମୁଖ୍ୟତଃ ଚାକିରି ପାଇଁ ସର୍ତ୍ତ ଥିବା ୪ ବର୍ଷ ନିୟମକୁ ହଟାଇ ପୂର୍ଣ୍ଣକାଳିନ ନିଯୁକ୍ତି ଦେବା ପାଇଁ ଦାବି କରାଯାଇଛି। ସେନାରେ ନୂଆ ନିୟମ ଅନୁଯାୟୀ, କାର୍ଯ୍ୟକାଳ ୪ ବର୍ଷ ରହିବ। ଏହି ସମୟ ମଧ୍ୟରେ ସେମାନଙ୍କୁ ମାସିକ ଦରମା ୩୦,୦୦୦-୪୦,୦୦୦ ମିଳିବ ଏବଂ ଏଥିସହ ଅନ୍ୟ ଭତ୍ତା ମଧ୍ୟ ମିଳିବ। ସେମାନଙ୍କୁ ମେଡିକାଲ ଏବଂ ଇନସୁରାନ୍ସ ସୁବିଧା ମଧ୍ୟ ମିଳିବ। ୪ ବର୍ଷ ପରେ ଏମାନଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତ ସୈନିକ ସେନାରେ ରହିବେ ଏବଂ ସେମାନେ ସମ୍ପୂର୍ଣ୍ଣ ୧୫ ବର୍ଷ ପର୍ଯ୍ୟନ୍ତ ଅଣ ଅଫିସର ରାଙ୍କରେ ରହିବେ। ଅନ୍ୟମାନଙ୍କୁ ସେନାରୁ ବାହାର କରି ଦିଆଯିବ। ଯାହାକୁ ନେଇ ତୀବ୍ର ବିରୋଧ କରାଯାଇଛି।  ବିଭିନ୍ନ ମହଲରୁ ସରକାରଙ୍କ ଏହି ନୂଆ ଯୋଜନାକୁ ସମାଲୋଚନା କରାଯାଇଛି।

Advertisment
Agneepath Scheme