Advertisment

ବୁଲଡୋଜର ଲଗାଇ ଘର ଭାଙ୍ଗିବା ପରେ ପ୍ରତିବାଦ କଲେ ଝିଅ, ସମର୍ଥନରେ ବାହାରିଲା ଜେଏନୟୁ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧୀ ମନ୍ତବ୍ୟକୁ ନେଇ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିବାଦ ଘନେବାରେ ଲାଗିଛି। ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ବିରୋଧରେ ଆନ୍ଦୋନ ଜାରି ରହିଥିବା ବେଳେ କେତେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଉତ୍ତରପ୍ରଦେଶର ଏହି ପ୍ରସଙ୍ଗ ଅଧିକ ସଙ୍ଗୀନ ଥିବା ବେଳେ ଆନ୍ଦୋଳନକାରୀ ଭଙ୍ଗାରୁଜା କରିଛନ୍ତି । ଅଉ ଏହି ଭଙ୍ଗରୁଜାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଘରେ ଏବେ ୟୁପି ସରକାର ବୁଲଡୋଜର ଚଳାଇଛନ୍ତି। ପ୍ରୟାଗରାଜରେ ପ୍ରଫେଟ ବିରୋଧୀ ମନ୍ତବ୍ୟକୁ ନେଇଘଟିଥିବା […]

ଅଦ୍ୟତନ ହୋଇଛି
ବୁଲଡୋଜର ଲଗାଇ ଘର ଭାଙ୍ଗିବା ପରେ ପ୍ରତିବାଦ କଲେ ଝିଅ, ସମର୍ଥନରେ ବାହାରିଲା ଜେଏନୟୁ

fatima

Advertisment

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧୀ ମନ୍ତବ୍ୟକୁ ନେଇ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିବାଦ ଘନେବାରେ ଲାଗିଛି। ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ବିରୋଧରେ ଆନ୍ଦୋନ ଜାରି ରହିଥିବା ବେଳେ କେତେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଉତ୍ତରପ୍ରଦେଶର ଏହି ପ୍ରସଙ୍ଗ ଅଧିକ ସଙ୍ଗୀନ ଥିବା ବେଳେ ଆନ୍ଦୋଳନକାରୀ ଭଙ୍ଗାରୁଜା କରିଛନ୍ତି । ଅଉ ଏହି ଭଙ୍ଗରୁଜାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଘରେ ଏବେ ୟୁପି ସରକାର ବୁଲଡୋଜର ଚଳାଇଛନ୍ତି। ପ୍ରୟାଗରାଜରେ ପ୍ରଫେଟ ବିରୋଧୀ ମନ୍ତବ୍ୟକୁ ନେଇଘଟିଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ମହମ୍ମଦ ଜାଭେଦଙ୍କ ଦୁଇ ମହଲା ଘରକୁ ବୁଲଡୋଜର ଲଗାଇ ଭାଙ୍ଗିଦିଆଯାଇଛି। ଏହି କାର୍ଯ୍ୟାନୁଷ୍ଠାନକୁ ଜହାବହଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ପଢ଼ୁଥିବା

Advertisment

ମହମ୍ମଦ ଜାଭେଦଙ୍କ ଝିଅ ଆଫ୍ରିନ୍‌ ଫତିମା ବିରୋଧ କରି ସ୍ୱର ଉତ୍ତୋଳନ କରିଥିବା ବେଳେ ତାଙ୍କୁ ସମର୍ଥନ କରିଛି ଜେଏନୟୁ। ୟୁପିର ଯୋଗୀ ସରକାରଙ୍କ ବୁଲଡୋଜର ଅଭିଯାନ ବିରୋଧରେ ଫତିମା ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିବା ବେଳେ ଜେଏନୟୁ ତାଙ୍କ ସମର୍ଥନରେ ଆଗକୁ ଆସିଛି।  ଫତିମା ତାଙ୍କ ଘର ଓ ବାପାଙ୍କ ସୁରକ୍ଷା ପାଇଁ ସ୍ୱର ଉଠାଛନ୍ତି। ତାଙ୍କ ପରିବାର ଲୋକେ ଅସୁରକ୍ଷିତ ଥିବା କହିବା ସହ ଘର ଭାଙ୍ଗି ଦେଇଥିବାରୁ ଏବେ ସେମାନେ କଣ କରିବା ବୋଲି କହିଛନ୍ତି। ବୁଲଡୋଜର ଲାଗାଇ ୟୁପି ସରକାର ଘର ଭଙ୍ଗାରୁଜା ବନ୍ଦ କରନ୍ତୁ ବୋଲି ସେ କ୍ଷୋଭର ସହ କହିଛନ୍ତି।

ପୁଲିସର ସୂଚନା ଅନୁସାରେ ପ୍ରୟାଗରାଜରେ ମହମ୍ମଦ ଜାଭେଦ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ୱାନ କରିଥିଲେ। ପରେ ଏହା ହିଂସାରେ ପରିଣତ ହୋଇଥିଲା। ଏଥିପାଇଁ ଜାଭେଦ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଲଗାଯାଇଥିବା ପୁଲିସ ସୂଚନା ଦେଇଛି। ମହମ୍ମଦ ଜାଭେଦର ସହଯୋଗୀ ହେଉଛି ଜାଭେଦ ପମ୍ପ। ଏହି ମାମଲାରେ ପୁଲିସ ଏଯାଏଁ ୯୫ ଜଣ ପରିଚିତ ଓ ୫ ହଜାର ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭିଡିଓ ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରୁଛି ପୁଲିିସ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe