Advertisment

ପୁଲିସକୁ ଖଣ୍ଡାରେ ଆକ୍ରମଣ

ନୂଆଦିଲ୍ଲୀ: ପୁଲିସକୁ ଖଣ୍ଡାରେ ଅକ୍ରମଣ କଲେ ଦୁର୍ବୃତ୍ତ। ଦିଲ୍ଲୀ ସିଙ୍ଘୁ ସୀମାରେ ଘଟିଛି ଏଭଳି ଘଟଣା। ମଙ୍ଗଳବାର ରାତିରେ ଜଣେ ଦୁର୍ବୃତ୍ତ ପୁଲିସ ଏସଏଚ୍ଓଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି। କେବଳ ସେତିକି ନୁହେଁ ପୁଲିସ ଗାଡି ଛଡାଇ ନେଇ ଫେରାର ହେବାକୁ ଚେଷ୍ଟା ମଧ୍ୟ କରିଛି। ଏହି ଘଟଣାରେ ଅଭିଯୁକ୍ତ ଜଣକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ହରପ୍ରିତ ସିଂହ। ଏହି ବ୍ୟକ୍ତିଙ୍କ ନାଁରେ ଲୁଟପାଟ ଏବଂ ହତ୍ୟା ଉଦ୍ୟମ ଭଳି […]

ଅଦ୍ୟତନ ହୋଇଛି
ପୁଲିସକୁ ଖଣ୍ଡାରେ ଆକ୍ରମଣ

Attack-On-Police

Advertisment

ନୂଆଦିଲ୍ଲୀ: ପୁଲିସକୁ ଖଣ୍ଡାରେ ଅକ୍ରମଣ କଲେ ଦୁର୍ବୃତ୍ତ। ଦିଲ୍ଲୀ ସିଙ୍ଘୁ ସୀମାରେ ଘଟିଛି ଏଭଳି ଘଟଣା। ମଙ୍ଗଳବାର ରାତିରେ ଜଣେ ଦୁର୍ବୃତ୍ତ ପୁଲିସ ଏସଏଚ୍ଓଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି। କେବଳ ସେତିକି ନୁହେଁ ପୁଲିସ ଗାଡି ଛଡାଇ ନେଇ ଫେରାର ହେବାକୁ ଚେଷ୍ଟା ମଧ୍ୟ କରିଛି। ଏହି ଘଟଣାରେ ଅଭିଯୁକ୍ତ ଜଣକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ହରପ୍ରିତ ସିଂହ। ଏହି ବ୍ୟକ୍ତିଙ୍କ ନାଁରେ ଲୁଟପାଟ ଏବଂ ହତ୍ୟା ଉଦ୍ୟମ ଭଳି ଦୁଇଟି ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ପୁଲିସ ସୂଚନା ମୁତାବକ, ସିଙ୍ଘୁ ସୀମାରେ ଏହି ବ୍ୟକ୍ତି ଜଣକ ଗତକାଲି ପୁଲିସ ଏସଏଚଓଙ୍କ ଗାଡି ଛଡାଇବା ଚେଷ୍ଟା କରୁଥିଲା କିନ୍ତୁ ପୁଲିସ ଜଣକ ତାଙ୍କୁ ଅଟକାଇବାରୁ ସେ ରାଗିଯାଇ ତାଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏବଂ ତାଙ୍କ ଗାଡି ଧରି ଫେରାର ହେବାକୁ ଉଦ୍ୟମ କରିଥିଲା। କିନ୍ତୁ ପରେ ପୁଲିସ ତା’ପିଛା କରି ତାକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ ବୋଲି ସୂଚନା ମିଳିଛି।  ସେପଟେ ଏହି ଆକ୍ରମଣରେ ପୁଲିସ ଏସଏଚଓ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହାପୂର୍ବରୁ ମଧ୍ୟ ଦିଲ୍ଲୀ-ସିଙ୍ଘୁ ସୀମା ରେ ପୁଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁହୋଇସାରିଛନ୍ତି। ସୂଚନା ଯୋଗ୍ୟ ଯେ, ପାଖାପାଖି ତିନି ମାସ ହେବ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଙ୍ଗଠନ ସିଙ୍ଘୁ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି କୃଷକମାନେ ନିଜ ଜିଦରେ ଅଟଳ ଅଛନ୍ତି।

Advertisment
Farmer Protest Delhi Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe