Advertisment

ସିଦ୍ଧୁ ମୁସେୱାଲା ମର୍ଡର: ଗିରଫ ହେଲା ଆଉ ଜଣେ ଶୁଟର୍‌

ମୁମ୍ବାଇ: ବହୁ ଚର୍ଚ୍ଚିତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଧରାପଡିଲା ଆଉ ଜଣେ ଶାର୍ପ ଶୁଟର୍‌। ମହାରାଷ୍ଟ୍ରର ପୁଣେ ପୁଲିସ ଶୁଟର୍‌ ସନ୍ତୋଷ ଯାଦବଙ୍କୁ ଗିରଫ କରିଛି। ଏଥିସହ ଏହି ହତ୍ୟାକାଣ୍ଡରେ ସାମିଲ ଯାଦବଙ୍କ ଜଣେ ସନ୍ଦିଗ୍ଧ ସହଯୋଗୀ ମଧ୍ୟ ଗିରଫ ହୋଇଥିବା ଜଣାପଡିଛି। ଏନେଇ ଅତିରିକ୍ତ ମହାନିର୍ଦ୍ଦେଶକ କୁମାର ସାରଙ୍ଗାଲ ସୋମବାର ପ୍ରେସମିଟ୍‌ କରି ଗିରଫଦାରୀ ବିଷୟରେ ସୂଚନା ଦେଇଛନ୍ତି। ପୁଲସ କହିବା ମୁତାବକ, ଦିଲ୍ଲୀର ତିହାଡ ଜେଲ୍‌ରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟର […]

ସିଦ୍ଧୁ ମୁସେୱାଲା ମର୍ଡର: ଗିରଫ ହେଲା ଆଉ ଜଣେ ଶୁଟର୍‌

santosh-jadhav

Advertisment

ମୁମ୍ବାଇ: ବହୁ ଚର୍ଚ୍ଚିତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଧରାପଡିଲା ଆଉ ଜଣେ ଶାର୍ପ ଶୁଟର୍‌। ମହାରାଷ୍ଟ୍ରର ପୁଣେ ପୁଲିସ ଶୁଟର୍‌ ସନ୍ତୋଷ ଯାଦବଙ୍କୁ ଗିରଫ କରିଛି। ଏଥିସହ ଏହି ହତ୍ୟାକାଣ୍ଡରେ ସାମିଲ ଯାଦବଙ୍କ ଜଣେ ସନ୍ଦିଗ୍ଧ ସହଯୋଗୀ ମଧ୍ୟ ଗିରଫ ହୋଇଥିବା ଜଣାପଡିଛି। ଏନେଇ ଅତିରିକ୍ତ ମହାନିର୍ଦ୍ଦେଶକ କୁମାର ସାରଙ୍ଗାଲ ସୋମବାର ପ୍ରେସମିଟ୍‌ କରି ଗିରଫଦାରୀ ବିଷୟରେ ସୂଚନା ଦେଇଛନ୍ତି।

Advertisment

ପୁଲସ କହିବା ମୁତାବକ, ଦିଲ୍ଲୀର ତିହାଡ ଜେଲ୍‌ରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ସନ୍ତୋଷ ଯାଦବକୁ ୨୦୨୧ ପୁଣେ ଜିଲ୍ଲା ମଞ୍ଜର ପୁଲିସ ଷ୍ଟେସନରେ ରୁଜୁ ହୋଇଥିବା ଏକ ହତ୍ୟା ମାମଲାରେ ଗିରଫ କରାଯାଇଛି। ସେ ବର୍ଷେ ହେଲା ଫେରାର ଥିଲା। ସେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ମଧ୍ୟ ଜଡିତ ଅଛି। ସେ ଆଉ ନାଗନାଥ ସୂର୍ଯ୍ୟବଂଶୀଙ୍କ ନାଁ ଏହି ମାମଲାରେ ସାମ୍ନାକୁ ଆସିଛି। ଯାଦବଙ୍କୁ ଖୋଜିବା ପାଇଁ ପୁଣେ ପୁଲିସ ଗତ ସପ୍ତାହରେ ନିଜର ଏକ ଟିମ୍‌କୁ ଗୁଜରାଟ ଓ ରାଜସ୍ଥାନ ପଠାଇଥିଲା।

କେବଳ ସେତିକି ନୁହେଁ ଯାଦବଙ୍କୁ ଆଶ୍ରୟ ଦେଇଥିବା ଅଭିଯୁକ୍ତ ସିଦ୍ଧେଶ କାମ୍ବଲେ ଓରଫ ମହାକାଳଙ୍କୁ ମଧ୍ୟ ଗିରଫ କରାଯାଇଛି। ପୁଣେ ଗ୍ରାମୀଣ ପୁଲିସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ମହାକାଳଙ୍କୁ ଗତ ସପ୍ତାହରେ ମଞ୍ଚର ପୁଲିସ ଷ୍ଟେସନରେ ରୁଜୁ ହୋଇଥିବା MCOCA ମାମଲାରେ ଗିରଫ କରିଥିଲା। ମୁସେୱାଲା ହତ୍ୟା ମାମଲାରେ ତାଙ୍କୁ ଦିଲ୍ଲୀ ସ୍ପେଶାଲ ସେଲ ଏବଂ ପଞ୍ଜାବ ପୁଲିସ ମଧ୍ୟ ପଚରାଉଚରା କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe