Advertisment

ବିଜେପି ବିଧାୟକଙ୍କୁ ମାଡ଼ ମାରିଲେ ଚାଷୀ

ଅମୃତସର: ସୀମା ଲଙ୍ଘିଲେ ଚାଷୀ। କଂଗ୍ରେସ ସରକାର ବିରୋଧରେ ପ୍ରେସ କନଫରେନସ କରିବାକୁ ଯିବା ବେଳେ ବିଜେପି ବିଧାୟକଙ୍କୁ ଚାଷୀ ବିଚ ରାସ୍ତାରେ ମାଡ଼ ମାରିଛନ୍ତି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଚାଷୀ। ଦୀର୍ଘ ଚାରି ମାସ ହେବ ଆନ୍ଦୋଳନକାରୀ ଚାଷୀ ୟୁପି, ହରିଆଣା ଏବଂ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି। ଚାଷୀଙ୍କର ଏକମାତ୍ର ଦାବି ତିନି କୃଷି ଆଇନ ରଦ୍ଦ ହେବ। […]

ଅଦ୍ୟତନ ହୋଇଛି
ବିଜେପି ବିଧାୟକଙ୍କୁ ମାଡ଼ ମାରିଲେ ଚାଷୀ

bjp-mla-thrashed-by-farmer-

Advertisment

ଅମୃତସର: ସୀମା ଲଙ୍ଘିଲେ ଚାଷୀ। କଂଗ୍ରେସ ସରକାର ବିରୋଧରେ ପ୍ରେସ କନଫରେନସ କରିବାକୁ ଯିବା ବେଳେ ବିଜେପି ବିଧାୟକଙ୍କୁ ଚାଷୀ ବିଚ ରାସ୍ତାରେ ମାଡ଼ ମାରିଛନ୍ତି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଚାଷୀ। ଦୀର୍ଘ ଚାରି ମାସ ହେବ ଆନ୍ଦୋଳନକାରୀ ଚାଷୀ ୟୁପି, ହରିଆଣା ଏବଂ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି। ଚାଷୀଙ୍କର ଏକମାତ୍ର ଦାବି ତିନି କୃଷି ଆଇନ ରଦ୍ଦ ହେବ। ଦରକାର।

Advertisment

ତେବେ ଅହିଂସା ଉପାୟରେ ଆନ୍ଦୋଳନ କରୁଛନ୍ତି ବୋଲି ଯୁକ୍ତି ବାଢ଼ୁଥିବା ଚାଷୀ ଏବେ ହାତାହାତି ହେବାକୁ ପସନ୍ଦ କରିଥିବା ଦେଖିବାକୁ ମିଳିଛି। ପଞ୍ଜାବର ମାଲୋଟ ସହରରେ ଅବୋହରର ବିଜେପି ବିଧାୟକ ଅରୁଣ ନାରଙ୍ଗଙ୍କୁ ଆନ୍ଦୋଳନକାରୀ ଚାଷୀ ବାଡେଇଥିବା ଦେଖିବାକୁ ମିଳିଛି। ଶନିବାର ବିଜେପି ବିଧାୟକ ଜଣଙ୍କ ପଞ୍ଜାବ ସରକାରଙ୍କ ଏକ ନିଷ୍ପତ୍ତିକୁ ବିରୋଧ କରି ପ୍ରେସ୍ କନଫରେନସ ଡାକିଥିଲେ। ଆଉ ବିଜେପି ବିଧାୟକ ଜଣଙ୍କ ସେହି ସ୍ଥାନରେ ପହଞ୍ଚିବା ପରେ ଚାଷୀମାନେ ଘେରିଯାଇଥିଲେ। ଏହାପରେ ଚାଷୀମାନେ ବିଧାୟକଙ୍କ ସାର୍ଟ ଚିରି ଦେଇ ମାଡ଼ ମାରିଥିଲେ। ଆଉ ପୁଲିସ ପହଞ୍ଚି ବିଧାୟକଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି।

https://twitter.com/varunpuri1984/status/1375796975375843328?s=20

ପଞ୍ଜାବ ବିଜେପିର କାର୍ଯ୍ୟକାରିଣୀ ସଭାପତି ବରୁଣ ପୁରୀ ଏହି ଘଟଣାର ଭିଡିଓ ଜାରି କରିଛନ୍ତି। ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଆକ୍ରମଣ କରିବା ଅପରାଧ। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସେ ଟ୍ୱିଟ୍ କରି କହିଛନ୍ତି। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଜେପି ବିଧାୟକଙ୍କୁ ଗାଳି ଗୁଲଜ କରୁଥିବାର ନଜିର ରହିଛି।

Advertisment

ସୂଚନାଯୋଗ୍ୟ, ଆନ୍ଦୋଳନକାରୀ ଚାଷୀ ଏବେ ନିର୍ବାଚନ ହେଉଥିବା ରାଜ୍ୟକୁ ଯାଇ ବିଜେପି ବିରୋଧରେ ପ୍ରଚାର କରୁଛନ୍ତି। ନିକଟରେ ଚାଷୀ ନେତା ରାକେଶ ଟିକାୟତ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଯାଇଥିଲେ। ସେଠାରେ ସେ ବିଜେପି ବିରୋଧରେ ପ୍ରଚାର କରିବା ସହିତ ଭୋଟ୍ ନଦେବାକୁ ଲୋକଙ୍କୁ ଅପିଲ କରିଥିଲେ ଟିକାୟତ।

Bjp Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe