Advertisment

ସିଦ୍ଧୁଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ପ୍ରୟାସ, ତଥାପି ରହିଛି କେଁ

ଚଣ୍ଡିଗଡ଼: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ରାଜନୀତିକ ହଟଚମଟ ସୃଷ୍ଟି କରିଛି। ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ଏକାଧିକ ନେତା ଓ ପଦାଧିକାରୀ ମଧ୍ୟ ନିଜ ନିଜ ପଦ ଛାଡ଼ିଛନ୍ତି। ଏହାକୁ ନେଇ କଂଗ୍ରେସରେ କନ୍ଦଳ ଲାଗି ରହିଥିବା ବେଳେ ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ଚରଣଜିତ ସିଂହ ଚନ୍ନି ବିବାଦର ସମାଧାନ କରିବାକୁ ପ୍ରୟାସ କରିଛନ୍ତି। ସେ ସିଦ୍ଧୁଙ୍କ ସହ କଥା […]

author-image
Hemant Lenka
ଅଦ୍ୟତନ ହୋଇଛି
ବିଏସଏଫର ସୀମା ବୃଦ୍ଧିକୁ ବିରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ , ସ୍ୱର ମିଳାଇଲେ ସିଦ୍ଧୁ

Punjab

ଚଣ୍ଡିଗଡ଼: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ରାଜନୀତିକ ହଟଚମଟ ସୃଷ୍ଟି କରିଛି। ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ଏକାଧିକ ନେତା ଓ ପଦାଧିକାରୀ ମଧ୍ୟ ନିଜ ନିଜ ପଦ ଛାଡ଼ିଛନ୍ତି। ଏହାକୁ ନେଇ କଂଗ୍ରେସରେ କନ୍ଦଳ ଲାଗି ରହିଥିବା ବେଳେ ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ଚରଣଜିତ ସିଂହ ଚନ୍ନି ବିବାଦର ସମାଧାନ କରିବାକୁ ପ୍ରୟାସ କରିଛନ୍ତି।

Advertisment

ସେ ସିଦ୍ଧୁଙ୍କ ସହ କଥା ହେବା ସହ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଏଥିସହ ସେ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି, ତା’ର ସମାଧାନ କରିବାକୁ ଚନ୍ନି ରାଜି ଥିବା ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଆଜି କ୍ୟାବିନେଟ ବୈଠକ ପରେ ଚନ୍ନି କହିଛନ୍ତି, “କୌଣସି ଜିନିଷ କେହି ଜାଣିଶୁଣି କରିନାହାନ୍ତି। ଯଦି କୌଣସି ନିଯୁକ୍ତିକୁ ନେଇ କାହାର ଆପତ୍ତି ରହିଛି, ତା’ହେଲେ ଏହାକୁ ବଦଳାଇବାକୁ ମୁଁ ରାଜି ଅଛି। ମୋର କୌଣସି ପ୍ରକାରର ଅହଂକାର ନାହିଁ। ମୁଁ ତାଙ୍କୁ କହିଛି ଦଳ ସବୁଠାରୁ ବଡ଼। ସବୁ ପ୍ରସଙ୍ଗକୁ କଥାବାର୍ତ୍ତା ଦ୍ୱାରା ସାମାଧାନ କରିହେବ। ମୁଁ ତାଙ୍କୁ କହିଛି ଦଳ ଆଲୋଚନା କରିବାକୁ ରାଜି। ଦୟା କରି ଆସନ୍ତୁ ଓ ଆମେ ସମାଧାନ କରିବା।”

Advertisment

ଚନ୍ନିଙ୍କ ଏଭଳି ବୟାନ ପଞ୍ଜାବ ରାଜନୀତିକୁ ଆହୁରି ସରଗରମ କରି ଦେଇଛି। ଗୋଟିଏ ପଟେ ଗାନ୍ଧି ପରିବାର ସିଦ୍ଧୁଙ୍କୁ ଆଉ ବୁଝାଇବା ମୁଡରେ ନାହାନ୍ତି। ପୂର୍ବରୁ ସେ ଯେତେବେଳେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ବିବାଦ ସୃଷ୍ଟି କରିଥିଲେ ସେତେବେଳେ ଗାନ୍ଧି ପରିବାର ପକ୍ଷରୁ ତାଙ୍କୁ ବୁଝାସୁଝା କରାଯାଇଥିଲା। ଏପରି କି ତାଙ୍କୁ ପଞ୍ଜାବ କଂଗ୍ରେସର ମୁଖିଆ କରାଯିବା ସହ ଅମରନ୍ଦିର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା।

ଏହା ସତ୍ତ୍ୱେ ସିଦ୍ଧୁ ପଞ୍ଜାବ କଂଗ୍ରେସ ମୁଖିଆ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ଦଳର ହାଇକମାଣ୍ଡ ସିଦ୍ଧୁଙ୍କ ଉପରେ ଖପ୍ପା ହୋଇଛନ୍ତି। ସେମାନେ ସିଦ୍ଧୁଙ୍କୁ ଆଉ କୌଣସି ପ୍ରକାରର ବୁଝାଇବେ ନାହିଁ ଓ ସବୁ ନିଷ୍ପତ୍ତି ପଞ୍ଜାବ କଂଗ୍ରେସ ଉପରେ ଛାଡ଼ି ଦେଇଛନ୍ତି। ଗାନ୍ଧି ପରିବାରର ଏପରି ଆଭିମୁଖ୍ୟ ପରେ ବୁଝାମଣା କରିବାକୁ ନିଜେ ମୁଖ୍ୟମନ୍ତ୍ରୀ ଚନ୍ନି ଆଗକୁ ଆସିଛନ୍ତି।

ଅନ୍ୟପକ୍ଷରେ ସିଦ୍ଧୁ ଭିଡିଓ ଜାରି କରି ଜୀବନର ଶେଷ ରକ୍ତ ବିନ୍ଦୁ ଯାଏ ସତ୍ୟ ପାଇଁ ଲଢ଼େଇ କରିବି ବୋଲି ଦମ୍ଭୋକ୍ତି କରିଛନ୍ତି। ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ କ୍ଷମତାସୀନ କଂଗ୍ରେସରେ ଏପରି ଦଳୀୟ କନ୍ଦଳ ଦଳ ପାଇଁ ଘାତକ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।