Advertisment

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ପୁତୁରା

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କୁ କୋର୍ଟ ବେଇଆନ୍ ବାଲି ଖନନ ମାମଲାରେ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ବେଇଆନ୍ ବାଲି ଖନନ ମାମଲାରେ ଭୂପିନ୍ଦର ସିଂହ ଓ ତାଙ୍କ ସହଯୋଗୀଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ। ୨୦୧୮ରେ ଯେତେବେଳେ କ୍ୟାପଟେନ୍ ଅମରିନ୍ଦର ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ବେଇଆନ୍ ବାଲି ଖନନ ମାମଲା ସାମ୍ନାକୁ ଆସିଥିଲା। ପଞ୍ଜାବ ପୁଲିସ୍ ଏକ ମାମଲା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ପୁତୁରା

charanjit-singh-channi-and-bhupinder-honey

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କୁ କୋର୍ଟ ବେଇଆନ୍ ବାଲି ଖନନ ମାମଲାରେ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ବେଇଆନ୍ ବାଲି ଖନନ ମାମଲାରେ ଭୂପିନ୍ଦର ସିଂହ ଓ ତାଙ୍କ ସହଯୋଗୀଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ।

Advertisment

୨୦୧୮ରେ ଯେତେବେଳେ କ୍ୟାପଟେନ୍ ଅମରିନ୍ଦର ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ବେଇଆନ୍ ବାଲି ଖନନ ମାମଲା ସାମ୍ନାକୁ ଆସିଥିଲା। ପଞ୍ଜାବ ପୁଲିସ୍ ଏକ ମାମଲା ରୁଜୁ କରି ଏହି ମାମଲାରେ ଚାଲାଣ ଉପସ୍ଥାପନ କରିଥିଲା। ତେବେ ସେହି ସମୟରେ ଭୂପିନ୍ଦର ସିଂହଙ୍କ ନାଁ ସାମ୍ନାକୁ ଆସିନଥିଲା। ଏଫଆଇଆର୍ ମୁତାବକ, ଏହି ମାମଲାରେ ୨୬ ଅଭିଯୁକ୍ତ ଅଛନ୍ତି। ଏଥିରେ ସାମିଲ୍ ୬ ଠିକାକାରଙ୍କ ବିରୋଧରେ ଇଡି ତଦନ୍ତ କରୁଛି।

ପଞ୍ଜାବ ପୁଲିସ୍ ପକ୍ଷରୁ ଦାଖଲ କରାଯାଇଥିବା ଏଫଆଇଆର୍ ଆଧାରରେ ଇଡି ମନି ଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଇଡି ଅଧିକାରୀଙ୍କ ମୁତାବକ, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁଦରତସିଂହ ଦୁଇ ନିର୍ଦ୍ଦେଶକ ସନ୍ଦୀପ ସିଂହ ଓ ଭୂପିନ୍ଦର ସିଂହଙ୍କ ସହ ମିଶି ନୂଆ କମ୍ପାନୀ ଗଠନ କରିଥିଲେ। ପଚରାଉଚରା ପରେ ଇଡି ଭୂପିନ୍ଦରଙ୍କ ସଂପୃକ୍ତି କଥା ଜାଣିବାକୁ ପାଇଥିଲା। ଯାହା ପରେ ଇଡି ମୋହାଲିରେ ଥିବା ହନିଙ୍କ ହିମଲ୍ୟାଣ୍ଡ ସୋସାଇଟି ଫ୍ଲାଟରେ ପହଞ୍ଚିଥିଲା। ଜାନୁଆରୀ ୧୮ ତାରିଖରେ ଇଡି ଭୂପିନ୍ଦରଙ୍କ ଚଣ୍ଡିଗଡ଼, ଲୁଧିଆନା, ମୋହାଲି ଓ ଫତେଗଡ଼ର ୧୦ଟି ଅଲଗା ଅଲଗା ସ୍ଥାନରେ ଘନଘନ ଚଢ଼ାଉ କରିଥିଲା। ଏହି ସମୟରେ ଇଡି ହାତରେ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଲାଗିଥିଲା।

Advertisment

ସୂଚନାଯୋଗ୍ୟ, ଗତ ୩ ତାରିଖ ମଧ୍ୟରାତ୍ରିରେ ଇଡି ହନୀଙ୍କୁ ଗିରଫ କରିଥିଲା। ଇଡିର ରେଡ୍ ବେଳେ ହନୀଙ୍କ ପାଖରୁ ୮ କୋଟିର ନଗଦ ଟଙ୍କା, ୨୧ ଲକ୍ଷର ସୁନା ଅଳଙ୍କାର, ୧୨ ଲକ୍ଷର ଗୋଟିଏ ଘଣ୍ଟା ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀକୁ ମିଶାଇ ମୋଟ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ମିଳିଥିଲା। ଏହାପରେ ତାଙ୍କୁ ତଦନ୍ତରେ ସାମିଲ ହେବାକୁ ସମନ କରାଯାଇଥିଲା। ସେତେବେଳେ ଜେରା ପରେ ତାଙ୍କୁ ଛଡ଼ା ଯାଇଥିଲା। ତେବେ ତାଙ୍କୁ ପୁଣିଥରେ ହାଜର ହେବାକୁ ସମନ କରାଯାଇଥିଲା। କିନ୍ତୁ ସେ ଏହାକୁ ବେଖାତିର କରିଥିଲେ। ଏବେ ତାଙ୍କୁ ଇଡି ଗିରଫ କରିଥିଲା।