Advertisment

ମୋହାଲି ବ୍ଲାଷ୍ଟ ମାମଲା: ଆକ୍ରମଣକାରୀଙ୍କୁ ସହଯୋଗ କରିଥିବା ବ୍ୟକ୍ତି ଗିରଫ

ଚଣ୍ଡିଗଡ: ପଞ୍ଜାବ ମୋହାଲିରେ ଥିବା ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଜାରି ରହିଛି। ଏହାରି ଭିତରେ ଏହି ମାମଲାରେ ପଞ୍ଜାବ ପୁଲିସକୁ ମିଳିଛି ବଡ ସଫଳତା। ଫରିଦକୋଟ ନିବାସୀ ନିଶାନ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ପୁଲିସ ଗିରଫ କରିଛି। ନିଶାନ ସିଂହଙ୍କୁ ପଚରାଉଚରା ଜାରି ରଖିଛି ପୁଲିସ। ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଆକ୍ରମଣକାରୀଙ୍କୁ ସହଯୋଗ କରିଥିଲେ ଏବଂ ତାଙ୍କୁ ଲଜିଷ୍ଟିକ୍ ଯୋଗାଇ ଦେଇଥିଲେ। ପଞ୍ଜାବ ପୁଲିସ ରାଜ୍ୟର ଭିନ୍ନ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ମୋହାଲି ବ୍ଲାଷ୍ଟ ମାମଲା: ଆକ୍ରମଣକାରୀଙ୍କୁ ସହଯୋଗ କରିଥିବା ବ୍ୟକ୍ତି ଗିରଫ

mohali Blast

ଚଣ୍ଡିଗଡ: ପଞ୍ଜାବ ମୋହାଲିରେ ଥିବା ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଜାରି ରହିଛି। ଏହାରି ଭିତରେ ଏହି ମାମଲାରେ ପଞ୍ଜାବ ପୁଲିସକୁ ମିଳିଛି ବଡ ସଫଳତା। ଫରିଦକୋଟ ନିବାସୀ ନିଶାନ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ପୁଲିସ ଗିରଫ କରିଛି। ନିଶାନ ସିଂହଙ୍କୁ ପଚରାଉଚରା ଜାରି ରଖିଛି ପୁଲିସ। ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଆକ୍ରମଣକାରୀଙ୍କୁ ସହଯୋଗ କରିଥିଲେ ଏବଂ ତାଙ୍କୁ ଲଜିଷ୍ଟିକ୍ ଯୋଗାଇ ଦେଇଥିଲେ।

Advertisment

ପଞ୍ଜାବ ପୁଲିସ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରୁ ଏହି ମାମଲାରେ ଆଉ ୨ ଜଣଙ୍କୁ ମଧ୍ୟ ଅଟକ ରଖିଛି। ଖୁବଶୀଘ୍ର ଏହି ସମଗ୍ର ଷଡଯନ୍ତ୍ରର ଖୁଲାସା ହୋଇଯିବ ବୋଲି ପୁଲିସ ଆଶା କରିଛି। ସେପଟେ ଆକ୍ରମଣରେ ବ୍ୟବହୃତ ହୋଇଥିବା ରକେଟ୍‌ ଲଞ୍ଚର ଜବତ ହୋଇଛି। ତେବେ ଏହି ରକେଟ୍‌ ଲଞ୍ଚର କେଉଁଠୁ ମିଳିଲା ସେ ନେଇ ପୁଲିସ ଏଯାଏଁ ଖୁଲାସା କରିନି।

ମୋହାଲି ବିସ୍ଫୋରଣ ମାମଲାରେ ପୁଲିସ ଏଯାଏଁ ୧୧ ଜଣଙ୍କୁ ଅଟକ ରଖିଛି, ସେମାନଙ୍କୁ ପଚରାଉଚରା ଜାରି ରହିଛି।  ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟର ସମ୍ପୂର୍ଣ୍ଣ କୋଠାକୁ ଉଡ଼ାଇ ଦେବା ପାଇଁ ଆକ୍ରମଣକାରୀଙ୍କ ଉଦ୍ଦେଶ୍ୟ ଥିଲା। କିନ୍ତୁ ସେମାନେ ସେମାନଙ୍କର ଉଦ୍ଦେଶ୍ୟ ସଫଳ ହୋଇପାରି ନଥିଲେ।

Advertisment

ସୂଚନାଯୋଗ୍ୟ, ପଞ୍ଜାବର ମୋହଲି ଅନ୍ତର୍ଗତ ଏସ୍‌ଏଏସ୍‌ ନଗରର ସେକ୍ଟର ୭୭ରେ ଥିବା ପଞ୍ଜାବ ପୁଲିସ୍‌ର ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ସୋମବାର ସଂଧ୍ୟା ୭ଟା ୪୫ରେ ଅତିର୍କିତ ଗ୍ରେନେଡ ମାଡ଼ ହୋଇଥିଲା। ୨ ଜଣ ସଂଦିଗ୍ଧ ‌କାରରେ ଆସି ଇଣ୍ଟେଲିଜେନ୍ସ ଅଫିସରୁ ୮୦ ମିଟର ଦୂରରେ ଥିବା ଆର୍‌ପିଜି ନିକଟରେ ରହି ଅଫିସ ଉପରକୁ ରକେଟ୍‌ ଚାଳିତ ଗ୍ରେନେଡ୍‌ ଦ୍ୱାରା ହମଲା କରିଥିଲେ। ଏଥିରେ ଝରକା କାଚ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ଚିତ୍ର ଆସିଛି।