Advertisment

ପରାମର୍ଶଦାତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଫସିଗଲେ ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ପୁଣି ବିବାଦରେ। ସିଦ୍ଧୁଙ୍କ ରାଜନୀତିକ ପରାମର୍ଶଦାତା କଶ୍ମୀର ଏବଂ ଇନ୍ଦିରା ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାପରେ ଦଳୀୟ ନେତାଙ୍କ ଦ୍ୱାରା ସିଦ୍ଧୁ ଏବେ ସମାଲୋଚନାର ଶିକାର ହୋଇଛନ୍ତି। ଏମିତିକି ଏହି ପ୍ରସଙ୍ଗ ଏବେ ଦଳୀୟ ହାଇକମାଣ୍ଡଙ୍କ ପାଖରେ ପହଞ୍ଚାଇବାକୁ କଂଗ୍ରେସ ନେତା ପ୍ରୟାସ କରିଛନ୍ତି। ଅନ୍ୟପଟେ ପ୍ରସଙ୍ଗ ଅଧିକ ବିବାଦୀୟ ହେଉଥିବା ଦେଖି ସିଦ୍ଧୁ ତାଙ୍କର ଦୁଇ ରାଜନୀତିକ ପରାମର୍ଶଦାତାଙ୍କୁ ସମନ କରିଥିବା ଜଣାପଡ଼ିଛି। […]

ଅଦ୍ୟତନ ହୋଇଛି
ପରାମର୍ଶଦାତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଫସିଗଲେ ନବଜୋତ ସିଂହ ସିଦ୍ଧୁ

Navjot-Sidhu

Advertisment

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ପୁଣି ବିବାଦରେ। ସିଦ୍ଧୁଙ୍କ ରାଜନୀତିକ ପରାମର୍ଶଦାତା କଶ୍ମୀର ଏବଂ ଇନ୍ଦିରା ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାପରେ ଦଳୀୟ ନେତାଙ୍କ ଦ୍ୱାରା ସିଦ୍ଧୁ ଏବେ ସମାଲୋଚନାର ଶିକାର ହୋଇଛନ୍ତି। ଏମିତିକି ଏହି ପ୍ରସଙ୍ଗ ଏବେ ଦଳୀୟ ହାଇକମାଣ୍ଡଙ୍କ ପାଖରେ ପହଞ୍ଚାଇବାକୁ କଂଗ୍ରେସ ନେତା ପ୍ରୟାସ କରିଛନ୍ତି। ଅନ୍ୟପଟେ ପ୍ରସଙ୍ଗ ଅଧିକ ବିବାଦୀୟ ହେଉଥିବା ଦେଖି ସିଦ୍ଧୁ ତାଙ୍କର ଦୁଇ ରାଜନୀତିକ ପରାମର୍ଶଦାତାଙ୍କୁ ସମନ କରିଥିବା ଜଣାପଡ଼ିଛି।

Advertisment

ସୋମବାର କଂଗ୍ରେସ ସାଂସଦ ମନୀଷ ତିଓ୍ୱାରୀ କହିଛନ୍ତି, ଦଳରେ ସେଇ ଲୋକମାନେ ରହିବାର ଆବଶ୍ୟକ ନାହିଁ ଯେଉଁମାନଙ୍କ ମନ୍ତବ୍ୟ ପାକିସ୍ତାନକୁ ସୁହାଇଲା ଭଳି ଏବଂ ଜମ୍ମୁ କଶ୍ମୀର ଭାରତର ନୁହେଁ ବୋଲି କହୁଛନ୍ତି। ଏଭଳି ଲୋକ ଉଭୟ ଦଳ ଏବଂ ଦେଶରେ ରହିବାର ଆବଶ୍ୟକତା ନାହିଁ। ଏ ନେଇ ସେ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପଞ୍ଜାବର ଦାୟିତ୍ୱରେ ଥିବା ହରିଶ ରାୱତଙ୍କୁ ଅବଗତ କରାଇବେ ବୋଲି ତିଓ୍ୱାରୀ ଟ୍ୱିଟ୍ କରି କହିଛନ୍ତି।

https://twitter.com/ManishTewari/status/1429649640660496387?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1429649640660496387%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.livehindustan.com%2Fnational%2Fstory-sidhu-badly-surrounded-for-his-advisors-manish-tewari-said-leave-congress-such-people-they-do-not-have-right-to-live-in-country-4420545.html

Advertisment

ନିକଟରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପାକିସ୍ତାନକୁ ସମାଲୋଚନା କରିଥିଲେ। ଏହା ଉପରେ ସିଦ୍ଧୁଙ୍କ ପରାମର୍ଶଦାତା ପ୍ୟାର ଲାଲ ଗର୍ଗ ଏବଂ ମାଲବିନ୍ଦର ସିଂହ ମାଲି ପ୍ରଶ୍ନ ଉଠାଇ କହିଥିଲେ ଯଦି କଶ୍ମୀର ଭାରତର ତାହେଲେ ଧାରା ୩୭୦ ଏବଂ ୩୫ଏ ହଟାଇବାର ଆବଶ୍ୟକତା କ'ଣ ରହିଥିଲା ବୋଲି ପ୍ରଶ୍ନ କରିଥିଲେ। ଏଥିସହ ଇନ୍ଦିରା ଗାନ୍ଧୀଙ୍କୁ ନେଇ ସୋଶାଲ ମିଡିଆରେ ଏକ ଅରୁଚିକର ପୋଷ୍ଟ କରିଥିଲେ। ଯେଉଁଥିରେ ଇନ୍ଦିରା ଗାନ୍ଧୀ ଏକ ବନ୍ଧୁକ ଧରିଥିଲେ ଏବଂ ଇନ୍ଦିରାଙ୍କ ପଛ ପଟେ ଅନେକ ଖପୁରୀ ରହିଥିଲା। ଏପରି ଫଟୋ ଏକ ମାଗାଜିନର ମୁଖ ପୃଷ୍ଠା ଥିଲା।

ଦିଲ୍ଲୀର କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ମଧ୍ୟ ସିଦ୍ଧୁଙ୍କ ପରାମର୍ଶଦାତା ଦ୍ୱାରା ଦିଆଯାଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସିଦ୍ଧୁଙ୍କ ପରାମର୍ଶଦାତା ଲକ୍ଷ୍ମଣରେଖା ଭିତରେ ରହିବା ଦରକାର ବୋଲି ସେ କହିଥିଲେ।

https://twitter.com/ANI/status/1429666920769351684?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1429666920769351684%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.livehindustan.com%2Fpunjab%2Fstory-controversial-sketch-of-indira-gandhi-surrounded-navjot-singh-sidhu-congressmen-are-giving-advice-4420435.html

ସେହିପରି ଏହି ପ୍ରସଙ୍ଗରେ ରବିବାର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସିଦ୍ଧୁଙ୍କୁ ତାଙ୍କ ପରାମର୍ଶଦାତାଙ୍କୁ ଏହି ପ୍ରସଙ୍ଗରେ ନିୟନ୍ତ୍ରଣରେ ରଖିବାକୁ କହିଥିଲେ। ସିଦ୍ଧୁଙ୍କୁ ଉଭୟ ପରାମର୍ଶଦାତା ପରାମର୍ଶ ଦିଅନ୍ତୁ କୌଣସି ପ୍ରକାର ମନ୍ତବ୍ୟ ନଦେବା ଠିକ୍ ହେବ ବୋଲି ସେ କହିଥିଲେ। କୌଣସି ପ୍ରସଙ୍ଗରେ ଠିକ୍ ଭାବରେ ନଜାଣି ଏପରି ମନ୍ତବ୍ୟ ଦେବା ଠିକ୍ ନୁହେଁ ବୋଲି ସେ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe