Advertisment

କୁମାର ବିଶ୍ୱାସଙ୍କ ପଛରେ ପଡ଼ିଲେ ପଞ୍ଜାବ ସରକାର ! ଘରେ ଚାରିପଟେ ଚକ୍କର କାଟୁଛି ପୁଲିସ

ଅମୃତସର: ପୁଲିସ ରାଡାରରେ କୁମାର ବିଶ୍ୱାସ। ଆମ ଆଦମୀ ପାର୍ଟି(ଆପ)ର ପୂର୍ବତନ ସଦସ୍ୟ ତଥା ଜଣାଶୁଣା ଯୁବ କବି କୁମାର ବିଶ୍ୱାସଙ୍କ ଘର ସମ୍ମୁଖରେ ଆଜି ପୁଲିସ ପଇଁତରା ମାରିଛି। ଏ ସମ୍ପର୍କରେ ପୁଲିସ କର୍ମୀଙ୍କ ଫଟୋ ସହ ଟ୍ୱିଟ୍‌ କରିଛନ୍ତି କୁମାର ବିଶ୍ୱାସ। ତାଙ୍କ ଘର ସମ୍ମୁଖରେ ପଞ୍ଜାବ ପୁଲିସ ଜମା ହୋଇଛନ୍ତି। ଏଥିପାଇଁ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦାୟୀ କରିଛନ୍ତି। ଅବସ୍ୟ ସେ ତାଙ୍କ […]

କୁମାର ବିଶ୍ୱାସଙ୍କ ପଛରେ ପଡ଼ିଲେ ପଞ୍ଜାବ ସରକାର ! ଘରେ ଚାରିପଟେ ଚକ୍କର କାଟୁଛି ପୁଲିସ

Kumar-Biswas

Advertisment

ଅମୃତସର: ପୁଲିସ ରାଡାରରେ କୁମାର ବିଶ୍ୱାସ। ଆମ ଆଦମୀ ପାର୍ଟି(ଆପ)ର ପୂର୍ବତନ ସଦସ୍ୟ ତଥା ଜଣାଶୁଣା ଯୁବ କବି କୁମାର ବିଶ୍ୱାସଙ୍କ ଘର ସମ୍ମୁଖରେ ଆଜି ପୁଲିସ ପଇଁତରା ମାରିଛି। ଏ ସମ୍ପର୍କରେ ପୁଲିସ କର୍ମୀଙ୍କ ଫଟୋ ସହ ଟ୍ୱିଟ୍‌ କରିଛନ୍ତି କୁମାର ବିଶ୍ୱାସ। ତାଙ୍କ ଘର ସମ୍ମୁଖରେ ପଞ୍ଜାବ ପୁଲିସ ଜମା ହୋଇଛନ୍ତି। ଏଥିପାଇଁ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦାୟୀ କରିଛନ୍ତି। ଅବସ୍ୟ ସେ ତାଙ୍କ ଟ୍ୱିଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ନାହାନ୍ତି।

Advertisment

କୁମାର ଲେଖିଛନ୍ତି ଯେ, ଗୋଟିଏ ସମୟରେ ମୋ ଦ୍ୱାରା ହିଁ ଭଗୱନ୍ତ ମାନ୍‌ ଆପରେ ସାମିଲ ହୋଇଥିଲେ।  ମୁଁ ଭଗବତ ମାନଙ୍କୁ କହିବାକୁ ଚାହୁଁଛି ଯେ, ତୁମେ ଦିଲ୍ଲୀରେ ରହି ଯେଉଁ ବ୍ୟକ୍ତି ସହ ମିଶି ପଞ୍ଜାବବାସୀ ଦେଇଥିବା ସାହସ ଓ ଶକ୍ତି ସହ ଖେଳୁଛ, ଦିନ ଆସିବ ସେଇ ବ୍ୟକ୍ତି ତୁମକୁ ଏବଂ ପଞ୍ଜାବକୁ ଧୋକା ଦେବେ। ଦେଶବାସୀ ମୋର ଏହି ଚେତାବନୀକୁ ମନେ ରଖନ୍ତୁ।
https://twitter.com/DrKumarVishwas/status/1516615000605208579?s=20&t=s2mZZTQq8NGpASQ0GqVPLA

ପୂର୍ବରୁ କୁମାର ବିଶ୍ୱାସ ଖଲିସ୍ଥାନ ଲିଙ୍କ ନେଇ କେଜ୍ରିୱାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏଭି ଭିଡିଓରେ କୁମାର ବିଶ୍ୱାସ କହିଥିଲେ ଯେ, କେଜ୍ରିୱାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ କିମ୍ବା  ଖଲିସ୍ଥାନ ପ୍ରଧାନମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଭିଡିକୁ ବିଜେପି ପକ୍ଷରୁ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲେରେ ସେୟାର କରାଯାଇଥିଲା। ପଞ୍ଚାବ ନିର୍ବାଚନ ବେଳେ ସେହି ଭିଡିଓ ବେଶ ହଇଚଇ ସୃଷ୍ଟି କରିଥିଲା। ଏହା ପରେ ଗୃହମନ୍ତ୍ରଣାଳୟ ପକ୍ଷରୁ କୁମାର ବିଶ୍ୱାସକୁ ୱାଇ କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe