Advertisment

ସିଦ୍ଧୁଙ୍କୁ ରୁଚୁନି ଜେଲ୍‌ ଖାଦ୍ୟ, ସୁରକ୍ଷାରେ ହୋଇଛି ତ୍ରୁଟି!

ଚଣ୍ଡିଗଡ: ଜେଲରେ କଟୁଛି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଦିନ। ତାଙ୍କୁ ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ରଖାଯାଇଛି। ତାଙ୍କର ପ୍ରଥମ ରାତି ଅନ୍ୟ ୮ କଏଦୀଙ୍କ ସହ କଟିଥିଲା। ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ ରୁଟି ଓ ଡାଲି ଖାଇବାକୁ ଦିଆଯାଇଥିଲା। ହେଲେ ଏହି ଜେଲ୍‌ ଖାଦ୍ୟ ତାଙ୍କୁ ରୁଚୁନି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସିଦ୍ଧୁ ଖାଇନାହାନ୍ତି। କେବଳ ସାଲାଡ ଓ ଫଲ ଖାଇ କାଟିଛନ୍ତି ଦିନ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା […]

ଅଦ୍ୟତନ ହୋଇଛି
ସିଦ୍ଧୁଙ୍କୁ ରୁଚୁନି ଜେଲ୍‌ ଖାଦ୍ୟ, ସୁରକ୍ଷାରେ ହୋଇଛି ତ୍ରୁଟି!

Sidhu

Advertisment

ଚଣ୍ଡିଗଡ: ଜେଲରେ କଟୁଛି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଦିନ। ତାଙ୍କୁ ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ରଖାଯାଇଛି। ତାଙ୍କର ପ୍ରଥମ ରାତି ଅନ୍ୟ ୮ କଏଦୀଙ୍କ ସହ କଟିଥିଲା। ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ ରୁଟି ଓ ଡାଲି ଖାଇବାକୁ ଦିଆଯାଇଥିଲା। ହେଲେ ଏହି ଜେଲ୍‌ ଖାଦ୍ୟ ତାଙ୍କୁ ରୁଚୁନି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସିଦ୍ଧୁ ଖାଇନାହାନ୍ତି। କେବଳ ସାଲାଡ ଓ ଫଲ ଖାଇ କାଟିଛନ୍ତି ଦିନ।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲିଭର ସମସ୍ୟା ଯୋଗୁ ସିଦ୍ଧୁଙ୍କର ଗହମରେ ଆଲର୍ଜି ରହିଛି। ତେଣୁ ସେ ଦୀର୍ଘ ଦିନ ଧରି ରୁଟି ଖାଉନାହାନ୍ତି। ପ୍ରଥମେ ୨୪ଘଣ୍ଟା ପର୍ଯ୍ୟନ୍ତ ସିଦ୍ଧୁ କିଛି ଖାଇନଥିବା ତାଙ୍କ ଆଇନଜୀବୀ କହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅନୁଯାୟୀ ଖାଦ୍ୟ ଦେବା ପାଇଁ କୋର୍ଟରେ ଆବେଦନ କରାଯାଇଛି।

ସେପଟେ ସିଦ୍ଧୁଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ନେଇ ମାମଲା ସାମ୍ନାକୁ ଆସିଛି। ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଅଭିଯୋଗରେ ଜଣେ କଏଦୀଙ୍କ ସହ ସିଦ୍ଧୁଙ୍କୁ ଲାଇବ୍ରେରୀ ବ୍ୟାରେକ ନମ୍ବର ୧୦ରେ ଜେଲ ଭିତରେ ରଖାଯାଇଛି। ଏହା ଗୁରୁତର କାରଣ ସିଦ୍ଧୁ ତାଙ୍କ ରାଜନୈତିକ କ୍ୟାରିୟରରେ ଡ୍ରଗ୍ସ ପ୍ରସଙ୍ଗ ଉଠାଉଛନ୍ତି। ମାମଲା ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ଅନ୍ୟ ଏକ ବ୍ୟାରେକକୁ ସ୍ଥାନାନ୍ତର କରାଯାଇଥିଲା। ଜେଲ କର୍ମଚାରୀମାନେ ଏହି ମାମଲାରେ ହୋଇଥିବା ତ୍ରୁଟିକୁ ଦୃଷ୍ଟି ନଦେବାକୁ କହିଛନ୍ତି।

Advertisment

୧୯୮୮ରେ ଏକ ପାର୍କିଂ ମାମଲାକୁ ନେଇ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ରାୟ ଆସିବାର ୨୪ ଘଣ୍ଟା ମଧ୍ୟରେ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ ସିଦ୍ଧୁ। ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଔପଚାରିକ ପୂରା କରିବା ପରେ ସିଦ୍ଧୁଙ୍କ ଜେଲରେ ବନ୍ଦ କରାଯାଇଥିଲା। ତାଙ୍କୁ ଯେଉଁ ଜେଲ୍‌ର କଠୋରୀରେ ରଖାଯାଇଛି ସେଠାରେ ସିଆଇଏର ପୂର୍ବତନ ଇନ୍‌ସ୍ପେକ୍ଟର ଇନ୍ଦ୍ରଜୀତ ସିଂହ ମଧ୍ୟ ବନ୍ଦୀ ଅଛନ୍ତି। ଇନ୍ଦ୍ରଜିତ ସିଂହଙ୍କୁ ନିଲମ୍ବିତ କରାଯାଇଥିଲା। ତାଙ୍କ ବିରୋଧରେ ଡ୍ରଗ୍ସ ଚୋରା କାରବାର କରୁଥିବା ନେଇ ଅଭିଯୋଗ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe