Advertisment

ପୂରା ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ଚାହୁଁଛି ରୁଷ୍‌: ଫ୍ରାନ୍ସ

ନୂଆଦିଲ୍ଲୀ: ପୂରା ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ଚାହୁଁଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରନ୍‌  ଆଜି ଏ ଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ନ୍ୟୁଜ୍‌ ଏଜେନ୍ସି ଏଫପିକୁ ବିବୃତ୍ତି ଦେଇ ଏହା କହିଛନ୍ତ ମାକରନ୍‌।  ସମଗ୍ର ୟୁକ୍ରେନ୍‌କୁ ସିଜ୍‌ କରିବା ଲକ୍ଷରେ ପୁଟିନ୍‌ ଅଛନ୍ତି ବୋଲି ସେ କହିଛନ୍ତି । ଆଜି ପୁଟିନ୍‌ଙ୍କ ସହ ପ୍ରାୟ ୯୦ ମିନିଟ୍‌ ଧରି ଫୋନ୍‌ରେ ଆଲୋଚନା କରିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ରୁଷ […]

author-image
Tapas Behera
ଅଦ୍ୟତନ ହୋଇଛି
ପୂରା ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ଚାହୁଁଛି ରୁଷ୍‌: ଫ୍ରାନ୍ସ

putin

ନୂଆଦିଲ୍ଲୀ: ପୂରା ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ଚାହୁଁଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରନ୍‌  ଆଜି ଏ ଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ନ୍ୟୁଜ୍‌ ଏଜେନ୍ସି ଏଫପିକୁ ବିବୃତ୍ତି ଦେଇ ଏହା କହିଛନ୍ତ ମାକରନ୍‌।  ସମଗ୍ର ୟୁକ୍ରେନ୍‌କୁ ସିଜ୍‌ କରିବା ଲକ୍ଷରେ ପୁଟିନ୍‌ ଅଛନ୍ତି ବୋଲି ସେ କହିଛନ୍ତି । ଆଜି ପୁଟିନ୍‌ଙ୍କ ସହ ପ୍ରାୟ ୯୦ ମିନିଟ୍‌ ଧରି ଫୋନ୍‌ରେ ଆଲୋଚନା କରିଥିଲେ।

Advertisment

ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ରୁଷ ଆହୁରୀ କ୍ଷୟକ୍ଷତି କରିବ ବୋଲି ଆଜିର ଆଲୋଚନାରୁ ସେ ଆଭାସ୍‌ ପାଇଛନ୍ତି। ଆଜି ଅଲୋଚନା ବେଳେ ମାର୍କନ୍‌ଙ୍କୁ ପୁଟିନ୍‌ କହିଛନ୍ତି ଯେ,ୟୁକ୍ରେନ୍‌ରେ ଖୁବ୍‌ ଶୀଘ୍ର ସାମରିକ ଶକ୍ତିକୁ ଅକାମୀ କରି ଦିଆଯିବ। କିଭ୍‌ ବୁଝାମଣାରେ ବିଳମ୍ବ କରୁଥିବାରୁ ମସ୍କୋ ପକ୍ଷରୁ ଡିମାଣ୍ଡ ତାଲିକା ବଢ଼ିଚାଲିଛି ।

ଏନେଇ ମାର୍କନ ଟ୍ୱିଟ୍‌ କରି ଜଣାଇଛନ୍ତି। ସେ କହିଛନ୍ତି ଯେ ଯେଉଁ ରୁଷ ନାଗରିକାମାନେ ଯୁଦ୍ଧ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନଙ୍କ ସହ ପ୍ରାନ୍ସ ଅଛି।  ୟୁକ୍ରେନ୍‌ର ରାଷ୍ଟ୍ରପତିଙ୍କ ସାହସକୁ  ସେ ପ୍ରଶଂସା କରିଛନ୍ତି । ବର୍ତ୍ତମାନର ୟୁକ୍ରେନ୍‌ ରାଷ୍ଟ୍ରପତି ସମ୍ମାନ, ସ୍ୱାଧୀନତା ଏବଂ ସାହସର ଭିନ୍ନ ଏକ ଚେହେରା ହୋଇପାରିଛନ୍ତି ବୋଲି ମାର୍କନ କହିଛନ୍ତି।

Advertisment

ସେପଟେ ୟୁକ୍ରେନ୍‌ ଆକ୍ରମଣ ଆହୁରି ତୀବ୍ରତର କରାଯାଇଥିବା ବେଳେ ଆଜି ରୁଷ୍‌ ସୈନିକମାନେ ନୋଭୋସିବିରସ୍କ ଅଞ୍ଚଳରେ ବିମାନ ବିଧ୍ୱଂସୀ ‌କ୍ଷେପଣାସ୍ତ୍ର ବ୍ୟବସ୍ଥା ‘ଏସ୍‌-୪୦୦ ଟ୍ରମ୍ପ୍‌’‌ ଚଳାଇ ସମରାଭ୍ୟାସ ଆରମ୍ଭ କରିଛନ୍ତି। ଏହାକୁ ଚଳାଉଥିବା ସୈନିକମାନ‌େ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଶତ୍ରୁ ପକ୍ଷର ବିମାନ ଓ ‌କ୍ଷେପଣାସ୍ତ୍ରଗୁଡ଼ିକୁ ଚିହ୍ନଟ କରି ଧ୍ୱଂସ କରିବା ନିମନ୍ତେ ତାଲିମ ଗ୍ରହଣ କରୁଥିବା କଥା ‘ନେକ୍ସଟା ଟିଭି’ ରିପୋର୍ଟ କରିଛି। ସେହିପରି, ୟୁକ୍ରେନ୍‌ର ଚେର୍ଣ୍ଣିହିବ୍‌ରେ ରୁଷୀୟ ବୋମା ବିସ୍ଫୋରଣ ଯୋଗୁଁ ଗୋଟାଏ ତୈଳ ଡିପୋରେ ନିଆଁ ଲାଗିଯାଇଛି ବୋଲି ‘ନେକ୍ସଟା ଟିଭି’ ରିପୋର୍ଟ କରିଛି।

Russia-Ukraine War