Advertisment

ମେଡିକାଲ ପାଠ୍ୟକ୍ରମ ପାଇଁ ସଂରକ୍ଷଣ: ଓବିସିଙ୍କୁ ୨୭% ଓ ଆର୍ଥିକ ପଛୁଆ ବର୍ଗଙ୍କୁ ୧୦%

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମ କ୍ଷେତ୍ରରେ ଆଜି ଭାରତ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି। ସରକାର ଏମିତି ଏକ ନିଷ୍ପତ୍ତି ନେଇଛନ୍ତି, ଯାହା ମେଡିକାଲ ଜଗତରେ ନିଜ କ୍ୟାରିୟର ଗଢ଼ିବାକୁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀଙ୍କୁ ସହାୟକ ହେବ। ଏଣିକି ମେଡିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଓବିସି ବର୍ଗର ପିଲାମାନଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା କରାଯିବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ୧୦%ର ସଂରକ୍ଷଣ ବ୍ୟବସ୍ଥା ରହିବ। ଦେଶରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ଦେବଗଡରେ ହେବ ୩୦୦ ବେଡ୍ ହସ୍ପିଟାଲ, ୮୭ଟି ସରକାରୀ ହାଇସ୍କୁଲର ଟ୍ରାନ୍ସଫରମେସନ୍‌

Medical

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମ କ୍ଷେତ୍ରରେ ଆଜି ଭାରତ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି। ସରକାର ଏମିତି ଏକ ନିଷ୍ପତ୍ତି ନେଇଛନ୍ତି, ଯାହା ମେଡିକାଲ ଜଗତରେ ନିଜ କ୍ୟାରିୟର ଗଢ଼ିବାକୁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀଙ୍କୁ ସହାୟକ ହେବ। ଏଣିକି ମେଡିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ।

Advertisment

ଓବିସି ବର୍ଗର ପିଲାମାନଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା କରାଯିବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ୧୦%ର ସଂରକ୍ଷଣ ବ୍ୟବସ୍ଥା ରହିବ। ଦେଶରେ ଥିବା ସମସ୍ତ ମେଡିକାଲ କଲେଜରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ସର୍ବଭାରତୀୟ ସଂରକ୍ଷଣ ଯୋଜନା ଅଧୀନରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଅଣ୍ଡରଗ୍ରାଜ୍ୟୁଏଟ ଓ ପୋଷ୍ଟ ଗ୍ରାଜ୍ୟୁଏଟ ପାଠ୍ୟକ୍ରମ ପାଇଁ ଏହି ନିୟମ ଲାଗୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଏହି ସଂରକ୍ଷଣ ବ୍ୟବସ୍ଥା ଏମବିବିଏସ୍, ଏମଡି, ଏମଏସ୍, ବିଡିଏସ୍‌, ଏମଡିଏସ୍‌ ଓ ଡିପ୍ଲୋମା ମେଡିକାଲ ପାଠ୍ୟକ୍ରମ ପାଇଁ ଚଳିତ ଶିକ୍ଷାବର୍ଷ ଠାରୁ ଲାଗୁ ହେବ।

Advertisment

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି, “ଆମ ସରକାର ଗୋଟିଏ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସର୍ବଭାରତୀୟ ସଂରକ୍ଷଣ ଯୋଜନା ଅଧୀନରେ ମେଡିକାଲ ପାଠ୍ୟକ୍ରମ ପାଇଁ ଓବିସିଙ୍କ କ୍ଷେତ୍ରରେ ୨୭% ଓ ଦେଶର ଆର୍ଥିକ ପଛୁଆ ବର୍ଗରେ ଥିବା ପିଲାମାନଙ୍କ କ୍ଷେତ୍ରରେ ୧୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

ଚଳିତ ଶିକ୍ଷାବର୍ଷ ଠାରୁ ମେଡିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମର ଗ୍ରାଜ୍ୟୁଏଟ ଏବଂ ପୋଷ୍ଟ ଗ୍ରାଜ୍ୟୁଏଟଙ୍କ ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବ। ଏହି ନିଷ୍ପତ୍ତି ପ୍ରତିବର୍ଷ ଆମର ହଜାର ହଜାର ଯୁବ ବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ। ଏଥିସହ ଆମ ଦେଶରେ ସାମାଜିକ ନ୍ୟାୟ ଦିଗରେ ବଡ଼ ଭୂମିକା ଗ୍ରହଣ କରିବ।”


ସୂଚନା ଅନୁସାରେ, ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ପ୍ରତିବର୍ଷ ଏମବିବିଏସ୍‌ରେ ଓବିସି ବର୍ଗର ପ୍ରାୟ ୧୫ଶହ ଛାତ୍ରଛାତ୍ରୀ ଓ ପୋଷ୍ଟ ଗ୍ରାଜ୍ୟୁଏଟରେ ୨୫ଶହ ଓବିସି ଶିକ୍ଷାର୍ଥୀଙ୍କୁ ଫାଇଦା ମିଳିବ। ସେହିପରି ଏମବିବିଏସ୍‌ରେ ଆର୍ଥିକ ପଛୁଆ ବର୍ଗର ୫୫୦ ଶିକ୍ଷାର୍ଥୀ ଓ ପୋଷ୍ଟ ଗ୍ରାଜ୍ୟୁଏସନରେ ଆର୍ଥିକ ପଛୁଆ ବର୍ଗର ୧୦୦୦ ଶିକ୍ଷାର୍ଥୀ ଲାଭବାନ ହେବେ।

ଓବିସି ଓ ପଛୁଆ ବର୍ଗର ଶିକ୍ଷାର୍ଥୀମାନେ ଏବେ ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ଦେଶର ଯେକୌଣସି ରାଜ୍ୟରେ ସିଟ୍‌ ପାଇଁ ଆବେଦନ କରିପାରିବେ। ଏହା କେନ୍ଦ୍ରର ସଂରକ୍ଷଣ ବ୍ୟବସ୍ଥା ହୋଇଥିବାରୁ କେନ୍ଦ୍ର ସରକାର ନୋଟିଫାଏ କରିଥିବା ଓବିସିମାନେ ଏହାର ସୁବିଧା ଉଠାଇପାରିବେ।

Indian Education System