Advertisment

ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଛନ୍ତି। ମୌସୁମୀ ଅଧିବେଶନ ପାଇଁ ଏବେ ସଂସଦ ଚାଲିଛି। ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଚାଷୀଙ୍କ ବାର୍ତ୍ତା ନେଇ ସଂସଦକୁ ଆସିଛି। ସେ କହିଛନ୍ତି ଯେ ସରକାର ଚାଷୀଙ୍କ ସ୍ୱରକୁ ଦମନ କରୁଛନ୍ତି ଏବଂ ସଂସଦରେ ସେମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦେଉ ନାହାନ୍ତି। କେନ୍ଦ୍ରର ତିନି କୃଷି ଆଇନ ସମ୍ପର୍କରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ଏକ କଳା […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ

Rahul-with-tractor

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଟ୍ରାକ୍ଟର ଚଳାଇ ସଂସଦରେ ପହଞ୍ଚିଛନ୍ତି। ମୌସୁମୀ ଅଧିବେଶନ ପାଇଁ ଏବେ ସଂସଦ ଚାଲିଛି। ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଚାଷୀଙ୍କ ବାର୍ତ୍ତା ନେଇ ସଂସଦକୁ ଆସିଛି। ସେ କହିଛନ୍ତି ଯେ ସରକାର ଚାଷୀଙ୍କ ସ୍ୱରକୁ ଦମନ କରୁଛନ୍ତି ଏବଂ ସଂସଦରେ ସେମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦେଉ ନାହାନ୍ତି। କେନ୍ଦ୍ରର ତିନି କୃଷି ଆଇନ ସମ୍ପର୍କରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ଏକ କଳା ନିୟମ। ସରକାରଙ୍କୁ ଏହି ଆଇନ୍ ପ୍ରତ୍ୟାହାର କରିବାକୁ ହେବ।

Advertisment

ଏହି ଆଇନ ଦେଶର ମାତ୍ର ୨ ରୁ ୩ ବ୍ୟବସାୟୀଙ୍କୁ ଲାଭ ଦେବାକୁ ତିଆରି ହୋଇଛି। ସରକାର ଅନେକ ସମସ୍ୟା ଭିତରେ ରହିଛନ୍ତି। ଏହା ପରେ ବି ସରକାର କିନ୍ତୁ କହୁଛନ୍ତି କୃଷକ ମାନେ ବହୁତ ଖୁସିରେ ଅଛନ୍ତି ବୋଲି ରାହୁଲ ସଂସଦ ଭିତରେ ପ୍ରବେଶ କରିବା ପୂର୍ବରୁ କହିଛନ୍ତି।

ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଶିରୋମଣି ଅକାଳୀ ଦଳ ଏବଂ ବହୁଜନ ସମାଜ ପାର୍ଟିର ସାଂସଦମାନେ ମଧ୍ୟ ତିନି ନୂତନ କୃଷି ଆଇନକୁ ବିରୋଧ କରି ଗୃହ ବାହାରେ ପ୍ରଦର୍ଶନ କରିଛନ୍ତି। ତେବେ ପେଗାସସ୍ ରିପୋର୍ଟକୁ ନେଇ ବିରୋଧୀ ସଂସଦରେ ହୋ ହାଲ୍ଲା କରିବାରୁ ରାଜ୍ୟସଭାକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସଂସଦ ଆରମ୍ଭ ହେବା ମାତ୍ରେ ଲୋକସଭା ଏବଂ ରାଜ୍ୟସଭାରେ ବିଜୟ ଦିବସ ଅବସରରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହା ବ୍ୟତୀତ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରୋତ୍ତୋଳନକାରୀ ମିରବାଇ ଚାନୁଙ୍କୁ ଉଭୟ ସଦନରେ ପ୍ରଶଂସା କରାଯାଇଥିଲା।

Advertisment

ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନ ବେଳେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀର ଯନ୍ତରମନ୍ତରରେ ‘କିଷାନ ସଂସଦ’  କରୁଛନ୍ତି। ଜାନୁଆରୀ ୨୬ ବେଳେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ଘଟଣାର ଯେମିତି ପୁନରାବୃତ୍ତି ନ ହେବ, ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ ପୁଲିସ୍‌ ପକ୍ଷରୁ କରାଯାଇଛି। ଚାଷୀମାନେ ଦିଲ୍ଲୀର ସିଙ୍ଘୁ ସୀମାରୁ ଦୈନିକ ୨୦୦ ଜଣ ସଂସଦ ଅଭିମୁଖେ ଆସି ନକଲି କିଷାନ ସଂସଦରେ ସାମିଲ ହେଉଛନ୍ତି। ଏହା ଅଗଷ୍ଟ ୧୩ ଯାଏ ଚାଲିବ।

Rahul Gandhi Farmer Protest New Farmer Bill