Advertisment

ରାହୁଲ ଗାନ୍ଧିଙ୍କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ

ଭୋପାଲ: କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ଭାରତ ଯୋଡ଼ ଯାତ୍ରା କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମିଳିଛି ହତ୍ୟା ଧମକ। ବର୍ତ୍ତମାନ ରାହୁଲ ଗାନ୍ଧି ଆଣ୍ଡ କୋ ମହାରାଷ୍ଟ୍ରରେ ଭାରତ ଯୋଡ଼ ଯାତ୍ରା କରୁଛନ୍ତି। ଖୁବଶୀଘ୍ର ଏହି ପଦଯାତ୍ରା ବିଜେପି ଶାସିତ ମଧ୍ୟପ୍ରଦେଶରେ ପ୍ରବେଶ କରିବ। କିନ୍ତୁ ଏହା ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ମିଳିଛି ହତ୍ୟା ଧମକ। ସେ ଭାରତ ଯୋଡ଼ ଯାତ୍ରା ପାଇଁ ମଧ୍ୟପ୍ରଦେଶରେ ଇନ୍ଦୋରରେ ପ୍ରବେଶ କରିବା କ୍ଷଣୀ ତାଙ୍କୁ ବୋମା […]

ରାହୁଲ ଗାନ୍ଧିଙ୍କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ

Rahul-Gandhi

Advertisment

ଭୋପାଲ: କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ଭାରତ ଯୋଡ଼ ଯାତ୍ରା କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମିଳିଛି ହତ୍ୟା ଧମକ। ବର୍ତ୍ତମାନ ରାହୁଲ ଗାନ୍ଧି ଆଣ୍ଡ କୋ ମହାରାଷ୍ଟ୍ରରେ ଭାରତ ଯୋଡ଼ ଯାତ୍ରା କରୁଛନ୍ତି। ଖୁବଶୀଘ୍ର ଏହି ପଦଯାତ୍ରା ବିଜେପି ଶାସିତ ମଧ୍ୟପ୍ରଦେଶରେ ପ୍ରବେଶ କରିବ।

Advertisment

କିନ୍ତୁ ଏହା ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ମିଳିଛି ହତ୍ୟା ଧମକ। ସେ ଭାରତ ଯୋଡ଼ ଯାତ୍ରା ପାଇଁ ମଧ୍ୟପ୍ରଦେଶରେ ଇନ୍ଦୋରରେ ପ୍ରବେଶ କରିବା କ୍ଷଣୀ ତାଙ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ଇନ୍ଦୋରର ଜୁନି ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଗୋଟିଏ ମିଠା ଦୋକାନ ବାହାରୁ ଏପରି ଧମକପୂର୍ଣ୍ଣ ଚିଠି ମିଳିଛି। ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଲିସ୍‌ ସିସିଟିଭିକୁ ସ୍କାନ କରି ଚିଡି ପଛରେ ଥିବା ଲୋକଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

Advertisment

ପୁଲିସ୍‌ କହିଛି ଯେ ୫୦୭ ଦଫା ଅନୁସାରେ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ମଧ୍ୟ ଲାଗିବ। ଚିଠିରେ କୁହାଯାଉଛି ଯେ ରାହୁଲ ଗାନ୍ଧି ଇନ୍ଦୋରରେ ପାଦ ରଖିବା କ୍ଷଣି ପୂରା ସହରରେ ବୋମା ବିସ୍ଫୋରଣ ହେବ।

ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଗୁଳି କରାଯିବ ଓ ବିସ୍ଫୋରଣରେ ରାହୁଲ ଗାନ୍ଧିଙ୍କୁ ହତ୍ୟା କରାଯିବ। ବାପା ରାଜୀବ ଗାନ୍ଧି ଯେଉଁଭଳି ଦଶା ଭୋଗିଛନ୍ତି, ଏବେ ପୁଅ ରାହୁଲ ଗାନ୍ଧି ସମାନ ରାସ୍ତାରେ ଯିବେ ବୋଲି ଚିଠିରେ କୁହାଯାଇଛି।

ଦିନକ ତଳେ ରାହୁଲ ଗାନ୍ଧି ହିନ୍ଦୁବାଦୀ ନେତା ସବରକରଙ୍କ ବିଷୟରେ କଡ଼ା ଟିପ୍ପଣୀ କରିଥିଲେ। ସେ ବ୍ରିଟିଶ ଶାସକଙ୍କୁ ସହଯୋଗ କରିଥିଲେ ଓ ଜେଲରୁ ଖଲାସ ପାଇଁ ଇଂରେଜମାନଙ୍କୁ କ୍ଷମା ଆବେଦନ କରି ଚିଠି ଲେଖିଥିଲେ।

ରାହୁଲ ଏକଥା କହିବା ପରେ ସବରକରଙ୍କ ସମର୍ଥକମାନେ ତାଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ବିରୋଧ ଭିତରେ ତାଙ୍କୁ ହତ୍ୟା ପାଇଁ ଧମକ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe