Advertisment

ଆଜାଦ୍‌ କହିଲେ- ମୋତେ ଘର ଛାଡ଼ିବାକୁ ବାଧ୍ୟ କରାଗଲା

ନୂଆଦିଲ୍ଲୀ: ‘ଘର ଲୋକ ହିଁ ଘର ଛାଡିବାକୁ ବାଧ୍ୟ କଲେ। ମୋତେ ଅବମାନାନା କରାଗଲା। ମୋ କଥା ରହିଲା ନାହିଁ।’ କଂଗ୍ରେସେରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ସେ କାହିଁକି କଂଗ୍ରେସ ଛାଡିଲେ ସେ ନେଇ ଖୁଲାସା କରିଛନ୍ତି। ଏଥିସହ ବିଜେପିରେ ଯୋଗ ଦେବା ଚର୍ଚ୍ଚା ଉପରେ ମଧ୍ୟ ପୂର୍ଣ୍ଣଛେଦ ପକାଇଛନ୍ତି। ଗୁଲାମ ନବୀ ଆଜାଦ କହିଛନ୍ତି, […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆଜାଦ୍‌ କହିଲେ- ମୋତେ ଘର ଛାଡ଼ିବାକୁ ବାଧ୍ୟ କରାଗଲା

ghulam nabi azad

ନୂଆଦିଲ୍ଲୀ: 'ଘର ଲୋକ ହିଁ ଘର ଛାଡିବାକୁ ବାଧ୍ୟ କଲେ। ମୋତେ ଅବମାନାନା କରାଗଲା। ମୋ କଥା ରହିଲା ନାହିଁ।' କଂଗ୍ରେସେରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ସେ କାହିଁକି କଂଗ୍ରେସ ଛାଡିଲେ ସେ ନେଇ ଖୁଲାସା କରିଛନ୍ତି। ଏଥିସହ ବିଜେପିରେ ଯୋଗ ଦେବା ଚର୍ଚ୍ଚା ଉପରେ ମଧ୍ୟ ପୂର୍ଣ୍ଣଛେଦ ପକାଇଛନ୍ତି।

Advertisment

ଗୁଲାମ ନବୀ ଆଜାଦ କହିଛନ୍ତି, 'କିଏ ନିଜେ ପରିବାର ଛାଡିବାକୁ ଚାହେଁ। ମୋତେ ପରିବାର ଲୋକ ହିଁ କଂଗ୍ରେସ ଦଳ ଛାଡିବାକୁ ବାଧ୍ୟ କରିଥିଲେ । ଯେତେବେଳେ ପରିବାର ଲୋକଙ୍କୁ ଲାଗେ ଯେ ଏହି ଲୋକ ଆଉ ଦରକାର ନାହିଁ ଏବଂ ଆମକୁ ସେଠାରେ ପର ବୋଲି କୁହାଯାଏ, ତେବେ ପରିବାରରେ ରହୁଥିବା ବ୍ୟକ୍ତି ସେଠାରୁ ଚାଲିଯିବା ଉଚିତ। ମୁଁ ଏଥିପାଇଁ ଅଧିକ ଦୁଃଖିତ ଯେ, ଦଳରେ ଚାଟୁକାର ଅଥବା ଟ୍ୱିଟ୍ କରୁଥିବା ବ୍ୟକ୍ତିଙ୍କୁ ପଦବୀ ମିଳିଛି।'

'କଂଗ୍ରେସରେ ଏବେ ବରିଷ୍ଠ ନେତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସୋନିଆ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷା ଥିବା ବେଳେ ବରିଷ୍ଠ ନେତାମାନଙ୍କର ପରାମର୍ଶ ନେଉଥିଲେ। ସେମାନଙ୍କ ସୁପାରିସ ଗ୍ରହଣ କରିବା ସହ ସେ ସେମାନଙ୍କ ଉପରେ ନିର୍ଭର କରୁଥିଲେ। କିନ୍ତୁ, ରାହୁଲ୍‌ ଗାନ୍ଧି ଆସିବା ପରେ ୨୦୦୪ଠାରୁ ସୋନିଆ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ହେଲେ। କିନ୍ତୁ ରାଜନୀତି ପାଇଁ ରାହୁଲ୍‌ଙ୍କର ଦକ୍ଷତା ନ ଥିଲା। ତେଣୁ ସମସ୍ତେ ରାହୁଲ୍‌ଙ୍କୁ ସହଯୋଗ କରନ୍ତୁ ବୋଲି ସୋନିଆ ଚାହୁଁଥିଲେ। ରାହୁଲ ଗାନ୍ଧି ନା ଦେଖା ଦିଅନ୍ତି ନା କଥା ଶୁଣନ୍ତି। କଂଗ୍ରେସକୁ ଠିଆ କରିବା ପାଇଁ ଆମେ ଅନେକ ପରିଶ୍ରମ କରିଛୁ। ଅନେକ ରାତି ଜେଲ୍‌ରେ ବିତାଇଛୁ। ହେଲେ ଆଜି ସବୁ କିଛି ଶେଷ ହେବାକୁ ବସିଲାଣି। ଦଳ ଏବେ ଭାରତ ଯୋଡ ବଦଳରେ କଂଗ୍ରେସ ଯୋଡ ଅଭିଯାନ ଆରମ୍ଭ କରିବା କଥା ବୋଲି ଗୁଲାମନବୀ ଆଜାଦ କହିଛନ୍ତି।'

Advertisment

କଂଗ୍ରେସରୁ ଇସ୍ତଫା ଦେଇଥିବା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଏଭଳି ବୟାନ ଦେବା ସହ ରାଜନୈତିକ ମହଲରେ ଚାଲୁଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଗୁଲାମନବୀ ସ୍ପଷ୍ଟ କରିଛନ୍ତି ଯେ, ବିଜେପିରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ । ବରଂ ନିଜେ ଦଳ ଗଢି ଜମ୍ମୁ-କଶ୍ମୀରର ନିର୍ବାଚନକୁ ଓହ୍ଲାଇବେ ବୋଲି କହିଛନ୍ତି।