Advertisment

ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ସସ୍‌ପେଣ୍ଡ

ନୂଆଦିଲ୍ଲୀ: କଂଗ୍ରେସର ସାଂସଦ ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ସସ୍‌ପେଣ୍ଡ କରାଯାଇଛି। ଟ୍ୱିଟର ଏପରି ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହାକୁ ଚାଲୁ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ କହିଛି  ଯେ “ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ଅସ୍ଥାୟୀ ଭାବେ ସସପେଣ୍ଡ ହୋଇଯାଇଛି ଓ ଏହାକୁ ପୁନଃ ଚାଲୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟା ଶେଷ ହେବା ଯାଏ ରାହୁଲ ଗାନ୍ଧି ଆପଣମାନଙ୍କ […]

ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ସସ୍‌ପେଣ୍ଡ

Rahul

Advertisment

ନୂଆଦିଲ୍ଲୀ: କଂଗ୍ରେସର ସାଂସଦ ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ସସ୍‌ପେଣ୍ଡ କରାଯାଇଛି। ଟ୍ୱିଟର ଏପରି ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହାକୁ ଚାଲୁ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ କହିଛି  ଯେ “ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ଅସ୍ଥାୟୀ ଭାବେ ସସପେଣ୍ଡ ହୋଇଯାଇଛି ଓ ଏହାକୁ ପୁନଃ ଚାଲୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

Advertisment

ଏହି ପ୍ରକ୍ରିୟା ଶେଷ ହେବା ଯାଏ ରାହୁଲ ଗାନ୍ଧି ଆପଣମାନଙ୍କ ସହ ଅନ୍ୟ ସବୁ ସୋଶାଲ ମିଡିଆରେ ଯୋଡ଼ି ହୋଇ ରହିବେ। ସେ ସବୁବେଳେ ଲୋକଙ୍କ ପାଇଁ ଲଢ଼େଇ ଜାରି ରଖିବେ ଓ ଲୋକଙ୍କ ସ୍ୱର ଉଠାଇବେ। ଜୟ ହିନ୍ଦ।”

ସୂଚନାଯୋଗ୍ୟ, ଦିଲ୍ଲୀରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରାହୁଲ ଗାନ୍ଧି ବୁଧବାର ତାଙ୍କ ଟ୍ୱିଟରେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ପୋଷ୍ଟ କରି ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହାଦ୍ୱାରା ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ ହୋଇଥିଲା। ଏହି କାରଣରୁ ଟ୍ୱିଟର ରାହୁଲଙ୍କ ଉକ୍ତ ଟ୍ୱିଟକୁ ହଟାଇ ଦେଇଥିଲା। ଏହାପରେ ରାହୁଲଙ୍କ ଆକାଉଣ୍ଟକୁ ମଧ୍ୟ ଅସ୍ଥାୟୀ ଭାବେ ସସପେଣ୍ଡ କରି ଦେଇଛି।

Advertisment


ରାହୁଲ ଗାନ୍ଧି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସମୟର ଫଟୋକୁ ହିଁ ସେ ଟ୍ୱିଟ କରିଥିଲେ। ଏହାକୁ ନେଇ ବିଜେପି ଆପତ୍ତି ଉଠାଇଥିଲା। ଏପରି କି ରାହୁଲ ଗାନ୍ଧି ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe