Advertisment

ତେଜିଲା କଂଗ୍ରେସ କଳି, ସିଦ୍ଧୁଙ୍କୁ ଭେଟିବାକୁ ମନା କଲେ ରାହୁଲ ଗାନ୍ଧି!

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାରେ ଲାଗିଲାଣି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ବରିଷ୍ଠ ନେତା ତଥା ବିଧାୟକ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି ଦିଲ୍ଲୀ ଦରବାରରେ ହେବାର ଥିଲା। ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ହଠାତ୍‌ ସିଦ୍ଧୁଙ୍କ ସହ ତାଙ୍କର କୌଣସି ବୈଠକ ପାଇଁ ସମୟ ଧାର୍ଯ୍ୟ ହୋଇ ନଥିବା କହିଛନ୍ତି। ସୋମବାର ସୂଚନା ମିଳିଥିଲା ଯେ […]

ଅଦ୍ୟତନ ହୋଇଛି
ପରାମର୍ଶଦାତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଫସିଗଲେ ନବଜୋତ ସିଂହ ସିଦ୍ଧୁ

Navjot-Sidhu

Advertisment

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାରେ ଲାଗିଲାଣି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ବରିଷ୍ଠ ନେତା ତଥା ବିଧାୟକ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି ଦିଲ୍ଲୀ ଦରବାରରେ ହେବାର ଥିଲା।

Advertisment

ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ହଠାତ୍‌ ସିଦ୍ଧୁଙ୍କ ସହ ତାଙ୍କର କୌଣସି ବୈଠକ ପାଇଁ ସମୟ ଧାର୍ଯ୍ୟ ହୋଇ ନଥିବା କହିଛନ୍ତି। ସୋମବାର ସୂଚନା ମିଳିଥିଲା ଯେ ସିଦ୍ଧୁ ଦିଲ୍ଲୀରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟିବେ। ଏଥିପାଇଁ ରାହୁଲଙ୍କ ଠାରୁ ସମୟ ଲୋଡ଼ା ଯାଇଥିଲା। ହେଲେ ରାହୁଲ ରୋକଠୋକ ସିଦ୍ଧୁଙ୍କୁ ଭେଟିବେ ନାହିଁ ବୋଲି ମନା କରିଦେଇଥିବା ଜଣାପଡ଼ିଛି।

ସିଦ୍ଧୁ ଆଜି ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଚାଲିଥିବା ବିବାଦ ସମ୍ପର୍କରେ ଅବଗତ କରାଇ ଥାଆନ୍ତେ। ଏଥିସହ ସେ ଦଳରେ କେଉଁ ପଦ ଚାହୁଁଛନ୍ତି, ସେକଥା ମଧ୍ୟ ଜଣାଇବାର ଥିଲା। କିନ୍ତୁ ରାହୁଲ ଗାନ୍ଧି ତାଙ୍କୁ ଭେଟିବାକୁ ମନା କରିଦେଇଥିବାରୁ ଆଗକୁ କଂଗ୍ରେସ କଳି ତୀବ୍ର ହେବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ପଞ୍ଜାବରେ ସୃଷ୍ଟି ହୋଇଥିବା ଅମରିନ୍ଦର ଓ ସିଦ୍ଧୁଙ୍କ କଳି ବେଶ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି। ଏହାର ସମାଧାନ ପାଇଁ କଂଗ୍ରେସ ୩ ଜଣ ବରିଷ୍ଠ ନେତାଙ୍କୁ ନେଇ କମିଟି ଗଠନ କରିଥିଲା। ସିଦ୍ଧୁ ଓ ଅମରିନ୍ଦର ପୃଥକପୃଥକ ଭାବେ ଏହି କମିଟିକୁ ଭେଟିଥିଲେ। ଏପରି କି ବିବାଦର ସମାଧାନ ପାଇଁ କମିଟି ସିଦ୍ଧୁଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଯାଚିଥିବା କୁହାଯାଉଥିଲା। ଏହା ସତ୍ତ୍ୱେ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିନଥିଲା। ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିବା ପରେ ହୁଏତ ସିଦ୍ଧୁଙ୍କ ମନ ଶାନ୍ତ ହୋଇଥାଆନ୍ତା। ହେଲେ ଏବେ ଏହା ମଧ୍ୟ ସମ୍ଭବ ହୋଇପାରିନି।

ଅନ୍ୟପକ୍ଷରେ ପଞ୍ଜାବରେ ଦିଲ୍ଲୀରେ କ୍ଷମତାସୀନ ଆପ୍ ଏବେଠାରୁ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭୋଟରଙ୍କୁ ଆକୃଷ୍ଟ କରିବାକୁ ମାଗଣା ବିଜୁଳି ଯୋଜନା ମଧ୍ୟ ଘୋଷଣା କରିଛନ୍ତି। ଆପ୍‌ କ୍ଷମତାକୁ ଆସିଲେ ସମସ୍ତଙ୍କୁ ୩୦୦ ୟୁନିଟି ଯାଏ ମାଗଣାରେ ବିଜୁଳି ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏପରି ସ୍ଥିତିରେ କ୍ଷମତାସୀନ କଂଗ୍ରେସରେ କଳି ରାଜନୀତିକ ବିଶେଷଜ୍ଞଙ୍କୁ ଚକିତ କରିଛି।

Amarinder-Sidhu Controversy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe