Advertisment

'ଦେଶର ଶକ୍ତିକୁ ଦୁର୍ବଳତାରେ ପରିଣତ କରିଦେଲେ'

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଶର ଅର୍ଥନୀତି ନେଇ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଗୁରୁବାର ଏକ ଟ୍ୱିଟ୍ କରି ଭାରତର ଇତିହାସରେ ପ୍ରଥମ ଥର ଏଭଳି ଆର୍ଥିକ ମାନ୍ଦାବସ୍ଥା ଦେଖିବାକୁ ମିଳିଛି ବୋଲି କହିଛନ୍ତି। ମୋଦି ଦେଶର ଶକ୍ତିକୁ ଦୁର୍ବଳତାରେ ପରିଣତ କରିଦେଲେ ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଅନୁମାନ ହିସାବରେ, 2020-21 ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ ଅର୍ଥାତ୍ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଆର୍ଥିକ ବିକାଶ ହାର ନକରାତ୍ମକ […]

'ଦେଶର ଶକ୍ତିକୁ ଦୁର୍ବଳତାରେ ପରିଣତ କରିଦେଲେ'

rahul

Advertisment

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଶର ଅର୍ଥନୀତି ନେଇ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଗୁରୁବାର ଏକ ଟ୍ୱିଟ୍ କରି ଭାରତର ଇତିହାସରେ ପ୍ରଥମ ଥର ଏଭଳି ଆର୍ଥିକ ମାନ୍ଦାବସ୍ଥା ଦେଖିବାକୁ ମିଳିଛି ବୋଲି କହିଛନ୍ତି। ମୋଦି ଦେଶର ଶକ୍ତିକୁ ଦୁର୍ବଳତାରେ ପରିଣତ କରିଦେଲେ ବୋଲି ସେ କହିଛନ୍ତି।

Advertisment

ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଅନୁମାନ ହିସାବରେ, 2020-21 ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ ଅର୍ଥାତ୍ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଆର୍ଥିକ ବିକାଶ ହାର ନକରାତ୍ମକ ରହିଛି। 2ୟ ତ୍ରୟମାସରେ ଜିଡିପି ହାର -8.6% ହ୍ରାସ ପାଇଛି। ଏନେଇ ରାହୁଲ ଟ୍ୱିଟ୍ କରି କହିଛନ୍ତି ଯେ, ଇତିହାସରେ ପ୍ରଥମ ଥର ପାଇଁ ଭାରତର ଏଭଳ ଆର୍ଥିକ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। ତେବେ ମୋଦି ଦେଶର ଶକ୍ତିକୁ ଦୁର୍ବଳତାରେ ପରିଣତ କରିଛନ୍ତି।

Advertisment

ମୋଦି ସରକାରଙ୍କ ନୋଟବନ୍ଦୀ, ଲକଡାଉନ, ଜିଏସଟି ସମେତ ଅନ୍ୟ ଅର୍ଥନୈତିକ ନିଷ୍ପତ୍ତିଗୁଡ଼ିକୁ ନେଇ ରାହୁଲ ଗାନ୍ଧି ଲଗାତର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି। ନୋଟବନ୍ଦୀର 4ବର୍ଷ ପୂର୍ତ୍ତି ଅବସରରେ ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ଗରିବଙ୍କୁ ମାରିବା ଓ ପୁଞ୍ଜୀପତିଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ବୋଲି ରାହୁଲ କହିଥିଲେ।

Bjp Congress PM Modi Rahul Gandhi GDP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe