Advertisment

'ରାହୁଲ ଗାନ୍ଧୀ କେବଳ ମହିଳା କଲେଜ ଯାଉଛନ୍ତି'

ଥିରୁଅନନ୍ତପୁରମ: କେରଳରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହି ସମୟରେ କେରଳର ଜଣେ ପୂର୍ବତନ ସାଂସଦ ଓ୍ୱାଏନଡ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ବିବାଦୀୟ ମନ୍ତବ୍ୟ ରଖିଛନ୍ତି। ରାହୁଲ କେବଳ ‘ମହିଳା କଲେଜ’ ଯାଉଛନ୍ତି ବୋଲି ସେ କହିଛନ୍ତି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସଂପୃକ୍ତ ନେତା ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ସିପିଆଇଏମ ନେତା ତଥା ପୂର୍ବତନ ସାଂସଦ ଜୋୟସେ ଜର୍ଜ ମଙ୍ଗଳବାର ଦଳୀୟ ରାଲିରେ ଯୋଗଦେଇ […]

ଅଦ୍ୟତନ ହୋଇଛି
'ରାହୁଲ ଗାନ୍ଧୀ କେବଳ ମହିଳା କଲେଜ ଯାଉଛନ୍ତି'

rahul

Advertisment

ଥିରୁଅନନ୍ତପୁରମ: କେରଳରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହି ସମୟରେ କେରଳର ଜଣେ ପୂର୍ବତନ ସାଂସଦ ଓ୍ୱାଏନଡ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ବିବାଦୀୟ ମନ୍ତବ୍ୟ ରଖିଛନ୍ତି। ରାହୁଲ କେବଳ ‘ମହିଳା କଲେଜ’ ଯାଉଛନ୍ତି ବୋଲି ସେ କହିଛନ୍ତି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସଂପୃକ୍ତ ନେତା ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି।

Advertisment

ସିପିଆଇଏମ ନେତା ତଥା ପୂର୍ବତନ ସାଂସଦ ଜୋୟସେ ଜର୍ଜ ମଙ୍ଗଳବାର ଦଳୀୟ ରାଲିରେ ଯୋଗଦେଇ କହିଛନ୍ତି, "ଝିଅ ମାନେ ସାବଧାନ ରହିବା ଦରକାର। ରାହୁଲ୍ ଗାନ୍ଧୀ ବିବାହ କରି ନାହାନ୍ତି। ରାହୁଲ ଗାନ୍ଧୀଙ୍କର କାର୍ଯ୍ୟକ୍ରମ ସବୁବେଳେ ‘ମହିଳା କଲେଜ’ରେ ସ୍ଥିର ହେଉଛି। ସେ କଲେଜ ଯାଇ ଝିଅ ମାନଙ୍କୁ ବେଣ୍ଡ ଡାଉନ ହେବାକୁ ପ୍ରଶିକ୍ଷଣ ଦେଉଛନ୍ତି। ଝିଅ ମାନେ ରାହୁଲଙ୍କ ସାମ୍ନାରେ ବେଣ୍ଡ ଡାଉନ ହେବା ଠିକ୍ ନୁହେଁ। ସେ ବିବାହିତ ନୁହନ୍ତି"।

ଜୋୟସେ ଜର୍ଜଙ୍କ ଏହି ଅଶୋଭନୀୟ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି କେରଳ କଂଗ୍ରେସ। ରାଜ୍ୟରେ ସିପିଆଇଏମ ନିର୍ବାଚନରେ ପରାଜୟ ଭୟରେ ଏଭଳି ଅଶୋଭନୀୟ ମନ୍ତବ୍ୟ ଜୋୟସେ ଜର୍ଜ ଦେଉଛନ୍ତି ବୋଲି କଂଗ୍ରେସ କହିଛି।

Advertisment

https://twitter.com/INCKerala/status/1376752525085306886?s=20

ସୂଚନାଯୋଗ୍ୟ, ନିକଟରେ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର କରିବାକୁ ଯାଇ ସେଣ୍ଟ ତେରେସା କଲେଜ ଯାଇଥିଲେ। କୋଚିରେ ଥିବା ଏହି କଲେଜକୁ ଯାଇ ରାହୁଲ ଝିଅ ମାନଙ୍କୁ ଆତ୍ମ ସୁରକ୍ଷାର କୌଶଳ ବାବଦରେ କହିଥିଲେ। ଏମିତିକି ଛାତ୍ରୀଙ୍କ ଅନୁରୋଧ କ୍ରମେ ରାହୁଲ ଆତ୍ମରକ୍ଷାର କୌଶଳ ବାବଦରେ କହିଥିଲେ। ଏହାପରେ ଜୋୟସେ ଜର୍ଜ ଏଭଳି ବିବାଦୀୟ ମନ୍ତବ୍ୟ ରଖିଛନ୍ତି। ଆଉ ବିବାଦ ବଢ଼ିବା ପରେ ଶେଷରେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି କେରଳର ଏହି ପୂର୍ବତନ ସାଂସଦ।

https://twitter.com/INCIndia/status/1373916275479506953?s=20

Kerala Kerala Assembly Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe