Advertisment

କିଏ ହେବେ କଂଗ୍ରେସର ମୁଖିଆ ? ରାହୁଲ ଗାନ୍ଧିଙ୍କ ସପକ୍ଷରେ ଉଠିଲା ସ୍ୱର

ନୂଆଦିଲ୍ଲୀ: କିଏ ହେବେ କଂଗ୍ରେସର ନୂଆ ମୁଖିଆ? ଆସନ୍ତା ଅକ୍ଟୋବର ୧୭ରେ ସଭାପତି ପଦ ପାଇଁ ନିର୍ବାଚନ ହେବ।  ୧୯ ତାରିଖରେ ନୂଆ ସଭାପତିଙ୍କ ନାଁ ଘୋଷଣା କରାଯିବ ଏଥିଲାଗି ସେପଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ସେପଟେମ୍ବର ୨୪ରୁ ୩୦ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ଆଜି ବସିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସଭାପତି ନିର୍ବାଚନ ଲାଗି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ସେପଟେ ଦଳର ଅଧ୍ୟକ୍ଷ ପଦ ଲାଗି ରାହୁଲ ଗାନ୍ଧିଙ୍କ ସମର୍ଥନନରେ ବହାରିଛନ୍ତି […]

author-image
Tapas Behera
ଅଦ୍ୟତନ ହୋଇଛି
ଯେଉଁମାନେ ୫୨ ବର୍ଷ ଧରି ତ୍ରିରଙ୍ଗା ଉଡ଼ାଇ ନଥିଲେ ସେମାନେ ଆଜି ହର ଘର ତ୍ରିରଙ୍ଗା ଅଭିଯାନ କରୁଛନ୍ତି: ରାହୁଲ ଗାନ୍ଧି  

Rahul-Gandhi

ନୂଆଦିଲ୍ଲୀ: କିଏ ହେବେ କଂଗ୍ରେସର ନୂଆ ମୁଖିଆ? ଆସନ୍ତା ଅକ୍ଟୋବର ୧୭ରେ ସଭାପତି ପଦ ପାଇଁ ନିର୍ବାଚନ ହେବ।  ୧୯ ତାରିଖରେ ନୂଆ ସଭାପତିଙ୍କ ନାଁ ଘୋଷଣା କରାଯିବ ଏଥିଲାଗି ସେପଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ସେପଟେମ୍ବର ୨୪ରୁ ୩୦ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ଆଜି ବସିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସଭାପତି ନିର୍ବାଚନ ଲାଗି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ସେପଟେ ଦଳର ଅଧ୍ୟକ୍ଷ ପଦ ଲାଗି ରାହୁଲ ଗାନ୍ଧିଙ୍କ ସମର୍ଥନନରେ ବହାରିଛନ୍ତି ବହୁ ବରିଷ୍ଠ ନେତା। ଏହି ପଦ ଲାଗି ରାହୁଲ ହିଁ ଏକମାତ୍ର ଯୋଗ୍ୟ ବ୍ୟକ୍ତି ବୋଲି ଅନେକ ଦାବି  ରଖିଛନ୍ତି।

Advertisment

ଦଳର ବରିଷ୍ଠ ନେତା ହରିଶ ରାୱତ କହିଛନ୍ତି ଯେ ରାହୁଲ ଗାନ୍ଧି ହିଁ କଂଗ୍ରେସ ସଭାପତି ହେବେ। ସେ କହିଛନ୍ତି ଯେ, ଦଳର ସମସ୍ତ କର୍ମୀ ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି ପଦ ଗ୍ରହଣ କରିବାକୁ ଅନୁରୋଧ କରିଛୁ। ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାଡ଼ଗେ ମଧ୍ୟ ରାହୁଲଙ୍କ ସମର୍ଥନରେ ସ୍ୱର ଉଠାଇଛନ୍ତି।  ସେ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କୁ ପୁଣିଥରେ କଂଗ୍ରେସ ସଭାପତି କରିବାପାଇଁ ବାଧ୍ୟ କରାଯିବ। ଦଳର ନେତୃତ୍ୱ ନେବାପାଇଁ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ନାହାନ୍ତି। ଯେଭଳି ଭାବେ ସୋନିଆଙ୍କୁ ଦଳର ସଭାପତି ପଦରେ ରହିବା ପାଇଁ ବାଧ୍ୟ କରାଯାଇଥିଲା ଠିକ୍‌ ସେମିତି ରାହୁଲଙ୍କୁ ମଧ୍ୟ ବାଧ୍ୟ କରାଯିବ ବୋଲି ସେ କହିଛନ୍ତି। ଦଳର ଅନ୍ୟତମ ନେତା ସଲମାନ ଖୁର୍ସିଦ ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧି ହେଉଛନ୍ତି  ଏକ ନମ୍ବର ଏବଂ ଦଳର ମୁଖ୍ୟ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଏକମାତ୍ର ପସନ୍ଦ ।

ସେପଟେ ଆଜିର ସିଡବ୍ଲ୍ୟୁସି ବୈଠକରେ  ବିଦେଶରେ ଥିବା ସୋନିଆ ଗାନ୍ଧି ଏହି ବୈଠକରେ ଭିଡିଓ କନଫରେନସିଂରେ ସାମିଲ ହୋଇ ଅଧ୍ୟକ୍ଷତା କରିଥିଲେ। ଚର୍ଚ୍ଚା ଅନୁସାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଦଳର ସଭାପତି କରିବାକୁ ସୋନିଆ ଆଗ୍ରହୀ । ତେବେ ରାଜି ନୁହଁନ୍ତି ଗେହଲଟ୍  । ଗେହଲଟଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଇଚ୍ଛା ରାହୁଲ ସଭାପତି ହୁଅନ୍ତୁ। ଅାଜି ସିଡବ୍ଲୁସି ବୈଠକରେ ଦଳ ଆହୁରି କିଛି ନିଷ୍ପତ୍ତି ନେଇଛି ।

Advertisment